‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ଅଶୋକ ଦାସ ସ୍ମାରକୀ ବିଭିନ୍ନ ପ୍ରତିଯୋଗିତା ଏବଂ ‘ଉଦୟବଟ’ ଓ ‘ଶୁଶ୍ରୃସା’ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚକ୍ଷୁ ପରୀକ୍ଷା ଓ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର

ବ୍ୟାସନଗର,୧୧/୧୨(ପଦ୍ମଲୋଚନ ନାୟକ/ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ‘ଉଦୟବଟ’ ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’, ବ୍ୟାସନଗର ତରଫରୁ କୋରେଇର ପୂର୍ବତନ ବିଧାୟକ, ପୂର୍ବତନ ବିରୋଧି ଦଳ ନେତା, ଯାଜପୁରର ଭୂମିପୁତ୍ର ଓ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ୰ ଅଶୋକ ଦାସଙ୍କ ୧୨ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଉପଲକ୍ଷେ ପୂର୍ବ ବର୍ଷମାନଙ୍କ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସଂଗେ ସଂଗେ ଚଳିତ ବର୍ଷ ପ୍ରତିଯୋଗିତାଗୁଡିକୁ ରାଜ୍ୟସ୍ତରୀୟ କରାଯାଇଛି । ହେଲେ ଅନଲାଇନ ମାଧ୍ୟମରେ ରାଜ୍ୟ ବାହାରର ପ୍ରତିଯୋଗୀମାନେ ଭାଗ ନେଉଥିବାରୁ ଆସନ୍ତା ବର୍ଷ କେତେକ ପ୍ରତିଯୋଗିତାକୁ ଜାତୀୟ ସ୍ତରର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା ପ୍ରତିଯୋଗିତାଗୁଡିକରେ ୪୦୦ ପାଖାପାଖି ପ୍ରତିଯୋଗୀ ମାନପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇସାରିଲେଣି । ଗତ କାଲି ଜୁମ ମିଟିଙ୍ଗ ଜରିଆରେ ସିନିୟର ଗ୍ରୃପ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୨୭ଜଣ ପ୍ରତିଯୋଗୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ସକାଳେ ପନାସିଆ କ୍ଲବ ଘରେ ‘ଉଦୟବଟ’, ବ୍ୟାସନଗର ଏବଂ ‘ଶୁଶ୍ରୃସା’ ଚକ୍ଷୁ ଚିକିତ୍ସାଳୟ ଦାନଗଦିର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୭୨ ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୧୫ଜଣଙ୍କ ଠାରେ ମୋତିଆ ବିନ୍ଦୁ ଥିବାର ଠାବ ହୋଇଥିଲା । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ଡ଼ା. କାଳୀ ପ୍ରସାଦ ମହାନ୍ତି, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ସେବାମୂଳକ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିବା ବେଳେ ସାଇ ସେବା ସଂସ୍ଥାର ବରିଷ୍ଠ କାର୍ଯ୍ୟକର୍ତା ରାହାସ ବିହାରୀ ପଣ୍ଡିତ୍‌, ଚକ୍ଷୁ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଶ୍ରୀଧର ନାୟକ, ଚକ୍ଷୁ ପରୀକ୍ଷକ ରୋଜାଳିନ ପରିଡ଼ା, ସହାୟକ ସତ୍ୟଭାରତୀ ମାରାଣ୍ଡୀ ଓ ରଶ୍ମିତା ଦାସ, ‘ଉଦୟବଟ’ର ପ୍ରସାରଣ ଅଧିକାରୀ ପ୍ରଫୁଲ୍ଲ ବାରିକ, ସହଯୋଗୀ ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ, ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ସୈାଭାଗ୍ୟ ମୁଦୁଲି, ରାଜକନିକା ପ୍ରତିନିଧି ଅମୀୟ କୁମାର ମାଝୀ, ଯାଜପୁରରୋଡ ପ୍ରତିନିଧି ପଦ୍ମଲୋଚନ ନାୟକ, ବିଜ୍ଞାପନ ଅଧିକାରୀ ସୁମନ ରାୟ, ସୁଦର୍ଶନ ନାୟକ, ସମର ମଣ୍ଡଳ, ବିପ୍ଳବ ଦତ, ଦୀପୁ ମହାରଣା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close