ବିଶ୍ୱ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ନବଉତ୍କଳ ମହିଳା ସମିତି ପକ୍ଷରୁ ଗଣବିବାହ

ବ୍ୟାସନଗର,୦୯/୦୩(ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ସାରା ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ ଯାଜପୁର ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ନବଉତ୍କଳ ମହିଳା ସମିତି ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ୭ଯୋଡ଼ା ବର କନ୍ୟାଙ୍କୁ ନେଇ ଗଣ ବିବାହ ବ୍ୟାସନଗରସ୍ଥିତ ପାଦୁକା ଆଶ୍ରମ ଠାରେ ନବଉତ୍କଳ ମହିଳା ସମିତିର ସମ୍ପାଦିକା ଜୟନ୍ତୀ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦିକା ଶ୍ରୀମତୀ ଜେନା କହିଲେ କି ରାଜ୍ୟରେ ମହିଳା ମାନଙ୍କ ପ୍ରଗତି, ସ୍ୱାବଲମ୍ବୀ, ମହିଳା ସଶସ୍ତୀକରଣ, ମହିଳା ମାନଙ୍କ ଅଧିକାର, ମହିଳା ମାନଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଥିବା ବେଳେ ଆମ ସମିତି ବୈଦିକ ରୀତିରେ ପୁଅ ଝିଅ ବିବାହ କରି ପାରୁ ନ ଥିବା ଗରିବ ଲୋକ ମାନଙ୍କ ପୁଅ ଝିଅଙ୍କୁ ଏକତ୍ରିତ କରି ଗଣ ବିବାହ କରୁଛୁ । ଏହି ଗଣ ବିବାହରେ ଛତ୍ରକଣାର ବର ମାଧବ ପାତ୍ର କନ୍ୟା ରାବଣାର ସବିତା ପାତ୍ର, ବରଡ଼ିର ବର ଅମର ଦାସ କନ୍ୟା କୋଣାର୍କର ରେବତୀ ଦାସ, ଖଣ୍ଡିତରର ବର ଜଗବନ୍ଧୁ ମଲ୍ଲିକ ବେଣୁପୁର କନ୍ୟା ମେନକା ମଲ୍ଲିକ, ଖଣ୍ଡାହତାର ବର କେଶବ ମଲ୍ଲିକ ମୁଣ୍ଡମାଳର କନ୍ୟା ରଶ୍ମି ମଲ୍ଲିକ, ତେଲିବାହାଳୀର ବର ଅନାମ ସାହୁ କନ୍ୟା ଶାନ୍ତି ପ୍ରଧାନ ନିହାଲପ୍ରସାଦ, ସୋଲପଟା ବର ଦୀପକ ଯେନା ଓ କନ୍ୟା ଟିକି ମଲ୍ଲିକ ବନ୍ଦାଳ, ହୁଡ଼ିସାହିର ବର ରାଜୁ ଓଝା କନ୍ୟା ଗୀତା ମଣ୍ଡଳଙ୍କ ସହିତ ବୈଦିକ ରୀତିରେ ବିବାହ ସମ୍ପର୍ଣ୍ଣ ହୋଇଯାଇଛି । ବିବାହ କାର‌୍ୟ୍ୟକ୍ରମରେ ବରଯାତ୍ରୀ, ବାଜା ଯୋଡିମହୁରି ସହିତ ବ୍ରାହ୍ମଣ ହରେକୃଷ୍ଣ କର ଓ ବାରିକ ଲଷ୍ମୀଧର ବାରିକ ବୈଦିକ ରୀତି ରେ ବିବାହ କରାଇଥିଲେ । ଏହି ଗଣ ବିବାହ କାର‌୍ୟ୍ୟକ୍ରମ ରେନବୋ ଉତ୍କଳ ମହିଳା ସମିତି ର ଉପଦେଷ୍ଟା ଶାନ୍ତିଲତା ମାଝୀ, ସଭାନେତ୍ରୀ ଅମୂଲୀ ପହି, ସମ୍ପାଦିକା ଜୟନ୍ତୀ ଜେନାଙ୍କ ସମେତ ଯେମାମଣି କଅଁର, ରେଣୁବାଳା ପ୍ରଧାନ, ମମତା ବର୍ଦ୍ଧନ, ଦୀପ୍ତି ପଣ୍ଡା, ସୁଜାତା ବାରିକ, କବିତା ପାତ୍ର, ପୁଷ୍ପଲତା ମଲ୍ଲିକ, ରୀନା ସ୍ୱାଇଁ, ଜାନକୀ ସିଂ, ଜଞ୍ଜାଳି ମଲ୍ଲିକ, ସ୍ୱପ୍ନା ରାଣୀ ସିଂ, ମାନସୀ ମଲ୍ଲିକ, ଗୀତାରାଣୀ ନାୟକ, ବିନୀଲତା ଶତପଥୀ, ପ୍ରଭାତୀ ପରିଡା, ସୁଜାତା ପରିଡା, ସୁନିତା ଦାସ, ନେତ୍ରମଣୀ ମାରାଣ୍ଡି, ଅପର୍ଣ୍ଣା ବାରି, ମମତା ମଲ୍ଲିକ, ଲତା ଯେନା, ସଞ୍ଜୁଲତା ଦାସ ଲଷ୍ମୀପ୍ରିୟା ଯେନା, ସଞ୍ଜୁଲତା ଯେନା, ସରସ୍ବତୀ ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ଏବଂ ଉକ୍ତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମ୍ବାଦିକ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ହୋଇଥିଲେ । ଶେଷରେ ସମସ୍ତଙ୍କୁ ବିବାହ ଭୋଜି ଆପ୍ୟାୟିତ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close