ପଟ୍ଟାମୁଣ୍ଡାଇ ବାଇପାସ ଓ ରାଜକନିକା ବରୁଣାଡିହା ଛକରେ ଜିଲ୍ଲା ଯୁବ କଂଗ୍ରେସ ଏବଂ କଂଗ୍ରେସ କମିଟି ତରଫରୁ ଭାରତ ବନ୍ଦ
କେନ୍ଦ୍ରାପଡ଼ା, ୨୬/୧୧ (ରାଜକିଶୋର ନାୟକଙ୍କ ଠାରୁ): କେନ୍ଦ୍ରର ମୋଦି ସରକାରଙ୍କ ବେଳେ ଶ୍ରମିକ, କୃଷକ ତଥା ଜନବିରୋଧି କାର୍ଯ୍ୟକ୍ରମ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଏବଂ ବିଶେଷକରି ଗତ କିଛି ଦିନ ମଧ୍ୟରେ ଦେଶର ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇ ପଡିବା ଅଭିଯୋଗ କରି ଆଜି ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଭାରତ ବନ୍ଦର ଡାକରା ଦିଆଯାଇଥିଲା । ଏହି ବନ୍ଦ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସ ଓ କଂଗ୍ରେସ କମିଟି ତରଫରୁ ସମର୍ଥନ କରି ରାସ୍ତାରୋକ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ବେଳେ କଂଗ୍ରେସକର୍ମୀ ଓ ନେତାମାନେ ସାମିଲ ହୋଇଥିବାର ଦେଖାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ବାଇପାସ ଓ ରାଜକନିକା ବରୁଣାଡିହା ଛକ ଠାରେ ଜିଲ୍ଲା ଯୁବ କଂଗ୍ରେସ ଓ କଂଗ୍ରେସ କମିଟି ତରଫରୁ ରାସ୍ତାରୋକ କରାଯାଇଥିଲା ।
Live Share Market