ବାଇକ ପଛରେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ଡ୍ରାଇଭିଂ ଲାଇସେନ୍ସ ହେବ ବାତିଲ

ଭୁବନେଶ୍ୱର/କଟକ/ ବ୍ୟାସନଗର ; ୦୫/୧୨ : ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଘୋଷଣାନୁଯାୟୀ ୧ମାର୍ଚ୍ଚ ୨୦୨୦ରୁ ବାଇକ ଚଳକଙ୍କ ପଛରେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ଏହାକୁ ଏବେ କାର୍ଯ୍ୟକାରୀ କରିବାରେ ଲାଗିପଡିଛନ୍ତି ଅଧିକାରୀ। ଶନିବାର ଆରଟିଓ କଟକ ପକ୍ଷରୁ ଏକ ଟ୍ୱିଟ ଜରିଆରେ ସୂଚନା ଅନୁଯାୟୀ ଓଲଟପୁର ଥାନା ଦ୍ୱାରା ମିଳିତ ଯାଞ୍ଚ ଅଭିଯାନ କରାଯାଇଥିଲା। ଏହି ଯାଂଚରେ ୯୨ଜଣଙ୍କ ଠାରୁ ଜୋରିମାନା ଆଦାୟ ଆକାରରେ ୧୩୪୦୦୦ ଟଙ୍କା ଆଦାୟ କରାଯାଇଛି। ୪୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ନିଜକୁ ସୁରକ୍ଷା ଦେବାସହ ଜୋରିମାନାରୁ ବଞ୍ଚିତ ରହିବାକୁ ଆର୍ଟିଓ ଅଫିସ ପକ୍ଷରୁ କୁହାଯାଇଛି। ଖାଲି ବାଇକ ଚାଳକ ହେଲମେଟ ପିନ୍ଧିଲେ ଚାଲିବ ନାହିଁ ବାଇକ ପଛରେ ବସିଥିବା ବ୍ୟକ୍ତିକୁ ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି ଆଧାରରେ ସମସ୍ତ ଜିଲ୍ଲାରେ ଯାଞ୍ଚ ଜୋର ଧରିଛି। ଆଜି ବ୍ୟାସନଗର ଗୋପବନ୍ଧୁ ଛକ ଠାରେ ଯାଞ୍ଚ ପ୍ରକ୍ରିୟା ଜାରି ଥିବାର ସୂଚନା ମିଳିଛି। କୋଭିଡ ଯୋଗୁଁ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା କିନ୍ତୁ ଏହାକୁ ଏବେ କାର୍ଯ୍ୟକାରୀ କରାଯାଉଥିବାର ଦେଖିବାକୁ ମିଳୁଛି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close