ବନ୍ଦେ ଉତ୍କଳ ଜନନୀ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ

ଭୁବନେଶ୍ୱର ; ୧୩/୧୧ : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ  ‘ବନ୍ଦେ ଉତ୍କଳ ଜନନୀ’ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବା ନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି। ଏଣିକି ବିଦ୍ୟାଳୟ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ଦେଖିବାକୁ ମିଳିବ। ସୂଚନାନୁଯାୟୀ ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଛନ୍ତି। ଗତ ମେ ୩୦ ତାରିଖରେ ସାରା ଓଡ଼ିଶା ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡିଶାବାସୀଙ୍କ ଦ୍ୱାରା ସାମୂହିକ କଣ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଏ ଗୀତକୁ ଗାନ କରାଯିବା ସହ ଏକ ଭାବମୟ ପରିବେଶ ସୃଷ୍ଟି ହୋଇପାରିଥିଲା।ଉତ୍କଳ ମାଟି ମାର ଜୟଗାନ କରୁଥିବା ଏହି ମହାନ ସଙ୍ଗୀତ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଜାତୀୟତାର ଭାବକୁ ସୁଦୃଢ କରିବା ସହ ଓଡ଼ିଆ ଜାତିର ମହାନତା,ପରମ୍ପରା, ସଂସ୍କୃତି ସହ ପରିଚିତ କରାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।  ସରକାର ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାପରେ ବିଦ୍ୟାଳୟ ଗୁଡିକରେ ଏହାକୁ ଗାନ କରିବା ବାଧ୍ୟତାମୂଳକ କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close