ଯାଜପୁର ପୈାରପାଳିକା ପକ୍ଷରୁ ବିଶ୍ୱ ମହିଳା ଦିବସ ସପ୍ତାହ ପାଳିତ

ଯାଜପୁର,୦୮/୦୩(ଉ. ନ୍ୟୁଜ୍ ବ୍ୟୁରୋ): ବିଶ୍ୱ ମହିଳା ଦିବସ ସପ୍ତାହ ପାଳନ ଅବସରରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ସ୍ୱାବଲମ୍ୱି ଓ ଆତ୍ମନିର୍ଭରଶୀଳ କରିବା ପାଇଁ ଯାଜପୁର ପୈାରପାଳିକା ତରପଂରୁ ପ୍ରାରମ୍ଭିକ ପୁଂଜି ପ୍ରଦାନ କାର୍ଯ୍ୟକ୍ରମ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ମିଶନ ଶକ୍ତି ମହିଳା ମାନଙ୍କୁ ଏକ ନୂତନ ପରିଚୟ ପ୍ରଦାନ କରିବାର ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ ମହିଳା ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା ପୁଂଜିକୁ ଉପଯୁକ୍ତ ମାର୍ଗରେ ଉପଯୋଗ କରି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ପୈାରପାଳିକାର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଳ୍‌ିକ ପୈାରାଂଚଳର ମହିଳା ମାନଙ୍କ ଭିତରେ ସ୍ୱାବଲମ୍ୱି ଓ ଆତ୍ମନିର୍ଭରଶୀଳ ହେବାର ଯେଉଁ ଆଗ୍ରହ ପରିଲକ୍ଷିତ ହେଉଚ୍ଥି, ତାହାକୁ ଅଧିକରୁ ଅଧିକ ରୂପାନ୍ତରୀ କରିବା ପାଇଁ କ୍ଷୁଦ୍ର ଶିଳ୍ପ ମାଧ୍ୟମରେ ଆତ୍ମ ନିଯୁକ୍ତିର ସୁଯୋଗକୁ ବିନିଯୋଗ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୈାରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଅନିଲ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୈାରପାଳିକାର ୩ ଗୋଟି ୱାର୍ଡ଼ ଅନ୍ତର୍ଗତ ୧୮ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଗୋଷ୍ଠୀ ପ୍ରତି ୪ ଲକ୍ଷ ଟଙ୍କା ଋଣ ପ୍ରଦାନ ଖାଦ୍ୟ ପ୍ରକ୍ରିୟାକରଣ, କ୍ଷୁଦ୍ର ଶିଳ୍ପ ନିର୍ମାଣ ପ୍ରତିଷ୍ଠା ନିମନ୍ତେ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଜ୍ୟୋତିଶିଖା ରଣା ଓ ଶ୍ୱେତା ରାୟ ସଂଚାଳନ କରିବା ସଂଗେ ସଂଗେ ସମସ୍ତ ଗୋଷ୍ଠୀର ସହଯୋଗ ଓ ଊପସ୍ଥିତି ନିମନ୍ତେ ସିଟି ମ୍ୟାନେଜର ବିଶ୍ୱ ରଂଜନ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ପରିଚାଳକ ଓ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ପ୍ରମୁଖ ଉପସ୍ଥିତ ରହି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା ପୁଂଜି ବିନିଯୋଗ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଗ୍ରଣୀ ବ୍ୟାଙ୍କ ପରିଚାଳକଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଚ୍ଥ ଓ ଉତରୀୟ ପ୍ରାଦାନ ପୂର୍ବକ ସମ୍ମାନିତ କରିଥିଲେ । ଶେଷରେ ଗୋଷ୍ଠୀ ସଙ୍ଗଠିକାଙ୍କୁ ଶୁଭଶ୍ରୀ ପ୍ରିୟଦର୍ଶିନୀ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close