ସୋସୋ ବସ ଷ୍ଟାଣ୍ଡରୁ ଆରମ୍ଭ କରି ଛେନାପଦି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ

ହାଟଡ଼ିହି ; ୦୪/୦୧ : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଳକ ସୋସୋ ପଞ୍ଚାୟତ ଅନ୍ତର୍ଗତ ସୋସୋ ବସ ଷ୍ଟାଣ୍ଡରୁ ଆରମ୍ଭ କରି ଛେନାପଦି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା  ଶୋଚନୀୟ ।କେନ୍ଦୁଝର ଜିଲ୍ଲାର ସୋସୋ ପଞ୍ଚାୟତ ଜିଲ୍ଲାର ଶେଷସୀମା ରେ ଆସୁଥିବାରୁ ଏହି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ରାସ୍ତା, ମୂଖ୍ୟ ରାସ୍ତା ପ୍ରତି ସବୁବେଳେ ଅବହେଳା କରାଯାଉଛି। କାନପୁର – ମରଚାଇପଦା ରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଛେନାପଦିର ଭଦ୍ରକ-ଆନନ୍ଦପୁର କୁ ସଂଯୋଗ କରୁଥିବା ସ୍ଥଳେ ଏହି ରାସ୍ତା ଦେଇ ହଜାର ହଜାର ଗାଡି ମୋଟର ଚଳାଚଳ କରୁଛି। ଏହି ମୁଖ୍ୟ ରାସ୍ତା ନିର୍ମାଣ କ୍ଷେତ୍ରରେ ଅବହେଳା କରାଯାଉଛି। ରାସ୍ତା ମଝିରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି।ରାସ୍ତାରେ ପିଚୁ ଦେଖିବା ତ ଦୂର କଥା ଖାଲି ଧୁଳି ଧୂଳିରେ ପଡ଼ିରହିଛି।ରାସ୍ତାରେ ଯେଭଳି ଧୁଳି ଉଡ଼ୁଥିବାର ଦେଖିବାକୁ ମିଳୁଛି ଯାହା ଫଳରେ ଜନଜୀବନ ଉପରେ ଏହାର ଖୁବ ପ୍ରଭାବ ପଡିଛି।ଧୂଳିରେ ରାସ୍ତାଘାଟ ଦେଖାଯାଉନଥିବା ପରିଲକ୍ଷିତ ହୋଇଛି।ରାସ୍ତା କଡ଼ରେ ନିର୍ମିତ ହୋଇଥିବା ଘର ,ଗଛ ପତ୍ର ସବୁ ଖାଲି ଧୂଳିମୟ ଦେଖାଯାଉଛି। ଏହା ଫଳରେ ବାୟୁ ପ୍ରଦୂଷଣ ହୋଇ ଲୋକେ ନାନା ରୋଗରେ ପୀଡିତ ହେଉଛନ୍ତି। ସୋସୋ ବସ ଷ୍ଟାଣ୍ଡରୁ ଯେଉଁ କଂକ୍ରିଟ ରାସ୍ତା କରାଯାଇଥିଲା ତାହା ଅତ୍ୟନ୍ତ ନିମ୍ନ ମାନର କାମ ହୋଇଥିବାରୁ ଅଳ୍ପ ଦିନ ମଧ୍ୟରେ ଖାଲଢ଼ିପ ସୃଷ୍ଟି ହୋଇଛି। ସୋସୋ ରୁ ଆରମ୍ଭ କରି ଢେଙ୍କା ପର୍ଯ୍ୟନ୍ତ ରାସ୍ତା ର ଅବସ୍ଥା କହିଲେ ନ ସରେ। ଏଥି ସହ ବିଶେଷକରି କାନପୁର, ମରଚାଇପଦା, ସୋସୋ ଗ୍ରାମର ରାସ୍ତା ପ୍ରତି କାହାର ନଜର ପଡୁନାହିଁ।ଖାଲି ନିର୍ବାଚନ ଆସିଲେ ନେତାଙ୍କର ବଡ଼ ବଡ଼ କଥା ନିର୍ବାଚନ ପରେ ସବୁକିଛି ପ୍ରତିଶ୍ରୁତି କୁ ଭୁଲି ଯାଆନ୍ତି। ରାସ୍ତା ପାଇଁ ଟଙ୍କା ଆସୁଛି ପୁଣି ଯାଉଛି କୁଆଡେ।ପ୍ରଶାସନ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଜନସାଧାରଣ ଦାବି କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close