ଯାଜପୁର ଜିଲ୍ଲା କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଯାଜପୁର ଟାଉନ, ୦୪/୧୧(ବସନ୍ତ କୁମାର ପାତ୍ରଙ୍କ ଠାରୁ): ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ନେତା ମହାବିନାୟକ ଦାମୋଦର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ଦାବୀରେ ଆଜି ଯାଜପୁର ଜିଲ୍ଲା କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ଏକ ଦାବୀପତ୍ର ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ବାହିନୀ ପକ୍ଷରୁ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ର ପ୍ରଦାନ ସମୟରେ ହିନ୍ଦୁ ବାହିନୀର ଜିଲ୍ଲା ଅଧ୍ୟକ୍ଷ ଅଭିମନ୍ୟୁ ଶତପଥି, ଜିଲ୍ଲା ସଚିବ ଶ୍ରୀକାନ୍ତ ମହାପାତ୍ର, ସହସଂଯୋଜକ ବସନ୍ତ କୁମାର ପାତ୍ର, ଗୋରକ୍ଷା ପ୍ରମୁଖ ବିଶ୍ୱାମିତ୍ର ସୁବୁଦ୍ଧି, ଜିଲ୍ଲା ଅଧ୍ୟକ୍ଷା ସାବିତ୍ରୀ ରାଉତ, ମହାମନ୍ତ୍ରୀ ଉମାକାନ୍ତ ବିଶ୍ୱାଳ, ସ୍ୱାସ୍ଥ୍ୟ ପ୍ରମୁଖ ସୁମନ୍ତ ନାୟକ, କୋଷାଧ୍ୟକ୍ଷା ଅରୁଣ କୁମାର ମହାରଣା, ସୁକିନ୍ଦା ବ୍ଲକ ମହାସଚିବ ଜୟନାରାୟଣ ମହାପାତ୍ର, ଦାନଗଦି ବ୍ଲକ ଗୋରକ୍ଷା ପ୍ରମୁଖ ମିଲନ ବେହେରା, ଦଶରଥପୁର ବ୍ଲକ୍ ଅଧ୍ୟକ୍ଷ ଶୁକଦେବ ଦାସ, ବଡ଼ଚଣା ଅଧ୍ୟକ୍ଷ ନମିତା ଜେନା, କାର୍ଯ୍ୟକର୍ତା ଶୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close