ସଂଘ ପରିବାରକୁ ବିରୋଧ କରୁଥିବା ନେତା ଏବେ ବିଜେପି ମୁହାଁ
ବ୍ୟାସନଗର,(ବସନ୍ତ କୁମାର ପାତ୍ରଙ୍କ ଠାରୁ): ବିଗତ ଦିନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପରିବାରକୁ ବିରୋଧ କରିବା ସହ ସ୍ୱୟଂ ସେବକ ମାନଙ୍କ ଉପରେ ଆଘାତ ଦେବା, ମାଡମାରିବା, ମିଛ ମୋକଦ୍ଦମା, କରି ଜେଲ ପଠାଇବା, ଗୋ ଚାଲାଣ କାରୀଙ୍କୁ ପ୍ରୋତ୍ସାହନ ଦେବା, କ୍ଷମତାରେ ଥାଇ ବିଶୃଙ୍ଖଳା ସୃଷ୍ଟି କରିବା ତଥା ସିଧାସଳଖ ସମ୍ପୃକ୍ତ ଥିବା ବିଭିନ୍ନ ରାଜନୈତିକ ଦଳରେ କାର୍ଯ୍ୟ କରୁଥିବା ନେତୃବୃନ୍ଦ ହିନ୍ଦୁ ବିଚାର ଦଳରେ ଭାରତୀୟ ଜନତା ପାର୍ଟି ସାମିଲ ହେବାକୁ ଯାଉଥିବାରୁ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ସ୍ୱୟଂ ସେବକ ମାନଙ୍କ ଦେହରେ ଲାଗିଥିବା କ୍ଷତ ଆଜି ଦିନରେ ଚିହ୍ନିତ ହେଉଥିବା ସମୟରେ କ୍ଷତାକ୍ତ କରିବା ରାଜନୀତି ବ୍ୟକ୍ତି ଆଜି ବିଜେପି ମୁହାଁ ହୋଇଥିବା ସର୍ବ ସାଧାରଣରେ ନା ପସନ୍ଦ କରାଯାଇଛି । ବିଗତ ଦିନରେ ସର୍ବସ୍ୱ ହରାଇଥିବା ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତାଙ୍କ ମନରେ ଦୁଃଖ ଦେବାସହ ଆଲୋଡ଼ନ ସୃଷ୍ଟି କରିଛି । ଏଥିପ୍ରତି ବିଜେପି ନେତୃବୃନ୍ଦ ତୀକ୍ଷ୍ଣ ଦୃଷ୍ଟି ଦେବା ସହ ସ୍ୱୟଂ ସେବକମାନଙ୍କର ଆଖିରୁ ପ୍ରଶମିତ କରିବା ପାଇଁ ଉଚିତ୍ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହେଉଛି ।