‘ଉଦୟବଟ’ ତରଫରୁ ଇନ୍ଦିରା ଗାନ୍ଧୀ ଡିଗ୍ରୀ ମହାବିଦ୍ୟାଳୟରେ ବୃକ୍ଷରୋପଣ ଓ ସଚେତନତା ସଭା

ବ୍ୟାସନଗର, ୦୮/୦୭(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ସହରର ଦଳା ସ୍ଥିତ ‘ଇନ୍ଦିରା ଗାନ୍ଧୀ ଡିଗ୍ରୀ ମହାବିଦ୍ୟାଳୟ’ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ‘ପ୍ରକୃତି ବଂଚିଲେ ଆମେ ବଂଚିବା’ ଶୀର୍ଷକ ଆଲୋଚନାଚକ୍ର ଆଜି ମଂଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁରରୋଡ ବନ ଉନ୍ନୟନ ନିଗମ (ଓଏଫଡିସି)ର ଡିଭିିନାଲ ମ୍ୟାନେଜର ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକ୍ରମର ଆବାହକ ବିଶିଷ୍ଟ ପରିବେଶବିତ୍ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ସ୍ୱାଗତ ସମ୍ଭାଷଣ ପ୍ରଦାନ ସହିତ କାର୍ଯ୍ୟକ୍ରମ ସଂର୍ପକରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ ଯେ ପ୍ରକୃତିମାତାର ସୁରକ୍ଷା ତଥା ଦେଶର ୧୪୦ କୋଟିରୁ ଉର୍ଦ୍ଧ ଜନସାଧାରଣଙ୍କ ସ୍ୱାସ୍ଥ୍ୟକର ପରିବେଶ ନିମନ୍ତେ ଜଣେ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ ଅନୂନ ୧୯ଟି ଗଛ ଲଗାଇ ତା’କୁ ବଂଚାଇ ରଖିବାକୁ ଚେଷ୍ଟିତ ରହିବା ଆବଶ୍ୟକ । ଉଦ୍ଭିଦ ଜଗତ ବିନା ପ୍ରାଣୀଜଗତ ପୃଥିବୀପୃଷ୍ଠରେ ତିଷ୍ଠି ରହିବା କଷ୍ଟକର; ତେଣୁ ପର୍ଯ୍ୟାପ୍ତ ପରିମାଣର ଗଛ ଲଗାଇବାକୁ ସେ କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ସହକାରୀ ବନ ସରଂକ୍ଷକ ଅଚ୍ୟୁତାନନ୍ଦ ମହାନ୍ତି ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ବିଭିନ୍ନ ଉଦାହରଣ ଦେଇ ପ୍ରକୃତିମାତାର ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବନାଂଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଏଫଡିସିର ଏସଡିଏମ ବିନୋଦ ବିହାରୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନର ପ୍ରଦ୍ୟଷିତ ସମାଜରୁ ନିସ୍ତାର ପାଇଁ ଓ ଆବଶ୍ୟକୀୟ ଅମ୍ଳଜାନ ପାଇବା ପାଇଁ ବୃକ୍ଷର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ ଜେନା, ସମାଜସେବୀ ରାମଚନ୍ଦ୍ର ବାରିକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଶ୍ରୀ ବାରିକ ବୃକ୍ଷରୋପଣ ଠାରୁ ଏହାର ଜଗାରଖା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ଅରୁଣ ଦାସ, ଅନୂପ କୁମାର ଦାସ, ହରଦୟାଲ ସିଂ, ଅଭିମନ୍ୟୁ ବିଶ୍ୱାଳଙ୍କ ସମେତ ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀ ଆଦି ଯୋଗଦେଇଥିଲେ । ମୋନାଲିସା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close