ଆର ଆଣ୍ଡ ବି ଠିକାଦାରଙ୍କ ବେପରୁଆ ନୀତି, ଲୋକେ ହନ୍ତସତ, ଯନ୍ତ୍ରୀ ନୀରବଦ୍ରଷ୍ଟା, ସାପଗଡିଆ ଛକ ନିକଟ କେନ୍ଦ୍ରୀୟ ଜିଏସଟି ଅଫିସ ଆଗରେ ମନମାନି ନିର୍ମାଣ

ବ୍ୟାସନଗର,୩୦/୦୬(ଉ.ନ୍ୟୁଜ୍ ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଉପରେ ବେପରୁଆ ମନୋଭାବ ବମି ବଢ଼ି ଚାଲିଥିବା ବେଳେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କ ଅଣଦେଖା କାର୍ଯ୍ୟକଳାପ ମୁଣ୍ଡବିଧାର କାରଣ ପାଲଟିଛି । ଯାଜପୁର ଜିଲ୍ଲା ରାସ୍ତା ଏବଂ ଗୃହନିର୍ମାଣ (ପୂର୍ତ୍ତ) ବିଭାଗର ଦୁର୍ନୀତିପୂର୍ଣ୍ଣ ଏବଂ ଦାୟିତ୍ୱହୀନ କାର୍ଯ୍ୟକଳାପ ଜନସାଧାରଣଙ୍କୁ ଉତ୍ତରଦାୟୀ ସେବା ଯୋଗାଇଦେବା ପରିବର୍ତ୍ତେ ନିଜ ନିଜର ପକେଟ ଗରମ କରିବା ଭଳି ମନେହେଉଛି । ଯନ୍ତ୍ରୀମାନେ କ୍ୱଚିତ୍ କାର୍ଯ୍ୟକ୍ଷେତ୍ରକୁ ଆସି କାମର ତଦାରଖ କରି ଆବଶ୍ୟକୀୟ ତଥା ଉତ୍ତମ ମାନର ନିର୍ମାଣ ପାଇଁ ତାଗିଦ କରିବା ପରିବର୍ତ୍ତେ ବରଂ ଠିକାଦାରଙ୍କ ସହ ମିତ ବସି ତାଙ୍କୁ ପରୋକ୍ଷରେ ଆକଳନ (ମେଜରମେଂଟ) ଓ ବିଲ ପାସରେ ସହଯୋଗ କରି ଲାଲେଲାଲ ହେଉଛନ୍ତି । ଜିଲ୍ଲାରେ ଏହି ବିଭାଗର ଅଧିକାଂଶ କାର୍ଯ୍ୟ ଅର୍ଥାତ୍ ବହୁ ଇଞ୍ଜିନିୟରିଂ କାର୍ଯ୍ୟସମୂହ ଦୁର୍ନୀତିର ଗନ୍ତାଘର ପାଲଟିଥିବାର ଅଭିଯୋଗ ହେଉଛି । ଯନ୍ତ୍ରୀମାନେ ବହୁ ସମୟରେ ଅଫିସରେ ଅନୁପସ୍ଥିତ ରହି ଏଣେ ତେଣେ ବୁଲୁଛନ୍ତି । ଏହି ବିଭାଗର ଜନୈକ ଯନ୍ତ୍ରୀ ତଥା ଏକଦା ସହକାରୀ ଯନ୍ତ୍ରୀ ଥିବା ପି କେ ରଥଙ୍କ ଘରେ ରେଡ଼୍ କରି ଭିଜିଲାନ୍ସ ବିଭାଗ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସଂପତ୍ତିର ଠାବ କରିବାରେ ସମର୍ଥ ସହ ମାମଲା ରୁଜ୍ଜୁ କରିଥିଲା । ଯାଜପୁରରୋଡର ଧବଳଗିରି ସ୍ଥିତ କ୍ୱାର୍ଟରରେ ରହି ସେ ବହୁ ମୋଟା ପରିମାଣର ପି.ସି ଗୋଟାଉଥିବାର ଚର୍ଚ୍ଚା ସେତେବେଳେ ଯୋର ଥରିଥିଲା ଯାହା ତାଙ୍କ ଘରେ ରେଡ଼୍ ହେବା ପରେ ଅଧିକାଂଶଙ୍କର ଆଶଙ୍କା ସତ୍ୟରେ ପରିଣତ ହୋଇଥିଲା । ହେଲେ ଏହି ବିଭାଗର ଅନ୍ୟ ଦୁର୍ନିତୀ ପରାୟଣ ଯନ୍ତ୍ରୀ, ଅଧିକାରୀଙ୍କ ଉପରେ ଭିଜିଲାନ୍ସ ବିଭାଗ ସେପରି କିଛି ଠୋସ ପଦକ୍ଷେପ ନେଇ ନ ଥିବାରୁ କେତେକ ଯନ୍ତ୍ରୀଙ୍କ ବେପରୁଆ ମନୋଭାବ ବଢ଼ି ବଢ଼ି ଚାଲିଛି । ଅଧିକାରୀମାନେ ଗୋଟିଏ ସ୍ଥାନରେ ୦୩ ବର୍ଷରୁ ଉର୍ଦ୍ଧ ସମୟ ଧରି ରହିବାର ନିୟମ ନ ଥିବା ବେଳେ ଯନ୍ତ୍ରୀ ତାପସ ପୃଷ୍ଟି ବାବୁ ଏଠାରେ କେତେ ଦିନ ରହିଲେଣି ତା’କୁ ନେଇ ସାଧାରଣରେ ପ୍ରଶ୍ନବାଚୀ କୁହାଯାଉଛି । ଉଚ୍ଚ ଅଧିକାରୀମାନେ ବୋଧହୁଏ ତାଙ୍କ ଜରିଆରେ ଭଲ ମାଲ ପାଉଛନ୍ତି! ତାଙ୍କ ସମୟରେ ହୋଇଥିବା ବିଭିନ୍ନ ନିମ୍ନମାନର କାର୍ଯ୍ୟ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି!
ସୂଚନାଯୋଗ୍ୟ, ବ୍ୟାସନଗର ସହରର ସେଂଟ୍ରାଲ ୱେୟାର ହାଉସ ଛକ ନିକଟରୁ ପୈାର ପରିଷଦ ନିକଟ ସହର ସାହି ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ପୂର୍ତ୍ତ ବିଭାଗ ନିର୍ମାଣ ପରେ ନିର୍ମାଣ କରିଥିବା ବେଳେ ରାସ୍ତାର ସ୍ଥାୟିତ୍ୱ ପ୍ରତି ବିଭାଗ ବିଭାଗ ନଜର ଅନ୍ଦାଜ କରିଆସିଛି । ୱେୟାର ହାଉସ ଛକ ପାଖରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତା ତିଆରି ହୋଇ ୦୧ ମାସ ମଧ୍ୟରେ ରାସ୍ତା ଖରାପ ହେବାର ବହୁ ଥର ଦେଖାଦେଇଛି । ଗତ ନିର୍ବାଚନ ପୂର୍ବରୁ ଜନୈକ ଠିକାଦାର ସେଂଟ୍ରାଲ ୱେୟାର ହାଉସ ଛକ ନିକଟରୁ ସହରସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଅଧାପନ୍ତରିଆ କରି ଛାଡି ପଳାଇଥିବା ବେଳେ ବିଭାଗ ଏହି କାର୍ଯ୍ୟକୁ ଆଉ ଜଣକୁ ଦେଇଥିଲା । ଏହି ଡିଲରେ କେତେ ବରବାଦ ହେଲା ବିଭାଗ ତା’ର ସମୀକ୍ଷା କରି ନ ଥିଲା । ଅବଶ୍ୟ ନୂତନ ଠିକାଦାର ପୂର୍ବ ଠିକାରଙ୍କ ଠାରୁ ଶୀଘ୍ର ରାସ୍ତା ନିର୍ମାଣ ଉପରେ ଯୋର ଦେଇଥିଲେ । ମାତ୍ର ତାଙ୍କର ମନମାନି ସ୍ଥାନୀୟ ଅଂଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି । ସାପଗଡିଆ ବିଦ୍ୟାଳୟ ନିକଟରେ ଥିବା କାହିଁ କେତେ ବର୍ଷର ପୁରୁଣା ତଥା ଏକ ବୃହତ୍ ଅଶ୍ୱତଥ୍ ବୃକ୍ଷକୁ ଠିକାଦାର ଅନାୟସରେ କାଟି ଦେବା ଫଳରେ ବୁଦ୍ଧିଜୀବୀ ଓ ପରିବେଶପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । କିଛି ସୂଚନା ନ ଦେଇ ଗୁଣ୍ଡାରାଜ ଷ୍ଟାଇଲରେ ଅଧିକାଂଶଙ୍କ ସୂଚନାଫଳକ ତାଡି ଫୋପାଡି ଦେବା ଫଳରେ ସାପଗଡ଼ିଆ ଅଂଚଳରେ ଥିବା ଅସମାଜିକ ବ୍ୟକ୍ତିମାନେ ଏହାକୁ ନେଇ କବାଡିଆ ଦୋକାନରେ ବିକ୍ରି କରି ମଦ ପିଇ ଦେଇଥିଲେ ବୋଲି ଜଣାଯାଇଛି ।
   ସେହିପରି ସାପଗଡ଼ିଆ ନିକଟରେ ଅବସ୍ଥିତ ସେଂଟ୍ରାଲ ଜିଏସଟିର ଏକ ବୃହତ କାର୍ଯ୍ୟାଳୟର ରାଜ୍ୟରେ ସୁନାମ ରହିଛି । ଅଧିକାରୀମାନେ ନିରନ୍ତର କାର୍ଯ୍ୟ କରି ବିଭାଗକୁ ଚଳଚଂଚଳ କରିବାରେ ସମର୍ଥ ହେଉଥିବା ହେଉଥିବା ବେଳେ ବିଭିନ୍ନ ଘଟଣାରେ ଏଠାକୁ ଶହ ଶହ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯଥା:- ଆଇନଜୀବୀ, ବ୍ୟବସାୟିକ ପ୍ରତିଷ୍ଠାନର ବ୍ୟକ୍ତିବିଶେଷ ଓ ସେମାନଙ୍କ ଅଧିକାରୀ, ଏକାଉଟାଂଟ୍‌, ପ୍ରତିନିଧି ଆଦି ଆସୁଛନ୍ତି । ଟାଟା ଷ୍ଟିଲ ଭଳି ବହୁ ନାମି ଦାମୀ କଂପାନି ଏଠାକୁ ପ୍ରତ୍ୟହ ଆସୁଥିବା ବେଳେ ଠିକାଦାର ଏଠାରେ ମନମାନି ନିର୍ମାଣ କରିଥିବାର ଦେଖିବାକୁ ମିଳିଥିଲା । ଫଳରେ ଅଫିସକୁ ଆସୁଥିବା ଅଧିକାରୀ, କର୍ମଚାରୀ ଓ ଅନ୍ୟ ବ୍ୟକ୍ତିମାନେ ନାହିଁ ନ ଥିବା ହସ୍ତସନ୍ତ ହୋଇଥିଲେ । ରାସ୍ତା ଖୋଳି ବହୁ ଦିନ ପକାଇ ଦେଇଥିଲେ । ଏଭଳି ବ୍ୟସ୍ତବହୂଳ ସ୍ଥାନରେ ରାତ୍ରୀରେ କାମ କରିବା ଉଚିତ ଥିଲା । ହେଲେ ରାସ୍ତାର ମାଟି ପକାଇ ଦେବା ପରେ ଚିକିଟା ମାଟି ଅଫିସ ଆଡକୁ ମାଡି ଯାଇ ବିଷମ ପରିସ୍ଥିତି ସୃଷ୍ଟି କରିଥିଲା । ଅଜି ସକାଳୁ ଦେଖା ଯାଇଥିଲା ଯେ, ଠିକାଦାର କିମ୍ବା ଯନ୍ତ୍ରୀଙ୍କୁ ନ କହି ନିଜେ ବରଂ ସମସ୍ୟାର ସମାଧାନ କରିଦେବା ନ୍ୟାୟରେ ବହୁ କର୍ମଚାରୀ ନିଜେ କାଦୁଅ ସଫା କରି ଅଫିସ ଆଗକୁ ସଫାସୁତୁରା କରିଥିଲେ ।
ପ୍ରଶ୍ନ ଉଠୁଛି, ଯେଉଁ କାମ ହେଉଛି ତା’ର ସରକାରୀ ନିୟମକାନୁନ ପାଳନ ହେଉଛି କି ନାହିଁ ! କାର୍ଯ୍ୟରତ ଶ୍ରମିକମାନଙ୍କ ଠିକଣା ବିଭାଗ ରଖିଛି ନାହିଁ! ସେମାନଙ୍କ ପି.ଏଫ, ଇଏସଆଇ ଭରଣା ହେଉଛି କି ନାହିଁ । ଶ୍ରମ ବିଭାଗକୁ ଠିକାଦର କେତେ ଟଙ୍କାର ‘ସେସ୍‌’ ପ୍ରଦାନ କରିଛନ୍ତି ? ଜିଏସଟି ସଠିକ ଦିଆଯାଉଛି କି ନାହିଁ ଏପରି କଥା ଥିବା ବେଳେ ଏସବୁକୁ ଅଣଦେଖା କରି ବିଭାଗ ଠିକାଦାରଙ୍କ ବିଲ ପାସ ପାଇଁ ତତ୍ପରଥା ଦେଖାଇବ କି ? ବିଭାଗ ଏସବୁ ପ୍ରସଙ୍ଗ ଉପରେ ଦୃଷ୍ଟି ନ ଦେଲେ ସର୍ବସାଧାରଣରେ ବିଭାଗ ପ୍ରତି ଅଙ୍ଗୁୂଳି ନିର୍ଦ୍ଦେଶିତ ହେବା ସ୍ୱାଭାବିକ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close