ଯାଜପୁରର ଦଶରଥପୁର ବ୍ଲକର ଦତପୁର ଠାରେ କାଣୀ ନଦୀ ବନ୍ଧରେ ଘାଇ

ଦଶରଥପୁର ୨୭/୦୮: ବୈତରଣୀରେ ବନ୍ୟା ଆସିବା ପରେ ଏହାର ଶାଖା ନଦୀ କାଣୀରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇଛି । ବନ୍ୟା ଜଳ ବନ୍ଧ ବାଡ଼ ଭାଂଗି ଗାଁ ଗଣ୍ଡାରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରୁଛି । ଆଜି ଦଶରଥପୁର ବ୍ଲକ୍‌ର ଦତପୁର ଠାରେ କାଣୀ ନଦୀ ବନ୍ଧରେ ଏକ ଘାଇ ସୃଷ୍ଟି ହେବାରୁ ବନ୍ୟା ଜଳ ବିସ୍ତୀର୍ଣ୍ଣ ଅଂଚଳରେ ପ୍ରବେଶ କରି ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଏଥିରେ ଚାଷ ଜମି ବ୍ୟାପକ ଭାବେ କ୍ଷତି ହୋଇଛି । ଏହାଯୋଗୁ ଦତପୁର, ନିଜାମପୁର, କମାରଡିହ, ଥାଲକୁଡି, ମଲ୍ଲିକାପୁର ଆଦି ବ୍ୟାପକ ଭାବେ କ୍ଷତି ହୋଇଥିବା ବେଳେ ପାଲଟପୁର, ସୁଶୁଆ, ତରପଦା ଆଦି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଘାଇ ସ୍ଥଳ ସହିତ ବନ୍ୟାଂଚଳ ମଧ୍ୟ ପରିଦର୍ଶନ କରିଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close