ଧର୍ମଶାଳା ପୁଲିସକୁ ମିଳିଛି ବଡ ସଫଳତା, ୧୧ଜଣ ଲୁଟେରା ଗିରଫ

ଯାଜପୁର, ୧୮/୧୦: ଯାଜପୁର ଜିଲ୍ଲାର ଧର୍ମଶାଳା ପୁଲିସକୁ ମିଳିଛି ବଡ ସଫଳତା । ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ୧୧ଜଣ ଲୁଟେରାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ଯାଜପୁର ଏସ. ପି ଚରଣ ସିଂ ମୀନା ଏ ସମ୍ପର୍କରେ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ଅକ୍ଟୋବର ୬ ତାରିଖ ସଂଧ୍ୟା ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ବନ୍ଧଡିହ ଅଂଚଳର ସୁନା ବ୍ୟବସାୟୀ ମହେଶ୍ବର ସାହୁଙ୍କୁ ଆକ୍ରମଣ କରି ସୁନା ଲୁଟି ନେଇଥିଲେ। ଏନେଇ ଧର୍ମଶାଳା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ୧୧ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୦୫ ଲକ୍ଷ ୮୯ ହଜାର ଶହେ ଟଙ୍କା, ୧ଟି ଦେଶୀ ବନ୍ଧୁକ,୨ଟା ଗୁଳି, ୧୨କେଜି ୨ଶହ ରୂପା ଅଳଙ୍କାର, ୪ଟି ବାଇକ ଜବତ କରିବା ସହ ଏମାନଙ୍କୁ କୋର୍ଟ ଚାଲାଣ କରିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close