ତିହିଡି ଗୁଆମାଳ ପଂଚାୟତ କୁମାରପୁରରେ ନଳକୂପକୁ ନେଇ ବିବାଦୀୟ ପରିସ୍ଥିତି

ତିହିଡି, ୧୧/୧୧: ଭଦ୍ରଖ ଜିଲ୍ଲାର ତିହିଡି ବ୍ଲକ ଅର୍ନ୍ତଗତ ଗୁଆମାଳ  ପଂଚାୟତ କୁମାରପୁର ଗ୍ରାମରେ ଏକ ପୁରୁଣା ନଳକୂପକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ଏହି ଗ୍ରାମର ୰ ହରିହର ପାଣିଗ୍ରାହୀଙ୍କ ପୁଅ ଅଦୈତ୍ୟ ପାଣିଗ୍ରାହୀ ତାଙ୍କ ନିଜ ଘରବାରୀ ଜମିରେ ଘର କରି ରହିଆସିବା ସହ ଘର ପାଖରେ ନଳକୂପ ବସାଇ ଜଳ ବ୍ୟବହାର କରୁଛନ୍ତି । ନଳକୂପଟି ତାଙ୍କ ନିଜ ଜମି ଖାତା ନଂ.୧୬୨୮, ପ୍ଲଟ ନଂ.୨୬୨୮ରେ ବସିଥିବା ବେଳେ ଜଣେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅଯଥା ହଇରାଣ କରିବାକୁ ମସୁଧା କରି ନଳକୂପଟି ରାସ୍ତାରେ ବସିଛି ବୋଲି ତିହିଡି ତହସିଲରେ ଅଭିଯୋଗ କରିବା ପରେ ତସହିଲ ପକ୍ଷରୁ ଉପଯୁକ୍ତ ସରଜମିନ ତଦନ୍ତ ନ କରି ନୋଟିସ କରି ଜରିମାନା ଆଦାୟ କରିଛନ୍ତି । ଅଦୈତ୍ୟ ବାପା ଗୋସେଇଁ ବାପା ଅମଳରୁ ସେହି ଜାଗାକୁ ଭୋଗ ଦଖଲ କରିଆସୁଥିବା ଓ ଗ୍ରାମର ପ୍ରାୟ ସମସ୍ତେ ଏହା ତାଙ୍କର ବୋଲି ବର୍ଷ ବର୍ଷ ହେଲା ଜାଣିଆସିଥିଲେ ହେଁ କେଉଁ ସ୍ୱାର୍ଥରେ ଏବେ ଏହି ଜାଗା ତାଙ୍କର ନୁହେଁ ବୋଲି କହି ପାଣି ଖାଉଥିବା ନଳକୂପଟି ତାଙ୍କ ଜାଗାରେ ବସିନାହିଁ ବୋଲି ଅଭିଯୋଗ କରାଯାଉଛି ତାହା ସେ ବୁଝି ପାରୁନାହାନ୍ତି ବୋଲି କହିଛନ୍ତି ଅଦୈତ୍ୟ । ସ୍ଥାନଟିର ପ୍ରକୃତ ମାପଚୁପ କରି ଚିହ୍ନଟ ନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନେଇ ରାଜନୀତି ଅଛି ବୋଲି ଲୋକେ ଆଲୋଚନା କରୁଛନ୍ତି । ପୁନଶ୍ଛ, କରୋନା ଭଳି ବିଷମ ସମୟରେ ପାଣି ବନ୍ଦ କରିବାକୁ ଷଡ଼ଯନ୍ତ୍ର ରଚିବାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ଅପରପକ୍ଷରେ ଅଦୈତ୍ୟ ଏହା ବିରୋଧରେ ଆଇନର ଦ୍ୱାରସ୍ଥ ହୋଇ କୋର୍ଟରେ ଏକ କେସ କରିଥିବାର ଜଣାଯାଇଛି । ଏତେ ଛୋଟ କଥାକୁ ନେଇ ମାମଲା ବଢ଼ିଥିବାରୁ କେତେକ ଗ୍ରାମବାସୀ ତାଜୁବ ହୋଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close