ବ୍ୟାସନଗରରେ ପୁଣି ହୃଦ୍‌ଘାତରେ ଜଣଙ୍କର ପରଲୋକ, ସହରରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆତଙ୍କ ସୃଷ୍ଟି

 

ବ୍ୟାସନଗର, ୧୩/୦୯( ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ବ୍ୟାସନଗର ପୈାରାଂଚଳରେ ଗତ କିଛି ଦିନ ହେଲା ଅସ୍ୱାଭାବିକ ଭାବେ ବିଭିନ୍ନ ରୋଗ ବିଶେଷକରି ହୃଦ୍‌ଘାତରେ ଜଣକ ପରେ ଜଣଙ୍କର ମୃତ୍ୟୁ ହେବାକୁ ନେଇ ସହରରେ ଆଶଙ୍କା ସୃଷ୍ଟି ହୋଇଛି । ଗତ କିଛି ଦିନ ହେଲା ଏଠାରେ ‘କରୋନା’ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଯେତିକି ଭୟ ସୃଷ୍ଟି ହୋଇଥିଲା ତା’କୁ ବଳିଯାଇଛି ବିଭିନ୍ନ ରୋଗ ଓ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ । ଅଚାନକ କେତେକ ଅଳ୍ପ ବୟସ୍କ ଓ ମଧ୍ୟ ବୟସ୍କ ଚିକିତ୍ସା ପାଇଁ ଯାଉଥିବା ବେଳେ ବା ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁମୁଖରେ ପଡ଼ୁଥିବା ଯୋଗୁ ସହରରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ ୧୧.୯.୨୦୨୦ ସନ୍ଧ୍ୟାରେ ସ୍ଥାନୀୟ ୦୨ନଂ. ୱାର୍ଡର ସଦାଶିବ ପ୍ରଧାନ ନାମକ ଜଣେ ଯୁବକ ଫେରୋକ୍ରୋମ କ୍ଲବରେ ବ୍ୟାଡ୍‌ମିଂଟନ ଖେଳୁଥିବା ବେଳେ ଅଚାନକ ତଳେ ପଡ଼ି ମୃତ୍ୟୁବରଣ କରିଥିବା ବେଳେ ଗତ କାଲି ସନ୍ଧ୍ୟାରେ ୦୧ନଂ. ୱାର୍ଡ ଯୋଡାବରର ମୂରଲିଧର ବିଶ୍ୱାଳ (ମୂଳିଆ) ୫୮ଙ୍କ ମଧ୍ୟ ଦୃଦ୍‌ଘାତରେ ମୃତ୍ୟୁ ହୋଇଥିବାର ଜଣାଯାଇଛି । ତା. ୦୪.୦୯.୨୦୨୦ରେ ସହରର ବରିଷ୍ଠ କଂଗ୍ରେସ ନେତା ତଥା ଯୋଡାବର ଗ୍ରାମନିବାସୀ କୈଳାସ ପହିଙ୍କର ସ୍ଥାନୀୟ ଧବଳଗିରି ଠାରେ ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା । ପୁନଶ୍ଚ, କିଛି ଦିନ ତଳେ ସ୍ଥାନୀୟ ୦୨ନଂ. ୱାର୍ଡ ପନାସିଆର ଶ୍ରମିକ ଶ୍ରେଣୀର ପ୍ରଫୁଲ୍ଲ ବିନ୍ଧାଣୀ (୫୧ ବର୍ଷ)ଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା । ସହର ଓ ଆଖପାଖ ଅଂଚଳର କିଛି ମୁରବି ଶ୍ରେଣୀର ଲୋକଙ୍କର ବି ଏହି ଅଳ୍ପ ଦିନ ଭିତରେ ପରଲୋକ ଘଙ୍କିଛି । ଏହା ସହିତ ବିଭିନ୍ନ ଠିକା ସଂସ୍ଥାରେ ସୁପର ଭାଇଜର ବା ଆକାଉଂଟାଟ୍ କାମ କରି ସ୍ଥାନୀୟ ଦଳାର ଇନ୍ଧିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପାଖରେ ଭଡ଼ା ନେଇ ରହୁଥିବା ଲଲାଟେନ୍ଦୁ ତ୍ରିପାଠୀଙ୍କ ଆଜି ବିଳମ୍ବିତ ରାତ୍ର ପ୍ରାୟ ୨ ଘଟିକା ସମୟରେ ମଧ୍ୟ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ତାଙ୍କୁ ଗତ ବୁଧବାର (୯.୯.୨୦୨୦)ରୁ ଜ୍ୱର ହୋଇଥିଲା ଓ ଟାଇଫଏଡ ବାହାରିଥିଲା । ହେଲେ ସେ କରୋନା ପରୀକ୍ଷା କରି ନ ଥିଲେ ବୋଲି ଜଣାଯାଇଛି । ଆଜି ତାଙ୍କର ଯାଜପୁର ଟାଉନ ଦଶ୍ୱାଶମେଧ ଘାଟରେ ଶବ ସକାôର କରାଯାଉଥିବାର ଜଣାଯାଇଛି । ପୂର୍ବରୁ ସହରରେ କରୋନାରେ ୦୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ୨୬ନଂ. ୱାର୍ଡ ଖଣ୍ଡାହତାର ପପୁ ମହାଳିକ(୨୦ବର୍ଷ) ନାମକ ଜଣେ ଯୁବକଙ୍କୁ କଳିଙ୍ଗନଗର ‘ଟାଟା ମେଡିକା’ ହସପିଟାଲର ଆମ୍ବୁଲାନ୍ସ ଗାଡି କରୋନାରୁ ଭଲ ହୋଇଥିବା ଦର୍ଶାଇ ଶୁକ୍ରବାର (୧୧.୯.୨୦୨୦) ଦିନ ୨ଟା ପାଖାପାଖି ସମୟରେ ତାଙ୍କ ଘରେ ଆଣି ଛାଡିଥିଲା । ମାତ୍ର ସେ ଏହାର ୧୨ ଘଂଟା ପରେ ଅର୍ଥାତ୍ ଶନିବାର ରାତ୍ର ୨ଟା ପାଖାପାଖି ସମୟରେ ମୃତ୍ୟୁବରଣ କରିବାକୁ ନେଇ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି । ପପୁ ଯାଜପୁରରୋଡ ମେଟ୍ରୋ ବଜାରରେ କାମ କରି ଚଳୁଥିଲେ ଓ ପ୍ରାୟ ବର୍ଷକ ତଳୁ କର୍ଳଟ ରୋଗରେ ମଧ୍ୟ ପୀଡିତ ଥିଲେ । ଦେହ ଅସୁସ୍ଥ ହେବାରୁ ତାଙ୍କୁ ଏକ ଘରୋଇ ହସପିଟାଲ ଭର୍ତି କରାଯାଇଥିଲା । ସେଠାରେ ପରୀକ୍ଷା ପରେ ତାଙ୍କର କୋଭିଡ଼ ପଜିଟିଭ୍ ବାହାରାରିବା ପପୁଙ୍କୁ ପରିବାର ପକ୍ଷରୁ ଯାଜପୁର ଟାଉନ ମେଡିକାଲରେ ଭର୍ତି କରାଯାଇଥିଲା । ପୁଣି ତାଙ୍କୁ ସେଠାରୁ କଳିଙ୍ଗନଗର ‘ଟାଟା ମେଡିକା’ ହସପିଟାଲକୁ ସ୍ଥାନାସ୍ତର କରାଯାଇଥିଲା । ୦୬ ଦିନର ଉପଚାର ପରେ ‘ଟାଟା ମେଡିକା’ ହସପିଟାଲ ତରଫରୁ ତାଙ୍କୁ ଆଣି ଶୁକ୍ରବାର ଘରେ ଛାଡି ଦିଆଯାଇଥିଲା । ମେଡିକାଲ ଏତେ ଶୀଘ୍ର ଆଣି ତାଙ୍କୁ ଘରେ ଛାଡିବାକୁ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି । ସହର ଓ ଆଖପାଖ ଅଂଚଳରେ କରୋନା ସଂକ୍ରମଣ ବଢ଼ୁଥିବା, ଲୋକଙ୍କ ଜୀବନ ଜୀବିକା କ୍ରମଶଃ ଦୁର୍ବିସହ ହୋଇ ପଡ଼ିଥିବା ବେଳେ ଏପରି ଅସ୍ୱାଭାବିକ ଓ ଅପମୃତ୍ୟୁ ବଢ଼ିବାକୁ ନେଇ ଅନେକଙ୍କ ଚିନ୍ତା ବଢ଼ି ଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close