ଗାନ୍ଧୀ ଜୟନ୍ତୀରେ ସରୋଜ ଶତପଥି ଓ ସନ୍ଧ୍ୟାରାଣୀ ଘଡ଼ାଇଙ୍କ କବିତା ସଂକଳନ ଉନ୍ମୋଚିତ

ବ୍ୟାସନଗର, ୦୨/୧୦: ସ୍ଥାନୀୟ ବ୍ୟାସନଗର ସ୍ଥିତ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଦୁଇ ଦୁଇଟି କବିତା ସଂକଳନ ଉନ୍ମୋଚିତ ହୋଇଯାଇଛି । କବି ସରୋଜ କୁମାର ଶତପଥିଙ୍କ ବ୍ୟଙ୍ଗ କବିତା ସଂକଳନ ‘ଚିନ୍ତା ଥେରାପି’ ଓ କବୟତ୍ରୀ ସନ୍ଧ୍ୟାରାଣୀ ଘଡ଼ାଇଙ୍କ କବିତା ସଂକଳନ ‘ମୈାସୁମୀ ଗୋକୁ ଆଜି ପୂର୍ବାହ୍ନରେ ଅତରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବିଶିଷ୍ଟ ସାହିତ୍ୟିକ ସୂର୍ଯ୍ୟମଣି ଖୁଂଟିଆ, ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟା ସଂଯୁକ୍ତା ମହାପାତ୍ର, ସାହିତ୍ୟିକ ଗୁଣନିଧି ଗୁରୁଙ୍କ ଉପସ୍ଥିତିରେ ଶ୍ରୀ ଶତପଥିଙ୍କ ବ୍ୟଙ୍ଗ କବିତା ସଂକଳନ ଓ ଶ୍ରୀମତୀ ଘଡ଼ାଇଙ୍କ କବିତା ସଂକଳନ ଦ୍ୱୟ ଉନ୍ମୋଚିତ ହୋଇଯାଇଛି । କରୋନା କଟକଣା କାରଣରୁ ହାତଗଣତି କେତେକ ସାହିତ୍ୟିକ ଓ ସାମ୍ବାଦିକ ପ୍ରମୁଖଙ୍କୁ ନେଇ ଉନ୍ମୋଚନ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା । ଏଥିରେ ଆମ ସାହିତ୍ୟ ପରିବାର, ବ୍ୟାସନଗରର ସଭାପତି ଅଲେଖ ପ୍ରସାଦ ମହାରଣା, ଉପଦେଷ୍ଟା ଅକ୍ଷୟ କୁମାର ଦାସ, ସଂଗଠନ ସଂପାଦକ ତଥା ସାମ୍ବାଦିକ ସୁଜିତ୍ କୁମାର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close