ପାର୍ବଣ ପାଇଁ କଟକଣା ଲାଗୁ , ଆଗାମୀ ଶାରଦୀୟ ପୂଜା ପଡିବ ଫିକା

ଭୁବନେଶ୍ୱର , ୧୧/୯ :  ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ସଂକ୍ରମଣ କମିବା ତ ଦୂରର କଥା ଦିନକୁ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ହେଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ସରକାର ଆଗୁଆ ପୂଜା କଟକଣା ଜାରି କରିଛନ୍ତି । ଶାରଦୀୟ ଦୁର୍ଗାପୂଜା , ଲକ୍ଷ୍ମୀପୂଜା , କାଳୀପୂଜା କୁ ଆଖିଆଗରେ ରଖି ଗୁରୁବାର ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥର ପୂଜାବଜାର ଫିକା ପଡିବ ବୋଲି ଆଶଙ୍କା କରାଯାଇଛି । ମଣ୍ଡପରେ ପୂଜା ପାଇଁ ସର୍ବପ୍ରଥମେ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ । କେବଳ ରୀତିନୀତିରେ ପୂଜାମଣ୍ଡପ ସୀମିତ ରହିବ । ପୂଜା ମଣ୍ଡପ ଗୁଡ଼ିକରେ ମା’ଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟ ଭିତରେ ରହିବା ସଙ୍ଗେ ସଙ୍ଗେ ୩ପାର୍ଶ୍ଵ ସମ୍ପୂର୍ଣ୍ଣ ବନ୍ଦ ରହିବ । ମଣ୍ଡପର କର୍ତ୍ତାଙ୍କୁ  ମିଶାଇ  ସର୍ବାଧିକ ୭ ଜଣ ରହିପାରିବେ । ସମସ୍ତେ ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଭାଷାଣି ଶୋଭାଯାତ୍ରାକୁ ବି ବନ୍ଦ କରାଯାଇଛି । ପ୍ରଶାସନ ଦ୍ଵାରା ତିଆରି କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ନିର୍ଦେଶ ରହିଛି । ମନୋରଞ୍ଜନ ଓ ସଙ୍ଗୀତ ଆଦି କାର୍ଯ୍ୟକ୍ରମରେ ରୋକ ଲଗାଯାଇଛି । କୌଣସି ଡ଼ାକବାଜି ଯନ୍ତ୍ର ବାଜିପାରିବ ନାହିଁ । ଏ ସବୁର କଟକଣା ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । କଟକଣା ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close