କେବେ ଖୋଲିବ ସ୍କୁଲ ଏ ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ; ୦୪/୧୧ : ଓଡ଼ିଶାରେ ସ୍କୁଲ ଖୋଲିବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ନଭେମ୍ବର ତୃତୀୟ ସପ୍ତାହରେ ସ୍କୁଲ ଖୋଲିବ ବୋଲି କହିଛନ୍ତି ମନ୍ତ୍ରୀ। ପ୍ରଥମେ ନବମରୁ ଦ୍ୱାଦଶ ଯାଏଁ କ୍ଲାସ କରାଯିବ ବୋଲି ସୂଚନା ରହିଛି। ଅଭିଭାବକ ପିଲାଙ୍କୁ ବିଦ୍ୟାଳୟ ଛାଡିବାକୁ ଅରାଜିହେଲେ ସେମାନଙ୍କ ପାଇଁ ଅନଲାଇନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଖୁବ ଶୀଘ୍ର ସ୍କୁଲ ଖୋଲିବା ନେଇ ଏସ ଓ ପି ଜାରି କରାଯିବ । ଜିଲ୍ଲାପାଳ ଓ ଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ନିର୍ଦ୍ଦେଶନାମା ଜାରି କରାଯିବ । ଏ ବର୍ଷ ୩୦ପ୍ରତିଶତ ସିଲାବସ୍ ହ୍ରାସ କରାଯିବା ସହ ୭୦ପ୍ରତିଶତ ରେ ନୂତନ କ୍ୟାଲେଣ୍ଡର ଓ ସିଲାବସ୍ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା ରହିଛି। ବିଦ୍ୟାଳୟକୁ ଆସିବା ପରେ ସଂକ୍ରମଣ ନ ବ୍ୟାପିବା ପାଇଁ କେଉଁ ସବୁ ନିୟମ ପାଳନ କରାଯିବ ଏ ନେଇ ବ୍ଲୁ ପ୍ରିଣ୍ଟ ଖୁବ ଶୀଘ୍ର ପ୍ରକାଶ ପାଇବ। ପ୍ରାଥମିକ ଶ୍ରେଣୀ ପାଇଁ ପୁର୍ବପରି ଅନଲାଇନ ପାଠପଢା ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close