‘ଫେରୋକ୍ରୋମ ପ୍ଲାଂଟ’ ମେନ ଗେଟ୍‌ରେ ସିକୁରିଟି ପୋଷ୍ଟ ଫାଙ୍କା, ଚେୟାର ଚୋରୀ

 

 

ବ୍ୟାସନଗର, (ଉ.ନ୍ୟୁଜ୍ ବ୍ୟୁରୋ): ‘ସ୍ଥାନୀୟ ଇଡ଼କଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍ ଲିମିଟେଡ଼’ (ଇଫ୍‌କାଲ)କୁ ଓଡ଼ିଶା ଖଣି ନିଗମ (ଓ.ଏମ.ସି) ଅଧିଗ୍ରହଣ କଲା ପରେ କାରଖାନାର କ’ଣ ଅଗ୍ରଗତି ହୋଇଛି, କର୍ମଚାରୀ ଓ ଶ୍ରମିକମାନଙ୍କ କ’ଣ ସୁବିଧା ହୋଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଓଏମସିର ବୈମାତୃକ ମନୋଭାବ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀଙ୍କୁ ତାଜୁବ କରିଛି । ନିଗମ କର୍ତୃପକ୍ଷ ଅଧିକାରୀଙ୍କ ଉପରେ ଲଗାମ ଲଗାଇବା ପରିବର୍ତେ ଗରୀବ ଶ୍ରମିକଙ୍କ ପେଟକୁ ନାତ ମାରିବା ଭଳି କାର୍ଯ୍ୟ ଜାରୀ ରଖିଛି । କଲୋନି ଓ କାରଖାନା ପରିସରରେ ଥିବା ରାସ୍ତାଘାଟ କଡ଼ରେ ଘାସ ଓ ଅନାବନା ଗଛ ମାଡି ମାଡି ଚାଲିଛି । ରାସ୍ତାରେ ରୋଡ଼ ରୋମୀୟ ଯୁବକମାନେ ପାଦ୍ରୂଭାବ ଜାରୀ ରଖି ଦିନରେ ରାସ୍ତା ଅବରୋଧ କରି ‘ଟିକ୍‌ଟକ୍‌’ ଭିଡ଼ିଓ ଆଦି କରୁଛନ୍ତି । ସିକୁରିଟି ଏକଥାକୁ ଆଉ ଦେଖୁ ନାହାନ୍ତି । କାରଣ ଏକଥା ପ୍ରତିରୋଧ କରିବାକୁ ଯାଇ ଓଲଟା ସ୍ଥାନୀୟ ପୋଲିସର ଶରବ୍ୟ ହୋଇଥିବାର ଜଣାଯାଇଛି । କଲୋନିରୁ ଦିନ ଦିପ୍ରହରରେ ଚୋର ଓ ଠାଉରିଆମାନେ କବାଟ, ଝରକା ତାଡି ଲୁଟପାଟ କରୁଥିବା ବେଳେ କେହି କିଛି କହୁନାହାନ୍ତି । କାରଖାନାର ବନ୍ଧ, ଯୋଡ଼ାବର ପଟ ଓ ବ୍ୟାସସରୋବର ପଟୁ ରୀତିମତ ମୋହରମ ଚୋରୀ ହେଉଥିଲେ ହେଁ ମୋହରମ ମାଫିଆମାନଙ୍କ ଠାରୁ ମୋଟା ବଟି ଖାଇ ଦୀର୍ଘ ଦିନ ହେଲା ପୋଲିସ ହାତ ବାନ୍ଧି ବସିଯାଇଛି । ଫଳରେ କାରଖାନା ଆଖପାଖ ଅଂଚଳରେ ରାତ୍ରୀ ୧୨ଟା ପରେ ମୋହରମ ମାଫିଆମାନଙ୍କ ବିଚରଣ ଜାରୀ ରହିଛି । ଖାଲସବୁଙ୍କୁ ମାପଚୁପ କରି ତଦନ୍ତ କଲେ ଏହି ମୋହରମକୁ କିଏ ନେଲେ ତା’ର ଉତର କାରଖାନା କର୍ତୃପକ୍ଷ, ପୋଲିସ, ତହସିଲ କର୍ତୃପକ୍ଷଙ୍କ ପାଇଁ କଷ୍ଟକର ହେବ ବୋଲି କୁହାଯାଉଛି । ଏପରି ପରିସ୍ଥିତିରେ କାରଖାନା କର୍ତୃପକ୍ଷ ସିକୁରିଟି ବ୍ୟବସ୍ଥାକୁ ଢ଼ିଲା କରିବା ସନ୍ଦେହଜନକ । କାରଖାନାର ମେନଗେଟରେ ଆଜି ସକାଳେ ଆଶ୍ଚର୍ଯ୍ୟଜନକ ଭାବେ କୈାଣସି ଗାର୍ଡ ରଖାଯାଇ ନ ଥିଲା । ଯାହା କାରଖାନା ହେବା ଠାରୁ ଆଜି ପର୍ଯ୍ୟନ୍ତ ଏପରି କେବେ ହୋଇନଥିଲା । ଫଳତଃ ଆଜି ଗେଟରୁ ଚେୟାର ଚୋରୀ ହୋଇଥିବାର ଜଣାଯାଇଛି । ବ୍ୟବସ୍ଥାକୁ ଜାଣିଶୁଣି କାରଖାନା କର୍ତୃପକ୍ଷ ଏବଂ ଠିକା ନେଇଥିବା ଜି-ଫୋର-ଏସ ସିକୁରିଟି ସଂସ୍ଥା ଢ଼ିଲା କରୁଛନ୍ତି । କାଟଛାଂଟ କରାଯିବା ଆଳରେ କାରଖାନାର କ୍ଲବକୁ ଆସୁଥିବା ଖବରକାଗଜଗୁଡିକୁ ବନ୍ଦ କରିବାକୁ ଯୋଜନା ହେଉଛି । ଯେଉଁ ଓଏମସି ରାଜ୍ୟରେ ସରକାରଙ୍କ ଡ଼ାକରାରେ ସବୁ ଦେଉଛି, ଏଠି ପେପର ବନ୍ଦ ପାଇଁ ଯୋଜନା କରିବା ହାସ୍ୟାସ୍ପଦ ବୋଲି କେତେକ କହୁଛନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close