ଯାଜପୁରରୋଡ ଧବଳଗିରି କୋର୍ଟ ଛକ ଏସ.ବି.ଆଇ ଏଟିଏମର ଦୂରାବସ୍ଥା

ବ୍ୟାସନଗର, ୦୮/୦୭ (ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ କୋର୍ଟ ଛକ ଷ୍ଟେଟ୍ ବ୍ୟାଙ୍କର ଏଟିଏମର ଅବସ୍ଥା କଥା ନ କହିବା ଭଲ । ରାଜ୍ୟରେ ଏବେ କିଛି ଦିନ ହେବ ବିଭିନ୍ନ ବିଭାଗର ଦୁରାବସ୍ଥା କ୍ରମେ ବଢ଼ି ବଢ଼ି ଚାଲିଛି । ସର୍ବସାଧାରଣଙ୍କୁ ଭଲ ସେବା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ଡବଲ ଇଞ୍ଜିନ ସରକାର ରାଜ୍ୟରେ ଆବଶ୍ୟକୀୟ ସେବା ଯୋଗାଇବା ପରିବର୍ତେ ବରଂ ମାନ୍ଦେଇ ଯାଉଥିବା ଭଳି ଜଣାପଡୁଛି! ଯାହା ଚାଲିଥିଲା ସେହି ନ୍ୟାୟରେ ମନ୍ଥର ଗତିରେ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଭିନ୍ନ ଦପ୍ତର ଚାଲିଥିବା ବେଳେ ଜନସାଧାରଣ କେଉଁଠି ଅଭିଯୋଗ କଲେ ଭଲ ସେବା ମିଳିବ ତାହା ବୁଝି ପାରୁ ନାହାନ୍ତି ।
ବ୍ୟାଙ୍କିଂ ସେବାରେ ସେପରି କିଛି ସୁଧାର ଆସିବା ଭଳି ଲାଗୁ ନାହିଁ । ଆର୍ଥିକ କାରବାରରେ ସାମିଲ ଥିବା ବ୍ୟାଙ୍କର ପ୍ରିଂଟର (ଛାପା ମେସିନ)ରେ କାଳି ନ ଥିବା ଭଳି ଦେଖାଯାଉଛି । ଜମା ଖାତା ଅପ୍‌ଡେଟ୍ ପୃଷ୍ଠା ବହୁ କ୍ଷେତ୍ରରେ ଦେଖା ଯାଉ ନାହିଁ । ବହୁ ଏଟିଏମ ଅଚଳ ଥିବାର ଦେଖାଯାଉଛି । କେତେକ ଏଟିଏମ ଅଧା ଦିନ ଖୋଲା ଯାଉଥିବା ବେଳେ ଆଉ କେତେକରେ ଜଗୁଆଳି ଅଭାବେରୁ କୁକୁର, ଗୋରୁ ଗାଈଙ୍କ ଆଡ୍ଡା ସ୍ଥଳୀ ପାଲଟୁଛି । ବ୍ୟାସନଗରର ସହରର କୋର୍ଟ ଛକ ଏଟିଏମରେ ଗୋବର ପଡିଥିବାର ଦୃର୍ଶ୍ୟ ଦେଖିଲେ ଏଟିଏମ ବ୍ୟବସ୍ଥା ଉପରେ ଧାରଣା ସ୍ପଷ୍ଟ ହେବ !

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close