ବ୍ୟାସନଗର ନାଗରିକ କମିଟିର ସମ୍ଭର୍ଦ୍ଧନା ଉତ୍ସବ 

୭/୭/୨୪-ବ୍ୟାସନଗର ଗତକାଲି ବ୍ୟାସନଗର କମିଟି ଆନୁକୂଲ୍ୟରେ ନବନିର୍ବାଚିତ ବିଧାୟକ ମାନ୍ୟବର ଆକାଶ ଦାସନାୟକ ଓ ସାଂସଦ ମାନ୍ୟବର ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା ଙ୍କୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ନାଗରିକ କମିଟି ପକ୍ଷରୁ ସଂମ୍ଭର୍ଦ୍ଧନା କରାଯାଇଥିଲା ଏହି ଉପଲକ୍ଷେ ଅନୁଷ୍ଠାନର ସଭାପତି ଡ଼ଃ ହେମନ୍ତ କିଶୋର ସାହୁ ସଭାପତିତ୍ୱ କରିଥିଲେ ଏବଂ ଉପଦେଷ୍ଟା ଡ଼ଃ ଦୁଷ୍ମନ୍ତ ନାୟକ ସଭାପରିଚାଳନା କରିଥିଲେ ସଭା ପାରମ୍ଭରେ ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ସାଧାରଣ ସମ୍ପାଦକ ଦୁର୍ୟୋଧନ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଉକ୍ତବିବରଣୀରେ ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ଯଥା ୧୦୦ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସାଲିଟି ହସ୍ପିଟାଲ, ପାନୀୟ ଜଳ ସମସ୍ୟା, ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ତା, ନିରବଛିନ୍ନ ବିଜୁଳି, ଟ୍ରାଫିକ ପୋଲିସ ମୃତୟନ, ସହରର ଚାରିପଟରେ ରିଙ୍ଗ ରୋଡ ନିର୍ମାଣ, ସ୍ମଶାନର ଉର୍ନତି କରଣ, ରେଳଷ୍ଟେସନ କୁ ନିୟୁ ବ୍ୟାସନଗର ନାମକରଣ କରିବା, ବ୍ୟାସନଗର କୁ ସବଡ଼ିଭିଜ ଘୋଷଣା କରିବା,କେ ଏନ ଣ୍ଡିଏ କୁ ମନମୁଖୀ ଭାବେ ସମ୍ପ୍ରସାରଣ ନକରିବା, ସରକାରୀ ଜମିକୁ ଜମିମାଫିଆଙ୍କ ଠୁ ମୁକ୍ତ କରିବା, ବ୍ୟାସନଗର ଓ କଳିଙ୍ଗନଗର କୁ ନେଇ ମହାନଗର ନିଗମ ଘୋଷଣା କରିବା, ମନଇଛା ହୋଲଡିଂ ଟିକସକୁ ବନ୍ଦ କରିବା, ସରକାରୀ କାର୍ଯ୍ୟାଳୟକୁ ଅନ୍ୟତ୍ର ନଉଠାଇବା, ନନ୍ଦରାମ ହିନ୍ଦୀ ପାଠାଗାରକୁ ସ୍କୁଲ କମିଟିକୁ ହସ୍ତାନ୍ତର କରିବା, ବୃକ୍ଷରୋପଣ ଆଦି ୧୮ଦଫା ସମ୍ବଳିତ ଦାବି ଉପସ୍ଥାପନ କରିଥିଲେ ଏହି ସବୁ ଉପରେ ଯୁଦ୍ଧକାଳୀନ ଭିର୍ତ୍ତିରେ କାର୍ଯ୍ୟାନୁଷ୍ଠାନ କରିବାସହ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ସେହିପରି ସାଂସଦ ରେଳ ସମସ୍ୟା ଏବଂ କେନ୍ଦ୍ରସରକାରଙ୍କ ଠାରୁ ଯାହା ଆବଶ୍ୟକ ପଡିବ ସବୁ ସହଯୋଗ କରିବାକୁ ପ୍ରତିଶୁତି ଦେବାସହ ବିଧାୟକ ତାଙ୍କ ଅଭିଭାଷଣ ରେ  ବ୍ୟାସନଗର ସବୁ ସମସ୍ୟାକୁ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ନାଗରିକ କମିଟିର ସଭାପତି ଡ଼ଃ ହେମନ୍ତ କିଶୋର ସାହୁ ସଭାପତି ଅଭିଭାଷଣ ରଖିଥିଲେ କାର୍ଯ୍ୟକ୍ରମ ପାରମ୍ଭରେ ନିରଞ୍ଜନ ଘଡ଼ାଇ ଅତିଥି ମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିଥିବାବେଳେ ବିକାଶ ଦାସ ଓ ସାଥି ମାନେ ବନ୍ଦେ ଉତ୍କଳ ଜନନୀ ପାଠ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ପଣ୍ଡା, ହୃଦାନନ୍ଦ ସାମଲ, ଚନ୍ଦ୍ରମଣି ସାମଲ, ଡ଼ଃ ଗୌରୀଶଙ୍କର ଷଡ଼ଙ୍ଗୀ, ଡ଼ଃ ପ୍ରସନ୍ନ ସାହୁ, ଡ଼ଃ ପ୍ରମୋଦ ଶତପଥି, ପ୍ରସନ୍ନ କୁମାର ସାମଲ, ରଘୁନାଥ ବେହେରା, ଭାଗିରଥି ଆଚାର୍ଯ୍ୟ,, ବ୍ରଜେଶ୍ବରୀ ସିଂ, ଶର୍ମିଲା ଦେଓ, ନରେନ୍ଦ୍ର ଜେନା, ଅର୍ଜୁନ ରାଉତ, ଦାମୋଦର ପଣ୍ଡା, କୈଳାଶ ରାଉତ,ସୁନୀଲ ମୁଣ୍ଡା, ସୁବାଷ ଚନ୍ଦ୍ର ପ୍ରଧାନ, ସୌମେନ୍ଦ୍ର ଜେନା, ରଘୁନାଥ ରାଉତ, ଦିନେଶ ମାସ୍କରା, ସରୋଜ ଦେ, ପ୍ରଫୁଲ୍ଲ କୁମାର ନାୟକ, ବାଇଧର ମାଝୀ, ଜ୍ଞାନରଞ୍ଜନ ରାଉତ ସମେତସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ ଶେଷରେ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close