ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ

ଭୁବନେଶ୍ୱର,୦୪/୧୦ : ରାଜ୍ୟରେ କରୋନା ଓ ହୃଦଘାତ ଜନିତ ମୃତ୍ୟୁ ଦିନକୁଦିନ ବଢ଼ିବାରେ ଲାଗିଛି। ବିଳମ୍ବିତ ରାତି ୨ଟା ୩୬ ମିନିଟ ସମୟରେ ୬୫ବର୍ଷ ବୟସରେ ପିପିଲି ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଘଟିଛି। ବିଜୁଜନତା ଦଳର ଜଣେ ଟାଣୁଆ ନେତା ଭାବରେ ସେ ପରିଚିତ ଥିଲେ। ସୂଚନାଯୋଗ୍ୟ ଯେ ସେ ବହୁରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୭ଥର ନିର୍ବାଚନରେ ଜିତି ନିଜକୁ ପ୍ରତିଷ୍ଠିତ ନେତା ଭାବରେ ଲୋକପ୍ରିୟ ଥିଲେ । ୨୦୦୦ରୁ ଲଗାତାର ୫ଥର ବିଜେଡ଼ି ରୁ ବିଜୟୀଲାଭ କରିଥିଲେ। ଛାତ୍ର ଜୀବନରୁ ମଧ୍ୟ ସେ ନେତୃତ୍ୱ ଏସଏସସି କଲେଜରୁ ଆରମ୍ଭ କରିଥିଲେ। କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ଭାବରେ ଅନେକ କାର୍ଯ୍ୟ ମଧ୍ୟ କରି ଲୋକଲୋଚନକୁ ଆସିଥିଲେ। ତାଙ୍କର ଏହି ବିୟୋଗରେ ରାଜ୍ୟରାଜନୀତିରେ ଏକ ପୂର୍ଣ୍ଣଛେଦ ଦେଖାଦେବା ସହ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ରାଜନୀତି ରୁ ଆରମ୍ଭକରି ଯାତ୍ରାଜଗତରେ ମଧ୍ୟ ଶୋକର ବାତାବରଣ ଦେଖାଦେଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close