ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ଷ୍ଟାଫ କମିଟି ପକ୍ଷରୁ ବଦଳି ବିଦାୟୀ ଜିଲ୍ଲାପାଳଙ୍କୁ ସମ୍ୱର୍ଦ୍ଧନା

ଯାଜପୁର, ତା ୩୧ା୦୧(ଉ.ନ୍ୟୁଜ ବ୍ୟୁରୋ): ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ଷ୍ଟାଫ କମିଟି ପକ୍ଷରୁ ଅନ୍ୟତ୍ର ବଦଳି ହୋଇଥିବା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଚକ୍ରୱର୍ତୀ ସିଂହ ରାଠୋର, ଭା.ପ୍ର.ସେ.ଙ୍କୁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ବିଦାୟୀକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଚ୍ଥି । ଏହି ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ, ଉପ-ଜିଲ୍ଲାପାଳ ଗୋପୀନାଥ କୁଅଁର, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ, ଡେପୁଟୀ କଲେକ୍ଟର, ସଂସ୍ଥା ସୋନମ ଦାସ, ଡେପୁଟୀ କଲେକ୍ଟର, ସାଧାରଣ ଓ ବିବିଧ ସାଶ୍ୱତୀ ସୁଡୁଆଲ, ଭୂ ଅର୍ଜନ ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ, ଡେପୁଟୀ କଲେକ୍ଟର, ନିର୍ବାଚନ କ୍ଷୀରୋଦ କୁମାର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଂଜୁଲତା ନାୟକ, ଜାତାୟ ସୂଚନା ବିଜ୍ଞାନ ଅଧିକାରୀ ସୁଧାଂଶୁ ଶେଖର ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜିଲ୍ଳା କାର୍ଯ୍ୟାଳୟ ଷ୍ଟାଫ କମିଟି ସଭାପତି ନିଗମାନନ୍ଦ ମାନ୍ଧତା, ସଂପାଦକ ମଦନ ମୋହନ ପତିଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ବିଦାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଉପରେ ବକ୍ତବ୍ୟ ରଖିବା ସହ ଉନ୍ନତି ଓ ଉଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ । ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର, ଭା.ପ୍ର.ସେ.ଙ୍କୁ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବା ବେଳେ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ଶୁଭଙ୍କର ମହାପାତ୍ର, ଭା.ପ୍ର.ସେ., ରାଉରକେଲା ମହାନଗର ନିଗମ ଆୟୁକ୍ତ ଏବଂ ଅତିରିକ୍ତ ଦାୟିତ୍ୱରେ ଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଉରକେଲା ସ୍ମାର୍ଟ ସିଟି ଲିଃ. ଓ ସଚିବ, ରାଉରକେଲା ଉନ୍ନୟନ କର୍ତୃପକ୍ଷଙ୍କୁ ନିଯୁକ୍ତି ଦିଆଯାଇଚ୍ଥି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close