ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର 

ଯାଜପୁର, ତା ୨୮ା୧୧(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ପୂର୍ବାହ୍ନରେ ଦଶରଥପୁର ବ୍ଳକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିିବିର ଅନୁଷ୍ଠିତ ହୋଇଯାଇଅଚ୍ଥି । ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅଶୋକ କୁମାର ବେହୁରିଆ, ଉପ-ଜିଲ୍ଲାପାଳ ଗୋପୀନାଥ କୁଅଁର, ବି.ଡି.ଓ., ଦଶରଥପୁର ଆକାଶ ପଟ୍ଟନାୟକ, ତହସିଲଦାର, ଦଶରଥପୁର ବିକ୍ରମ କିଶୋର ପରିଡା ମଂଚାସୀନ ଥିବା ବେଳେ ସହକାରୀ ଜିଲ୍ଲାପାଳ, ସାଧାରଣ ଓ ବିବିଧ, ଲକ୍ଷ୍ମୀପ୍ରିୟା ଦାସ, ଜିଲ୍ଲା ଶିକ୍ଷା ଅଧକାରୀ ନିବେଦିତା ପାଣି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ଶ୍ରୀନିବାସ କର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉଦିପ୍ତ କୁମାର ତ୍ରିପାଠୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଚ୍ଥାୟା ପ୍ରଦୀପ କୁମାର ପଟ୍ଟନାୟକ, ଅଧିକ୍ଷଣ ଯନ୍ତ୍ରୀ, ନର୍ଦ୍ଦମା ଖଣ୍ଡ, ଯାଜପୁର ଦିଲିପ ନନ୍ଦନ ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଇଂ କ୍ଷେତ୍ର ମୋହନ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ଯାଜପୁର ରାଜ କିଶୋର ଭୂୟାଁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଂଜୁଲତା ନାୟକ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ । ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୩୮ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୨୪ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୪ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୦୩ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୦୪ଗୋଟି ଅଭିଯୋଗ ଥିଲା । ଶିବିର ପ୍ରକୋଷ୍ଠରେ ୭ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା । ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀ ଯୋଗଦେଇ ସହଯୋଗ ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close