ଜିଲ୍ଲା ପ୍ରଶାସନ ପକ୍ଷରୁ କୋରାଇ ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଯାଜପୁର,୦୯/୦୧(ଉ. ନ୍ୟୁଜ୍ ବ୍ୟୁରୋ): ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡିକର ସମାଧାନ କରିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ପ୍ରଧାନ ଲକ୍ଷ୍ୟ ଅଟେ । ଏଣୁ ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଉଥିବା ଜିଲ୍ଲାର ସମସ୍ତ ଅଧିକାରୀମାନେ ନିଷ୍ଠା ଓ ସହୃଦୟତାର ସହ କାର୍ଯ୍ୟ ସଂପାଦନ କଲେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଜନସାଧାରଣମାନେ ଅଧିକରୁ ଅଧିକ ଅଭିଯୋଗ ପ୍ରକୋଷ୍ଠରୁ ଲାଭବାନ ହୋଇପାରିବେ ବୋଲି ଆଜି ପୂର୍ବାହ୍ନରେ କୋରାଇ ବ୍ଲକ ସମ୍ମିଳନୀ କକ୍ଷ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଏହି ମିଳିତ ଅଭିଯୋଗ ଶଣାଣି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଓ ସହଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଅଶୋକ କୁମାର ବେହୁରିଆ, ଉପ- ଜିଲ୍ଲାପାଳ, ଯାଜପୁର ଗୋପୀନାଥ କୁଅଁର, ଡେପୁଟି କଲେକ୍ଟର, ସାଧାରଣ ଓ ବିବିଧ, ଶାଶ୍ୱତୀ ସୁଡୁଆଲ, ବି.ଡି.ଓ., କୋରାଇ ଅଶୋକ କୁମାର ମାଝି, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଇଂ କ୍ଷେତ୍ର ମୋହନ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଜଳ ନିଷ୍କାସନ ଖଣ୍ଡ ଇଂ. ଦିଲ୍ଲିପ ନନ୍ଦନ ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ, ଜାରକା ଖଣ୍ଡ ଇଂ. କାମଦେବ ଦାସ, ଅଧିକ୍ଷଣ ଯନ୍ତ୍ରୀ ଜଳସେଚନ, ଯାଜପୁର ଖଣ୍ଡ ଶରତ ଚନ୍ଦ୍ର ଘଡାଇ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ପ୍ରଦୀପ କୁମାର ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶ୍ରୀନିବାସ କର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉଦିପ୍ତ କୁମାର ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଂଜୁଲତା ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ସହକାରୀ ନିବନ୍ଧକ ସମବାୟ ସମିତି ଶରତ ଚନ୍ଦ୍ର ମଲ୍ଳିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା, ବେସାମରିକ ଯୋଗାଣ ଅଧିକାରୀ ସଲ୍ଳାଉଦ୍ଦିନ ଖାଁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
         ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୬୮ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୩୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୫ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୦୯ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୧୫ ଗୋଟି ଅଭିଯୋଗ ଆସିଥିଲା । ଶିବିର ପ୍ରକୋଷ୍ଠରେ ୨୬ ଗୋଟି ଅଭିଯୋଗର ଜିଲ୍ଲାପାଳ ଶ୍ରୀ ରାଠୋର ତ୍ୱରିତ ସମାଧାନ କରିଥିଲେ । ପଂଜୀକୃତ ହୋଇଥିବା ଅଭିଯୋଗ ମଧ୍ୟରୁ ୦୭ ଗୋଟି ଅଭିଯୋଗର ଅଭିଯୋଗକାରୀମାନେ ଅଭିଯୋଗ ସ୍ଥଳରେ ଅନୁପସ୍ଥିତ ଥିଲେ । ପ୍ରକାଶ ଥାଉ କି, ଜାନୁୟାରୀ ମାସ ୧୬ ତାରିଖ ମଙ୍ଗଳବାର ରସୁଲପୁର ବ୍ଳକ କାର୍ଯ୍ୟାଳୟ ଠାରେ ୨୨ ତାରିଖ ସୋମବାର ଦଶରଥ ପୁର ବ୍ଳ୍‌କ କାର୍ଯ୍ୟାଳୟ ଠାରେ, ୨୯ ତାରିଖ ସୋମବାର ଧର୍ମଶାଳା ବ୍ଳ୍‌କ କାର୍ଯ୍ୟାଳୟ ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉକ୍ତ ଅଭିଯୋଗ ଶୁଣାଣି ଶିବିର ମାନଙ୍କରେ ଜିଲ୍ଲାର ବରିଷ୍ଠ ପଦାଧିକାରୀବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀ ଏବଂ ସଂପୃକ୍ତ ବ୍ଳକର ବି.ଡି.ଓ. ଏବଂ ତହସିଲଦାରମାନେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡିକର ତ୍ୱରିତ୍ ସମାଧାନ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ ପ୍ରଦାନ କରିଥିଲେ ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close