ଦକ୍ଷତା ବିକାଶ ଓ ଜୀବନ ଧାରଣ କୈାଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର, ୨୪ା୩: ଊତ୍କଳ ବାଳାଶ୍ରମ ପରିସରରେ ବିଭିନ୍ନ ବାଳାଶ୍ରମର ଅନ୍ତେବାସୀମାନଙ୍କର ଦକ୍ଷତା ବିକାଶ ଏବଂ ଜୀବନ ଧାରଣ କୈାଶଳ ସଂପର୍କରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଚ୍ଥି । ଗତ କାଲି ୨୩ ତାରିଖରେ ୱାଇ.ସି.ଡି.ଏ. ର ବରିଷ୍ଠ କାର୍ଯ୍ୟ ପରିଚାଳକ ଅରୁଣ କୁମାର ପ୍ରଧାନ ଯୋଗଦେଇ ପିଲା ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ସହ ସେମାନଙ୍କର ଜୀବନ ଧାରଣ କୈାଶଳ ସଂପର୍କରେ ଆଲୋକପାତ କରିଥିଲେ । ଆଜି ୨୪ ତାରିଖ ପୂର୍ବାହ୍ନରେ ବିଷୟ ବିଷାରଦ ଭାବେ ରୀତାରାଣୀ ଦାସ ଓ ରୂପମ ମହାପାତ୍ର ଯୋଗଦେଇ ବିବିଧ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଶେଷ କରି ପ୍ରତିଟି ପିଲା ଯେପରି ତାହାର ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିବା, ତାହାକୁ ହାସଲ ପାଇଁ ଊଦ୍ୟମ କରିବା ଓ ସେ ସମ୍ମୁଖୀନ ହେଊଥିବା ସମସ୍ୟା ଗୁଡିକୁ ଯେପରି ସମାଧାନ କରିବାକୁ ସକ୍ଷମ ହୋଇପାରିବ, ସେ ସଂପର୍କରେ ବିଷଦ ଆଲୋଚନା କରିଥିଲେ । ବିଭିନ୍ନ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର କର୍ମକର୍ତାମାନେ ଶିଶୁର ପ୍ରତିଭା ଓ ମନସ୍ତତ୍ୱ ବିଷୟରେ ଦୃଷ୍ଟି ରଖି ତାହାର ଭବିଷ୍ୟତ ଗଠନରେ ସହାୟକ ହେବାକୁ ସେମାନେ ଅନୁରୋଧ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବିନା ଚାପରେ ପିଲାମାନେ ନିଜ ଚିନ୍ତା ଓ ଚେତନାକୁ ପରିବ୍ୟାପ୍ତ କରିବା, ନିଜ ପ୍ରତିଭାକୁ ଅଣଦେଖା ନ କରି ପରିସ୍ପୁଟ କରିବା ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହାସଲ ପାଇଁ କଠୋର ଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୱାଇ.ସି.ଡି.ଏର ସଂଯୋଜକ ଊତ୍କଳ ମାଇତି ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଊତ୍କଳ ବାଳାଶ୍ରମ, ଅନ୍ନପୂର୍ଣ୍ଣା, ଆମ ଘର ଓ ନେସନ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର କର୍ମକର୍ତା ଓ ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମଚାରୀ ଅର୍ଚ୍ଚନା କୁମାରୀ ସାମନ୍ତ, ତପନ କୁମାର ପଣ୍ଡା, କାଳୀ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପିଲାମାନଙ୍କୁ ବରୁଆଁ ଆଇ.ଟି.ଆଇକୁ ପରିଦର୍ଶନରେ ନିଆଯାଇଥିଲା । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close