ଅମାନିଆଙ୍କୁ ସାବଧାନ କରିବାକୁ ଭୁବନେଶ୍ୱରରେ ଯାଞ୍ଚ ଜୋର ଧରିଛି , ଯାଞ୍ଚ ସହ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି

ଭୁବନେଶ୍ୱର;୩୦/୯ :  ଭୁବନେଶ୍ୱରରେ ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି। ଲାକଡ଼ାଉନ ଖୋଲିବାପରେ ସାରା  ରାଜ୍ୟରେ ଜନଜୀବନ ଚଳ ଚଞ୍ଚଳ ହୋଇଉଠିଛି ,କିନ୍ତୁ କୋଭିଡ ନିୟମକୁ କିଛି ଅମାନିଆ ମାନୁନାହାନ୍ତି ଯାହା ଫଳରେ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଭୁବନେଶ୍ୱର ସମେତ ଅନ୍ୟ କିଛି କିଛି ଅଞ୍ଚଳରେ ମଧ୍ୟ ଅମାନିଆଙ୍କ ଯୋଗୁଁ କୋଭିଡ ବଢିବାର ଭୟ ସୃଷ୍ଟି ହୋଇଛି ଏହାକୁ ନଜରରେ ରଖି ପୋଲିସ ପ୍ରଶାସନ ନିୟମକୁ କଡାକଡି ଭାବରେ ପାଳନ କରୁଛି। କ୍ରମାଗତ ଭାବରେ କିଛିଦିନ ହେବ ସାରା ଓଡ଼ିଶାରେ ସଂକ୍ରମଣ ଥମିବାର ନା ଧରୁନି ସେଥିପାଇଁ ଯାଞ୍ଚ ପ୍ରକ୍ରିୟା ଜାରି ରଖିବା ସହ ଜୋରିମାନା ଆଦାୟ କରାଯାଉଛି । ପୋଲିସ କରୋନା ଯୋଦ୍ଧା ସାଜି ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ କରୋନା ଠାରୁ ଦୂରରେ ରଖିବାକୁ ସତଚେଷ୍ଟା ଜାରି ରଖିଛି। ପୋଲିସ ଲୋକମାନଙ୍କୁ ବୁଝା ସୁଝା କରାଇବା ସହ ସଚେତନତା ର ବାର୍ତ୍ତା ପହଂଚାଉଛି। ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳରେ ଅଧିକ ସଂକ୍ରମଣ ଦେଖିବାକୁ ମିଳୁଛି । ଆମେ ନିଜେ ସତର୍କ ରହି ଅନ୍ୟମାନଙ୍କୁ ସତର୍କ କରାଇପାରିଲେ ଯାଇ ଆମେ କରୋନାଠାରୁ ଦୂରରେ ରହିପାରିବା । ମାସ୍କ ଆଉ ସାମାଜିକ ଦୂରତା ହିଁ ଏକ ମାତ୍ର ଉପାୟ କୁ  ସମସ୍ତେ ଅପଣାଇବା ଦରକାର ତେବେ ଯାଇ କରୋନା ହାରିବ ଦେଶ ଜିତିବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close