ବ୍ୟାସନଗର ପଦ୍ମପୁରର ୩ ବେସାହାରା ଶିଶୁ ଯାଜପୁରର ବାଳାଶ୍ରମରେ ଥଇଥାନ ହେଲେ

 

ଯାଜପୁର, ୨୦/୧୦ (ସନ୍ତୋଷ ରଥଙ୍କ ଠାରୁ): ବାପା ଆରପାରିକୁ ଚାଲିଗଲା ପରେ ଶିଶୁମାନେ ହୋଇଗଲେ ବେସାହାରା । ଆଈ ପାଖରେ ରହି ବହୁ ଦୁଃଖକଷ୍ଟରେ ଦିନ କାଟୁଥିଲେ । ଭିନ୍ନକ୍ଷମ ବିଧବା ମା ପିଲାଙ୍କ ରକ୍ଷଣାବେକ୍ଷଣ କରିବା କିମ୍ବା ସେମାନଙ୍କ ଯତ୍ନନେବା କଷ୍ଟସାଧ୍ୟ ହୋଇପଡିଲା । ଶେଷରେ ନିରୁପାୟ ହୋଇ ମା ତାଙ୍କ ୩ଟି ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ୟାସନଗର ପୌରାଞ୍ଚଳର ୨ନଂ. ୱାର୍ଡର ପଦ୍ମପୁର ଅଞ୍ଚଳରେ । ଏହା ହେଉଛି ଏକ ଦଳିତ ପରିବାରର ଘଟଣା । ମହିଳାଙ୍କର ଅଛନ୍ତି ୫ପୁଅଝିଅ । ପରିବାରରେ ସ୍ବାମୀ ଥିଲେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତେବେ ସ୍ବାମୀଙ୍କୁ ହରାଇବା ପରେ ମହିଳା ଜଣକ ଏବେ କିଂକର୍ତ୍ତବ୍ୟ ବିମୁଢ ହୋଇଗଲେ । ପିଲାମାନଙ୍କ ଲାଳନପାଳନ, ଖାଦ୍ୟପେୟ, ପୋଷାକ, ପାଠପଢା ସବୁକିଛି ପାଇଁ ମା ନାଚାର ହୋଇଗଲେ । ମାଗିଯାଚି ବା କେତେଦିନ କଣ କରିପାରିବେ । ଶେଷରେ ମହିଳା ଜଣକ ବାଧ୍ୟହୋଇ ୩ଟି ଶିଶୁଙ୍କୁ ନେଇଯିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ନିକଟରେ ଆପତ୍ତି ଜଣାଇଥିଲେ । ଶିଶୁ ସୁରକ୍ଷା ଡେସ୍କ ଓ ଚାଇଲ୍ଡ ଲାଇନର ସଦସ୍ୟ ମାନେ ଏଠାରେ ପହଞ୍ଚି ଶିଶୁ ତିନୋଟିଙ୍କୁ ଉଦ୍ଧାର କରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ହସ୍ତାନ୍ତର କରିଥିବା ଜଣାପଡିଛି । ସେଠାରେ ଶିଶୁମାନଙ୍କୁ ବାଳାଶ୍ରମରେ ରଖାଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ଓ ସଦସ୍ୟମାନେ ମନ୍ତବ୍ୟ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close