ଯାଜପୁର ଜିଲ୍ଲା ପରିବେଶ ସମିତି ବୈଠକ ଅନୁଷ୍ଠିତ

ଯାଜପୁର, ୨୨ା୧: ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଉତରଦାୟୀ ଭାବେ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗତକାଲି ଗୁରୁବାର ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଅଧ୍ୟକ୍ଷତା କରିବା ସହ ବିଦ୍ୟାଳୟ ସ୍ତରରୁ ପରିବେଶ ସଚେତନତା ସଂପର୍କରେ ଚ୍ଥାତ୍ର ଚ୍ଥାତ୍ରୀମାନଙ୍କୁ ସଚେତନ କରାଇବାକୁ ଗୁରୁତ୍ୱ ଦେଇଥିଲେ । ବିଗତ ବୈଠକମାନଙ୍କରେ ଆଲୋଚନା ହୋଇ ମଞ୍ଜୁରୀଲାଭ କରିଥିବା ନିଷ୍ପତିଗୁଡିକୁ କାର୍ଯ୍ୟକାରୀ କରିବା, ପରିବେଶ ସମିତିର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା, ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ନବ କଳ୍ପିତ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଅନୁଶୀଳନ କରି ସେମାନଙ୍କୁ ପୁରସ୍କୃତ କରିବାକୁ ସ୍ଥିର ହେଲା । ପ୍ଳାଷ୍ଟିକ, ପଲିଥିନ ଇତ୍ୟାଦିର ପ୍ରତିହତ ପାଇଁ ପଦକ୍ଷେପ ନେବା ସହ ଇକୋ କ୍ଳବଗୁଡିକର କାର୍ଯ୍ୟ ସମୀକ୍ଷା କରି ଦୁର୍ବଳ ପ୍ରଦର୍ଶନ କରୁଥିବା କ୍‌୍ଳବମାନଙ୍କୁ ବାଦ ଦେଇ ନୂଆ ଇକୋ କ୍ଳବ ଭାବେ ନୂତନ ବିଦ୍ୟାଳୟକୁ ସାମିଲ ପାଇଁ ନିଷ୍ପତି ନିଆଯାଇଥିଲା । ପ୍ରାରମ୍ଭରେ ପରିବେଶ ସମିତିର ସଂପାଦକ ଶରତ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ସହ ବାର୍ଷିକ ବିବରଣୀ ଓ ଆୟ ବ୍ୟୟର ସୂଚନା ଦେଇଥିଲେ । କରୋନା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଚ୍ଥି ବୋଲି କହିବା ସହ ବର୍ତମାନ ଭର୍ଚ୍ଚୁଆଲ ମୋଡରେ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଚ୍ଥି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପ୍ଳାଣ୍ଟ ପ୍ରୋଟେକ୍ସନ ଅଧିକାରୀ ଶ୍ରୀଧର ଦାସ ଓ ଅନ୍ୟାନ୍ୟ ଅଧିକାରୀ, ସଦସ୍ୟମାନେ ଯୋଗ ଦେଇଥିଲେ । ଶେଷରେ ସମିତିର ଯୁଗ୍ମ ସଂପାଦକ ମଳୟ କୁମାର ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close