ଗୃହପାଳିତ ପଶୁଙ୍କ ଦୁର୍ଘଟଣା ଦିନକୁଦିନ ବଢ଼ିବାରେ ଲାଗିଛି

ଯାଜପୁର ; ୦୮/୧୦ : ଓଡ଼ିଆ ଜାତିର ପ୍ରଥା ପରମ୍ପରା ଦିନକୁ ଦିନ ଲିଭିଯାଉଛି । ମଣିଷର ମାନବିକତା ଦିନକୁଦିନ ହଜିଯାଉଛି । ଗୋମାତାଙ୍କ ସେବାକୁ ଆମେ ଭୁଲିଯାଉଛନ୍ତି । ଗୁରୁଗାଈଙ୍କ ରକ୍ଷଣ।ବେକ୍ଷଣ ଆମେ ଠିକ ଭାବରେ କରିପାରୁନାହାନ୍ତି ।  ସେମାନଙ୍କୁ ଆମେ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି । ଦିନକୁ ଦିନ ଗୃହପାଳିତ ପଶୁଙ୍କ ଦୁର୍ଘଟଣା ଚାରିଆଡେ ଦେଖିବାକୁ ମିଳୁଛି । ଗୃହପାଳିତ ପଶୁ ଯେପରି ଗୋରୁଗାଈ, ଷଣ୍ଢ ଆଦିଙ୍କ ରାସ୍ତାରେ ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତାର କାରଣ ସାଜିଛି । ଲୋକେ ଗୋରୁଗାଈଙ୍କ ଦେଖଭାଲ ଠିକ ଭାବରେ ନକରିବା ସହ ସେମାନଙ୍କୁ ରାସ୍ତା ଉପରେ ଛାଡି ଦେଉଛନ୍ତି ଯାହା ଫଳରେ ଗୋରୁଗାଈ ମୂଖ୍ୟ ରାସ୍ତାରେ ଯାତାୟତ କରୁଥିବା ଯାନବାହନ ସହ ଧକ୍କା ହୋଇ ମୃତ୍ୟୁ ବରଣ କରୁଛନ୍ତି । ଗତ ଦୁଇ ଦିନତଳେ ପାଣିକୋଇଲି ଥାନା ସାମ୍ନାରେ ଏକ ଦୁର୍ଘଟଣାରେ ଗୋରୁଟିଏ  ପ୍ରାଣ ହରାଇଥିଲା। ଆଜି ପାଣିକୋଇଲି ନିକଟସ୍ତ ମୁଖ୍ୟ ରାସ୍ତା ଯାହା ଯାଜପୁରରୋଡ଼ ପାଣିକୋଇଲିକୁ ସଂଯୋଗ କରୁଛି ସେହି ରାସ୍ତାରେ ଗୋଟେ ନୁହେଁ ତିନି ତିନିଟା ଗୋରୁ ଗାଡି ଧକ୍କାରେ ମୃତ୍ୟୁ ବରଣ କରିଥିଲେ ହେଁ ଦୀର୍ଘ ସମୟ ଧରି ଏହା ରାସ୍ତାରେ ପଡିରହିଥିଲା । ଯାହାଫଳରେ ମୁଖ୍ୟ ରାସ୍ତାରେ ଯାତାୟାତ କରୁଥିବା ଗାଡିଚାଳକ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଏଥି ପ୍ରତି କାହାର ଦୃଷ୍ଟି ନ ପଡିବା କଥା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close