‘ଉଦୟବଟ’ ତରଫରୁ ଉତ୍କଳ ଦିବସ ପାଳିତ ଓ ଯାଜପୁରରୋଡରେ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ସଭା

ବ୍ୟାସନଗର, ୨ା୪ : ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭିତିରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇ ପାରିଥିଲା । ପୁନଶ୍ଚ, ୧୯୯୩ ମସିହା ଏପ୍ରିଲ ୦୧ ତାରିଖରେ ଯାଜପୁର ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ଗଠିତ ହୋଇଥିଲା । ତେଣୁ ଏପ୍ରିଲ ୦୧ ତାରିଖ ସମସ୍ତ ଯାଜପୁରବାସୀଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ଏହି ପବିତ୍ର ଦିବସ ଅବସରରେ ଯାଜପୁରରୋଡରେ ଇଷ୍ଟକୋଷ୍ଟ ରେଳ ଜୋନର ଏକ ସ୍ୱତନ୍ତ୍ର ଡିଭିଜନର ଦାବୀକୁ ଦୋହରାଯାଇଛି । ଦଳମତ ନିର୍ବିଶେଷରେ ସମସ୍ତେ ‘ଉଦୟବଟ’ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍କଳ ଦିବସ ପାଳନ କରିବା ସହ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଅଡି ବସିଥିଲେ । ବିଭିନ୍ନ ଅନୁଷ୍ଠାନ, ସାହିତ୍ୟିକ, ସମାଜସେବୀ, ସାମ୍ବାଦିକ, ଶ୍ରମିକ ନେତା, ରାଜନେତା ପ୍ରମୁଖ ଏଥିରେ ସାମିଲ ହୋଇ ନିଜ ନିଜର ଦାବୀ ଜଣାଇଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ପୈାରାଧ୍ୟକ୍ଷା ଓ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ ଯେ ଉଦୟବଟର ସଂପାଦକ ଶ୍ରୀ ରାଉତଙ୍କ ପ୍ରଚେଷ୍ଟାରେ ଦୀର୍ଘ ୦୨ ବର୍ଷ ଧରି ଯାଜପୁରରୋଡରେ ରେଳ ଡିଭିଜନ ପାଇଁ ଚାଲିଥିବା ଆନ୍ଦୋଳନ ଓ ଦସ୍ତଖତ ଅଭିଯାନକୁ ତାଙ୍କ ଦଳ ପୂର୍ଣ୍ଣ ସହଯୋଗ ସହ ଦାବୀ ପୂରଣ ଦିଗରେ ସମସ୍ତ ପ୍ରକାରର ସହଯୋଗ କରିବ । ସେ ମଧ୍ୟ ପ୍ରତ୍ୟକ୍ଷ ଭାବେ ଏଥିରେ ଜଡିତ ରହି ଅଂଚଳବାସୀଙ୍କ ଏହି ସମୂହ ଦାବୀ ପାଇଁ ସମର୍ଥନ ଦେଇ କାର୍ଯ୍ୟ କରିବେ ବୋଲି କହିଥିଲେ । ଏଥିରେ କୋରାଇ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ମହାନ୍ତି ଓ ରାମଚନ୍ଦ୍ର ବାରିକ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ସଂପାଦକ ଚନ୍ଦ୍ରମଣି ସାମଲ ଓ ସହ-ସଂପାଦକ ପ୍ରଫୁଲ୍ଲ କୁମାର ନାୟକ, ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ‘ଧରୀତ୍ରୀ’ର ଜିଲ୍ଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରା, ବିଜେପିର ଜିଲ୍ଲା ପ୍ରତିନିଧି ନିରଜଂନ ଘଡ଼ାଇ, କେଉଁଝର ଘଷିପୁରା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ କିଶୋର ଚନ୍ଦ୍ର ପଲାଇ, ଶିକ୍ଷାବିଦ୍ ଅଶ୍ୱିନୀ କୁମାର ଦାସ, କଳିଙ୍ଗନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ଦାମୋଦର ପଣ୍ଡା, ନାରୀ ନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ଓ ସନ୍ତୋଷ ରଥ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଜମ୍ବୁନାଥ ସାମଲ, ନିତ୍ୟାନନ୍ଦ ରଣା, ଯାଜପୁର ଜିଲ୍ଲା ହିନ୍ଦୁ ସୁରକ୍ଷା ସେନା ସଭାପତି ବସନ୍ତ କୁମାର ପାତ୍ର, ମିନାକ୍ଷୀ ମଂଜରୀ ଦାସ, ଶ୍ୱେତା ରାୟ, ମିଥିଲେଶ ପାଶୱାନ, ବାମଦେବ ସାହୁ, ନରହରି ବେହେରା, ଗୋଲାପ ମଲ୍ଲିକ, ସୁମନ ରାୟ, ଗୈାରୀଶଙ୍କର ପତି, ଭାରତୀ ବିଶ୍ୱାଳ, ମଂଜୁ ବେହେରା ପ୍ରମୁଖ ଯୋଗ ଦେଇ ଦାବୀ ପ୍ରତି ସମର୍ଥନ ଜଣାଇଥିଲେ । ଦାବୀ ହାସଲ ନ ହେବାଯାଏ ପ୍ରତିବାଦ ସଭା ଓ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କହିଥିଲେ । ଭାରତ ଭୂଷଣ ରାଉତ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ଶେଷରେ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close