ଢେଙ୍କାନାଳର ଆବାସ ପାଇଁ ଯାଜପୁରରୁ ଲଢେଇ

ଯାଜପୁର,୨୧/୧୨: ଗରୀବଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଂଚୁ । ଏହା ରାଜ୍ୟର ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସବୁଠାରୁ ବଡ ସଂକଳ୍ପ । ଏହି ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାରୁ ସଫଳ ରୂପାୟନ ପାଇଁ ଏକ ନିଆରା ଅଭିଯାନ ଚଲାଇଛନ୍ତି ଯାଜପୁରର ଧର୍ମଶାଳାର ବି.ଜେ.ଡି ନେତା ତଥା ସମାଜସେବୀ ସତୀଶ ବିଶ୍ୱାଳ । ଯାହାର ଆଉ ଏକ ଝଲକ ଆଜି ଲୋକାୟୁକ୍ତ ଓଡିଶାଙ୍କ ଦପ୍ତରରେ ସୋମବାର ଦେଖିବାକୁ ମିଳିଥିଲା । ଢେଙ୍କାନାଳ ଜିଲ୍ଲାର ଜଣେ ଗରୀବଙ୍କ ଆବାସ ଯୋଜନାରୁ ବଂଚିତ କରାଯିବା ନେଇ ଯାଜପୁରରୁ ସତୀଶ ବିଶ୍ୱାଳଙ୍କ ଲଢେଇ ନେଇ ଲୋକାୟୁକ୍ତଙ୍କ ନିକଟରେ ବିଚାର ଆରମ୍ବ ହେବା ଘଟଣା ସାଧାରଣରେ ବେଶ ଆଲୋଚ୍ୟର ବିଷୟ ହୋଇଛି ।
ଖବରରୁ ପ୍ରକାଶ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲପ୍ରସାଦ ପଂଚାୟତ ନିତ୍ୟାନନ୍ଦପୁର ଗ୍ରାମର ନିତ୍ୟାନନ୍ଦ ବାରିକ ଜଣେ ନିହାତି ଗରୀବ ଲୋକ । ଗତ ତା୨୬.୧୦.୧୧ ରିଖରେ ତାଙ୍କର ଘର ପୋଡି ସେ ସର୍ବସ୍ୱାନ୍ତ ହେବା ନେଇ ଗତ ତା୩୦.୧୧.୧୧ ରିଖରେ ଗଁଦିଆ ତହସିଲରୁ ତାଙ୍କୁ ପ୍ରମାଣପତ୍ର ନଂ-୨୮୭୦ ମିଳିଛି । ତାଙ୍କର ନାମ ମଧ୍ୟ ଆବାସ ଯୋଜନା ପ୍ରଦାନ ପାଇଁ ପ୍ରସ୍ତୁତ ଏସ.ଇ.ସି.ସି ତାଲିକାରେ ରହିଛି । ଏଣେ ଘରପୋଡି ଯାଇଥିବା ଗରୀବ ପରିବାରକୁ ଆବାସ ଯୋଜନାରେ ଘର ପ୍ରଦାନ ପାଇଁ ଫାଇବ ଟି ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ନିତ୍ୟାନନ୍ଦ ଶତାଧିକ ବାର ଏଥିନେଇ ଗଁଦିଆ ବି.ଡି.ଓ ଙ୍କ ଠାରୁ ଆରମ୍ବ କରି ଢେଙ୍କାନାଳ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସାକ୍ଷାତ କରିଛନ୍ତି । ଖରା, ବର୍ଷା, ଶୀତରୁ ରକ୍ଷା ପାଇଁ ବହୁବାର ଏହି ଅଧିକାରୀ ମାନଙ୍କ ଗୋଡ ତଳେ ପଡି ଘର ଖଣ୍ଡେ ପାଇଁ କାକୁତି ମିନତି କରିଛନ୍ତି । ହେଲେ ପରିଣାମରେ ଗଁଦିଆ ବି.ଡି.ଓଙ୍କର କଟୁ ମନ୍ତବ୍ୟର ଶୀକାର ହୋଇଛନ୍ତି । ଏଥିନେଇ ବହୁବାର ସେ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳଙ୍କ ନିକଟରେ ନିଜର ଅଭିଯୋଗ ପଂଜିକୃତ କରିଛନ୍ତି । ହେଲେ ଏହାପରେ ବି ୯ ବର୍ଷ ହେଲା ତାଙ୍କର ହକରୁ ତାଙ୍କୁ ବଂଚିତ କରାଯାଇଛି । ଏଥିନେଇ ସତୀଶଙ୍କ ନିକଟରେ ଅଭିଯୋଗ କରିବା ପରେ ସତୀଶ ଏଥିନେଇ ତିନିଥର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପଂଚାୟତରାଜ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ ବଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରୁ ଏଥିନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟକୁ ଆସିଥିବା ନିର୍ଦ୍ଦେଶକୁ ବି ୭ ମାସ ହେଲା ମାଡି ବସିଛି ଗଁଦିଆ ବ୍ଲକ ପ୍ରଶାସନ । ଏହାପରେ ସତୀଶ ଏଥିନେଇ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବା ପରେ ଏଥିନେଇ ଲୋକାୟୁକ୍ତଙ୍କ ନିକଟରେ କେସ ନଂବର- ୧୦୯୧୩ ରୁଜୁ ହୋଇଛି । ଆଜି ଏଥିନେଇ ବିଚାର ସମୟରେ ଗଁଦିଆ ବ୍ଲକ ତରଫରୁ କୌଣସି ଅଧିକାରୀ ଉପସ୍ଥିତ ରହି ନାହାନ୍ତି ଏବଂ କୌଣସି ଉତ୍ତର ମଧ୍ୟ ଦିଆଯାଇ ନାହିଁ । ଏଥିପାଇଁ ଲୋକାୟୁକ୍ତଙ୍କ ତରଫରୁ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ଫେବୃୟାରୀ ୨ ତାରିଖକୁ ପରବର୍ତି ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯିବା ଆକ୍ରୋଶରେ ଗଁଦିଆ ବ୍ଲକ କର୍ତୁପକ୍ଷ ଅଧିକ ପ୍ରତିକ୍ରିୟାଶୀଳ ହୋଇ ଗରୀବ ଲୋକଟିକୁ ତାଙ୍କ ଅଧିକାରରୁ ବଂଚିତ କରିଛନ୍ତି । ଏପରିକି ଏହି ସମୟରେ ଘରପୋଡି ଥିବା ଅନ୍ୟ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ଗୃହ ପ୍ରଦାନ କରାଯାଇ ଥିବା ବେଳେ ନିତ୍ୟାନନ୍ଦଙ୍କୁ ଏହି ଆକ୍ରୋଶରେ ଗୃହ ଦିଆଯାଉ ନାହିଁ । ଏଥିନେଇ ଫାଇବ ଟି ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସତୀଶ ଦାବି କରିଛନ୍ତି । ପ୍ରକାଶ ଥାଉ କି, ରାଜ୍ୟର ବିଭିନ୍ନ ସ୍ଥାନରେ ଗରୀବଙ୍କ ହକ ପାଇଁ ସତୀଶ ଲଢେଇ କରିବା ସହ ଏଥିପାଇଁ ଜଣେ ସମାଜସେବୀ ଭାବେ ମଧ୍ୟ ସେ ୧୭ ଟି ରାଜ୍ୟ ସ୍ତରୀୟ ସମ୍ମାନ ପାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close