ପାଣ୍ଡିଆନ ଲୁଚିଛପି ପଛଦ୍ୱାର ବାଟେ ପଳାଇଗଲେ

ଭୁବନେଶ୍ଵର, ତା ୨୩/୧୦(ଉ.ନ୍ୟୁଜ୍ ବ୍ୟୁରୋ): ଅକ୍ଟୋବର ୨୦ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଇସ୍ତଫା ଦେଇଥିଲେ ମଧ୍ୟ ତାହା ସର୍ବସାଧାରଣରେ ପ୍ରକାଶ ନ କରି ପଛ ଦ୍ଵାରରେ ଖସି ପଳାଇଯିବା ସ୍ୱଚ୍ଛ ଶାସନର ଅନ୍ତର୍ଭୁକ୍ତ ନୁହେଁ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି । ଅକ୍ଟୋବର ୨୦ରୁ ଭିକେ ପାଣ୍ଡିଆନଙ୍କ ଇସ୍ତଫା କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେହି ମଧ୍ୟ ଓଡ଼ିଶାବାସୀଙ୍କୁ ଏ ସମ୍ଭନ୍ଧରେ ସୂଚନା ଦେଇ ନଥିଲେ, ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଲାସୁତୁରାରେ ପାଣ୍ଡିଆନଙ୍କ ଇସ୍ତଫା ଗ୍ରହଣ କରାଯାଇଛି ଏବଂ ସେମାନେ ସାଢେ଼ ଚାରିକୋଟି ଓଡ଼ିଆଙ୍କୁ ବିଶ୍ୱାସକୁ ନେଇ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ସମୟରେ ହେଲିକପ୍ଟର ରେ ଓଡ଼ିଶା ବୁଲିବା ପାଇଁ ବହୁଳ ପ୍ରଚାର ପ୍ରସାର କରାଯାଉଥିବା ବେଳେ ଇସ୍ତଫା ଦେବା ପୂର୍ବରୁ ଓଡ଼ିଶା ବାସୀଙ୍କୁ କାହିଁକି ସୂଚନା ଦେଲେ ନାହିଁ ଏବଂ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ ସଲାସୁତୁରା କରି ଇସ୍ତଫା ପତ୍ରକୁ କେନ୍ଦ୍ର ସରକାରଙ୍କୁ ପଠାଇଦେବା ଫଳରେ ନବୀନ ପଟ୍ଟନାୟକ ଗଣତନ୍ତ୍ରର ସ୍ୱଚ୍ଛତା ଓ ପବିତ୍ରତା ଏବଂ ସାମ୍ଭିଧାନିକ ମୂଲ୍ୟବୋଧକୁ ଜାଳି ପୋଡ଼ି ଧ୍ଵଂସ କରିଦେଇଛନ୍ତି ବୋଲି ଆଇ.ସି.ପି ସଭାପତି ଏକ ପ୍ରେସ ବିବୃତିରେ କହିଛନ୍ତି। ଆହୁରି ମଧ୍ୟ ନବୀନ ପଟ୍ଟନାୟକ ଓଡ଼ିଆ ମାନଙ୍କ ଉପରେ ତାମିଲ ଫିରିଙ୍ଗି ଶାସନର ଅତ୍ୟାଚାର ଲଦି ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି । ନବୀନ ପଟ୍ଟନାୟକ ଓଡ଼ିଶାର କଳାପାହାଡ଼ ନବୀନ-ପାଣ୍ଡିଆନ -ବିଜେଡି ଦଳର ବିଲୁଆ ବିଚାରରେ ଓଡ଼ିଶାରେ ଦୁର୍ଘଟଣା, ସାପ କାମୁଡା, କୁମ୍ଭୀର ଟାଣି ଖାଇବା, ହାତୀ କଚାଡି ମାରିବା, ଘଡ଼ଘଡ଼ି ବିଜୁଳି ବଜ୍ରପାତ , ଥାନା ହାଜତରେ ପୋଲିସ୍ ପିଟିପିଟି ମାରିବା, ଶିକ୍ଷାନୁଷ୍ଠାନ ରେ ରାଗିଂଗ,ଡାକ୍ତରଖାନା ରେ ଡ଼ାକ୍ତରୀ ଚିକିତ୍ସା ଅଭାବରୁ ଲକ୍ଷ ଲକ୍ଷ ଲୋକ କୀଟପତଙ୍ଗ ଭଳି ମରୁଛନ୍ତି, ଏବଂ ପାଣ୍ଡିଆନ ଓଡ଼ିଶା ରାଜକୋଷର ଅପବ୍ୟୟ, ଅଯଥା ଖର୍ଚ୍ଚ ଓ ବେଆଇନ୍ ଖର୍ଚ୍ଚ କରି ଚାଲିଛନ୍ତି ଏବଂ ସଂଖ୍ୟାଧିକ ଓଡ଼ିଶା ବାସୀଙ୍କୁ ତାଙ୍କର ହକ୍ ପ୍ରାପ୍ୟ ଅଧିକାରରୁ ବଞ୍ଚିତ କରିଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close