ସୁକିନ୍ଦା ବିଜେପି ତରଫରୁ ସେବା ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ, ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ, ଶୁଖିଲା ଖାଦ୍ୟ ବଂଟନ

ଯାଜପୁର, ୧୯/୦୯(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଭାରତର ଜନ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଦେଶବ୍ୟାପି ଚଳିତ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳିତ ହେଉଅଛି । ଏହି ଅବସରରେ ସୁକିନ୍ଦା ବିଜେପି ତରଫରୁ ବିଭିନ୍ନ ସ୍ଥାନରେ ଜନ କଲ୍ୟାଣକାରୀ ଯୋଜନା ଯଥା-ବୃକ୍ଷରୋପଣ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଶୁଖିଲା ଖାଦ୍ୟ ବଂଟନ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଗତ କାଲି ଶୁକ୍ରବାର ପୂର୍ବାହ୍ନରେ ସୁକିନ୍ଦା ସ୍ଥିତ ମାଉସୀ ମା’ ମନ୍ଦିର ପ୍ରାଙ୍ଗଣରେ, ପଙ୍କପାଳ ସ୍ଥିତ ଗ୍ରାମ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଓ ରାବଣା ମେଡିକାଲ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମରେ ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ (ଟୁଟୁ ବାବୁ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେବା ସପ୍ତାହ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଶ୍ରୀ ବଳସାମନ୍ତ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରି ଦେଶର ଜନସାଧାରଣଙ୍କ ପାଇଁ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅବଗତ କରିଥିଲେ । ରାବଣା ମେଡିକାଲ ନିକଟରେ ଗରୀବ ଶ୍ରେଣୀର ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଏଥିରେ ଜିଲ୍ଳା ଯୁବ ବିଜେପି ନେତା ବିଶ୍ୱଜିତ୍ ରାଜ୍ (ବାବୁନି), ଦାନଗଦି ବ୍ଲକ ଉପାଧ୍ୟକ୍ଷ ସୁଧାଶୁଂ ଶେଖର ଭଞ୍ଜ, ବରିଷ୍ଠ ବିଜେପି ନେତା ପ୍ରଶାନ୍ତ ରାୟ (ଲୁଲୁ), ୩୮ନଂ. ସୁକିନ୍ଦା ଶିଳ୍ପାଚଂଳ ମଣ୍ଡଳ ସଂଯୋଜକ ସରୋଜ ବାରିକ, ସୁକିନ୍ଦା ସରପଂଚ ମନ୍ଦାକିନୀ ସେଠୀ, ସୁକିନ୍ଦା ବ୍ଲ୍‌କ୍ ବିଜେପି ନେତା ଶୁଭକାନ୍ତ ମହାନ୍ତି, ୩୭ନଂ. ମଣ୍ଡଳ ସଭାପତି  ପୁଷ୍ପକ ମହାପାତ୍ର, ସୋମନାଥ କାନୁନ୍‌ଗୋ,  ଯୁବ ନେତା ଜୀତେନ୍ଦ୍ର ବେହୁରା, ଜାଗୁଳା ବେହେରା, ପୁଷ୍ପିତା ବେହେରା, ପୁପୁଲି ବାରିକ, ଯୁବ ନେତା ପିନୁ ସାମଲ, ସଂଜୟ ମହାନ୍ତି, ଯୁବ ନେତା ଜୀତେନ୍ଦ୍ର ବେହେରା, ବସନ୍ତ ଜେନା, ସ୍ମୃତି ରଂଜନ ଜେନା, ହିମାଂଶୁ ପୃଷ୍ଟି, ବିନୋଦ ଧଳ, ବିଚିତ୍ର ଦଳାଇ, ଦେବେନ୍ଦ୍ର ପ୍ରଧାନଙ୍କ ସମେତ ବହୁ କର୍ମୀ କାର୍ଯ୍ୟକ୍ରମଗୁଡିକରେ ଅଂଶଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close