ନିଉ ଲାଇଫ ସାମାଜିକ ସଂଗଠନର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର; ୨୩/୦୩ ( ବସନ୍ତ କୁମାର ପାତ୍ରଙ୍କ ଠାରୁ ) : ଘରେ ବି ଅମାପ ଧନ ସମ୍ପତ୍ତି ନାହିଁ ହେଲେ ଲକ୍ଷ୍ଯ କିନ୍ତୁ ସମାଜସେବା କରିବା ଯେବେ ଯେତେବେଳେ ଯିଏ ବି ସାହାଯ୍ଯ ମାଗେ ସେ ରାତି ହେଉ ବା ଦିନ ସବୁଠି ସାମ୍ନାକୁ ଆସନ୍ତି ଅମିୟ ନାଥ I ନିଷ୍ଠାପର ଭାବେ ନିଜ ଦାୟିତ୍ଵ ତୁଲାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି ସେ l ଆମେ କହୁଛୁ ଯାଜପୁର ବଡ଼ଚଣା ଛତିଆ ନିବାସୀ ଅମିୟ ନାଥ ଙ୍କ କଥା l ଯାହାଙ୍କୁ ନେଇ ସେ ଚାରିଆଡ଼େ ଚର୍ଚ୍ଚା l ବଡ଼ଚଣା ଅଞ୍ଚଳର କିଛି ଯୁବକଙ୍କୁ ନେଇ ନିଉ ଲାଇଫ ସୋସିଆଲ ୱାର୍କ୍ ନାମକ ଏକ ସାମାଜିକ ସଂଗଠନ ୨୦୧୯ ମସିହାରେ ଆରମ୍ଭ କରିଥିଲେ l ସଂଗଠନର ବାର୍ଷିକ ଉତ୍ସବ  ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପଚାଶରୁ  ଅଧିକ ସାମାଜିକ ସଂଗଠନ ଓ ଚାଳିଶରୁ ଉର୍ଦ୍ଧ ସମାଜସେବୀ ଯୋଗ ଦେଇଥିଲେ l ଏହି ଉତ୍ସବରେ ଦିବ୍ଯଜ୍ଯୋତି ସାମଲ ସଭା କାର୍ଯ୍ୟ ଆରମ୍ଭ କରିବା ସହ ସାହିତ୍ୟିକ ଅଶୋକ ସାମଲ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବେ ରାଜ୍ଯ ହ୍ୟାଣ୍ଡବଲ ଆସୋସିଏସନ୍ ର ଉପସଭାପତି ରମେଶ ପୃଷ୍ଟି ପଞ୍ଚଗବ ଗବେଷକ ବିରଞ୍ଚି ନାରାୟଣ କୁଣ୍ଡୁ ସେବକ ଜରାଶ୍ରମର ପ୍ରତିଷ୍ଠାତା ସୁରେଶ୍ ବିଶ୍ଵାଳ ସମେତ ଉପସ୍ଥିତ ରହି ସଭା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ l ସର୍ବଶେଷରେ ସମାଜସେବୀ ଚିନ୍ମୟୀ ସାହୁ ସଭା କାର୍ଯ୍ୟ ଶେଷ କରିଥିଲେ l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close