ସାର୍ନା ଧର୍ମକୁ ସ୍ବତନ୍ତ୍ର ମାନ୍ୟତା ଦାବିରେ ଆଦିବାସୀଙ୍କ ପକ୍ଷରୁ ଆଜି ଯାଜପୁରରୋଡ ରେଳଷ୍ଟେସନରେ ରେଳରୋକ

ବ୍ୟାସନଗର;୩୧/୦୧: (ଶୁଭେନ୍ଦୁ ନାୟକଙ୍କ ଠାରୁ) ସାର୍ନା ଧର୍ମକୁ ସ୍ବତନ୍ତ୍ର ମାନ୍ୟତା ଦେବାକୁ ଦାବିକରି ଆଦିବାସୀଙ୍କ ପକ୍ଷରୁ ଆଜି ଯାଜପୁର ରୋଡ ରେଳଷ୍ଟେସନରେ ରେଳରୋକ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଆଦିବାସୀ ନେତା ସୁନାରାମ୍ ମାରାଣ୍ଡିଙ୍କ ନେତୃତ୍ବରେ ପ୍ରାୟ 2ଶହରୁ ଉର୍ଦ୍ଧ ଆନ୍ଦୋଳନକାରୀ ଆଦିବାସୀ ପୁରୁଷ ଓ ମହିଳା ଏହି ରାସ୍ତାରୋକ ଆନ୍ଦୋଳନରେ ସାମିଲ ଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି । ବିଭିନ୍ନ ଧର୍ମକୁ ଧର୍ମର ମାନ୍ୟତା ମିଳିଥିବା ବେଳେ ଆଦିବାସୀ ମାନଙ୍କୁ ପୃଥକ ପୃଥକ ଧର୍ମ ନାମରେ ବିଭାଗୀକରଣ କରାଯାଉଥିବା ଅଭିଯୋଗ ହୋଇଛି । ସାର୍ନା ଧର୍ମକୁ ତୁରନ୍ତ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବାକୁ ଆନ୍ଦୋଳନକାରୀ ନେତାଙ୍କ ସହ ଅନେକ ଲୋକ  ଏହି ଅବସରରେ  ବିଭିନ୍ନ ସ୍ଲୋଗାନ୍ ମାନ ଦେଇ ବ୍ୟାସନଗର ସହର ପରିକ୍ରମା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close