ସିମୁଳିଆ ଥାନା ଦିଅପଡ଼ା ନିକଟରେ ବାଇକ ଓ ସାଇକେଲ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ସିମୁଳିଆ; ୦୩/୦୪ ( ମୁକ୍ତିକାନ୍ତ ସାହୁଙ୍କ ଠାରୁ):  ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଦିଅପଡ଼ା ନିକଟରେ ବାଇକ ଓ ସାଇକେଲ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ସାସ୍ବତୀ ମଳିକ ଏବଂ ବିଜୟ ମଳିକ ଦୁହେଁ ବାପଝିଅ ମଇତାପୁର ମେଳନ ଦେଖିବାକୁ ଯାଉଥିବା ବେଳେ ଏକ ବାଇକ ଆରୋହି ଧକ୍କା ଦେଇଥିଲା। ଯାହାଫଳରେ ବାଇକ ଆରୋହି ଦେଵବ୍ରତ ମିଶ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମେଳନ ଦେଖିବାକୁ ଯାଇଥିବା ନାବାଳିକା ଝିଅକୁ ଗୁରୁତର ଅବସ୍ଥାରେ ପ୍ରଥମେ ସିମୁଳିଆ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close