Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

 ପ୍ରଥମ ଦିବସ ହୋମ୍ ଭୋଟିଂରେ ଆଶାନୁରୂପ ସପଂଳତା, ୪୫ ବର୍ଷର ଦିବ୍ୟାଙ୍ଗ ପ୍ରଥମ ଥର ଭୋଟ ଦେଲେ

ଯାଜପୁର,୨୬/୦୫(ଉ. ନ୍ୟୁଜ୍ ବ୍ୟୁରୋ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪ ନିମନ୍ତେ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ ଓ ମଜବୁତ କରିବା ତଥା ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନରେ ସମସ୍ତ ଭୋଟର ମାନଙ୍କ ଯୋଗଦାନ ନିମନ୍ତେ ହୋମ୍ ଭୋଟିଂ ଏକ ଅତି ସରଳ ମାଧ୍ୟମ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣ ତାଙ୍କର ମତ ବ୍ୟକ୍ତ କରିଚ୍ଥନ୍ତି । ୮୫ ବର୍ଷରୁ ଅଧିକ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଏହାଦ୍ୱାରା ଗଣତନ୍ତ୍ରର ସର୍ବୋତ୍କୃଷ୍ଟ ପର୍ବ ନିର୍ବାଚନ ପର୍ବରେ ସାମିଲ ହୋଇ ରାଷ୍ଟ୍ରର ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ସୁଦୃଢ କରିବାରେ ଅତୁଳନୀୟ ଭୂମିକା ନିର୍ବାହ କରୁଚ୍ଥନ୍ତି ବୋଲି ଜିଲ୍ଲାପାଳ କଲ୍ୟାଣ ପ୍ରକାଶ କରିବା ସହ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ହୋମ୍ ଭୋଟିଂରେ ବରିଷ୍ଠ ନାଗରିକମାନେ ନିଶ୍ଚିତ ସାମିଲ ହୋଇ ନିଯୁକ୍ତ କର୍ମଚାରୀ ଓ ପ୍ରାର୍ଥୀଙ୍କ ଏଜେଣ୍ଟ ମାନଙ୍କ ସହାୟତାରେ ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରି ମତଦାନ ହାର ବୃଦ୍ଧି ଦିଗରେ ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଚ୍ଥନ୍ତି । ପ୍ରକାଶ ଥାଉ କି, ୫୨-ଯାଜପୁର ବିଧାନସଭା ଆସନ ଅନ୍ତର୍ଗତ ରଣୁଆ, ଖଣ୍ଡରା ଅଂଚଳର ୪୫ ବର୍ଷ ଦିବ୍ୟାଙ୍ଗ କୂଳମଣି ସାହୁ ପ୍ରଥମ ଥର ତାଙ୍କର ମତଦାନ ସାବ୍ୟସ୍ତ କରିଥିବା ବେଳେ ୪୮-ବିଂଝାରପୁର(ସଂରକ୍ଷିତ) ଓ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆନନ୍ଦ ଓ ଖୁସିର ସହ ବହୁ ବୃଦ୍ଧ, ବୃଦ୍ଧା ସେମାନଙ୍କର ମତଦାନ ସାବ୍ୟସ୍ତ କରିବା ସହ ସମସ୍ତ ବିଧାନସଭା ଆସନରେ ନିର୍ବାଚନ କମିଶନଙ୍କ ହୋମ୍ ଭୋଟିଂ ପଦକ୍ଷେପ ଓ ପ୍ରଶାସନର ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଚ୍ଥନ୍ତି । ଗତକାଲି ୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଅନ୍ତର୍ଗତ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୬୭ ଜଣ ହୋମ୍ ଭୋଟିଂ ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ଶତକଡା ୯୭.୮୭ ପ୍ରତିଶତ ସପଂଳତା ମିଳିଚ୍ଥି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close