ଅତ୍ୟାଧୁନିକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଉଦ୍‌ଘାଟିତ

ଭଦ୍ରକ ; ୧୮/୦୩ ( ଶିଵ ଶଙ୍କର ପଣ୍ଡାଙ୍କ ଠାରୁ) : ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର (ସି.ଆର୍‌.ଏସ୍‌.ଆର୍‌) ପରିସରରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ମାନ୍ୟବର ବିଧାୟକ ସଂଜୀବ୍ କୁମାର ମଲ୍ଲିକ୍‌ଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି କେନ୍ଦ୍ର ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ଉକ୍ତ କେନ୍ଦ୍ର ଭିନ୍ନକ୍ଷମ ମାନଙ୍କୁ ଥଇଥାନ କରିବା ଦିଗରେ ବିଶେଷଭାବରେ କାର୍ଯ୍ୟ କରିବ । ପୂର୍ବରୁ ଓଡିଶାରେ ଏହି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ୮ଟି ଜିଲ୍ଲାରେ କାର୍ଯ୍ୟକାରି କରୁଥିଲାବେଳେ ଏହି ବର୍ଷ ଆଉ ୨ଟି ଜିଲ୍ଲାରେ ଯଥା- ଢ଼େଙ୍କାନାଳ ଓ ଭଦ୍ରକରେ ଖୋଲାଯାଇ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଥଇଥାନ କରିବା ପାଇଁ ସରକାର ଏକ ବିହୀତ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଏହି ପୁନର୍ବାସ କେନ୍ଦ୍ରକୁ ମାନ୍ୟବର ବିଧାୟକ ଉଦ୍‌ଘାଟନ କରିବା ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପଦ୍ମରଂଜନ ଦାଶ, ଅବସରପ୍ରାପ୍ତ ସ୍ୱଳ୍ପସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ପଦ୍ମନ କୁମାର ରାୟ, ଡା.ଦେବରାଜ ପାଣିଗ୍ରାହୀ, ସି.ଆର.ଏସ.ଆର. ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଭଗବାନ ପରିଡ଼ା ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସି.ଆର୍‌.ଏସ୍‌.ଆର୍‌. ପ୍ରମୋଦ କୁମାର ନାୟକ, ଗୋପାଳ ଚନ୍ଦ୍ର ନାୟକ, ଗୟାଧର ସାହୁ, କମଳାକାନ୍ତ ବାରିକ, ରତିକାନ୍ତ ନାୟକ, ଶେଖାବତ୍ ଅଲ୍ଲୀ, ଅଭିମନ୍ୟୁ ମଲ୍ଲିକ୍‌, ସ୍ମିତା ନାୟକ, ସସ୍ମିତା ରାଉତ, ଅମିତା ପାତ୍ର ଓ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close