ରାଜ୍ୟ ପ୍ରଦୂଷଣ ବିଭାଗ କାହା ସ୍ୱାର୍ଥରେ ? ଚିଠି ହେଉଛି, କାର୍ଯ୍ୟକାରୀ ଶୂନ୍
ଯାଜପୁର /କଳିଙ୍ଗନଗର(ଉଦୟବଟ ବ୍ୟୁରୋ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ର ସ୍ଥିତି ଏବେ ସାଂଘାତିକ l ଶିଳ୍ପ ପାଇଁ ଏବେ ଅଶାନ୍ତ କଳିଙ୍ଗନଗର ବାସୀ l ଏଠି ଚେଇଁ ସୋଇଛି ପ୍ରଶାସନ, ନା ଅଛି ପ୍ରଦୂଷଣ ର ଚିନ୍ତା ନା ଅଛି ଜନସାଧାରଣଙ୍କ ସୁସ୍ଥ ଜୀବନ ଯାପନ ର ଚିନ୍ତା l ସରକାରୀ ବାବୁମାନେ ଶିଳ୍ପପତି ଙ୍କ କଥାରେ ପରିଚାଳିତ l ସେଥିପାଇଁ ଏଠାରେ କଲବଲ ହେଉଛନ୍ତି ସାଧାରଣ ଜନତା l ଏଠି ଗୁହାରୀ ଶୁଣିବା ପାଇଁ କେହି ନାହାନ୍ତି! ଶୁଣିବ କିଏ,ସବୁଠି ଚାଲିଛି ମିଳିଭଗତ ର ସମାଧାନ l କଳିଙ୍ଗନଗର ଶିଳ୍ପାନୁଷ୍ଠାନ ରେ ଗଢି ଉଠିଥିବା ଜିନ୍ଦଲ ଶିଳ୍ପ କମ୍ପାନୀ l ଏହି କମ୍ପାନୀ ର ମାତ୍ରାଧିକ ପ୍ରଦୂଷଣ ଓ ଦୂଷିତ ଜଳ ନିଷ୍କାସନ, ଏଠାକାର ଅଞ୍ଚଳବାସୀ ଙ୍କ ମୁଣ୍ଡ ବ୍ୟଥା ର କାରଣ ସାଜିଲାଣି l ରାସ୍ତାରେ ଯିବାଆସିବା କଷ୍ଟକର, ମାତ୍ରାଧିକ ଧୂଳି ଧୂଆଁ ରେ ଅଣନିଶ୍ୱାସି ହୋଇପଡୁଛନ୍ତି ସାଧାରଣ ଜନତା l କମ୍ପାନୀ ତରଫରୁ ରାସ୍ତା ରେ ପାଣି ଛିଞ୍ଚନ ର ବ୍ୟବସ୍ଥା ଥିଲେ ମଧ୍ୟ ଏଥିପ୍ରତି କମ୍ପାନୀର ନିଘା ନାହିଁ l ପ୍ରଦୂଷଣ ବିଭାଗ ସବୁ ଦେଖି ମଧ୍ୟ ନଦେଖିଲା ପରି ଅଭିନୟ କରୁଛି l
ସୂଚନା ମୁତାବକ ଗତ ସେପ୍ଟେମ୍ବର ମାସରେ ରାଜ୍ଯ ପ୍ରଦୂଷଣ ବିଭାଗ ଜିନ୍ଦଲ, କେଜେ, ଓ ଭିସା କୁ ପରିବେଶ ଯାଞ୍ଚ କରିବା ପାଇଁ ଆସିଥିବା ବେଳେ ଭିସା ଓ କେଜେ ଇସ୍ପାତ କୁ କାରଣଦର୍ଶା ନୋଟିସ କରିଥିବା ଦେଖିବାକୁ ମିଲିଛି। ଯାହାର ଚିଠି ସଂଖ୍ଯା ୧୫୪୦୮/IND-I-CON-୫୩୦୨ ତାରିଖ ୪.୧୦.୨୦୨୩ ରେ ମାତ୍ର ଜିନ୍ଦଲ ଷ୍ଟିଲ ଉପରେ ରାଜ୍ଯ ପ୍ରଦୁଷଣ ବିଭାଗ ବର୍ତ୍ତମାନ ସୁଧା କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଆଞ୍ଚଳିକ ପ୍ରଦୂଷଣ ବିଭାଗ ର ମୁଖ୍ଯ ପ୍ରମୋଦ କୁମାର ବେହେରା ତାଙ୍କର ପ୍ରତିକିୟା ରେ କହିଲେ କି ଏହା ରାଜ୍ଯ ରେ ଥିବା ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ଯଲାୟରୁ ଯାଞ୍ଚ ପାଇଁ ଆସିଥିବା ଯୋଗୁଁ ସେ ଏବିଷୟ ରେ କୌଣସି ପ୍ରତିକିୟା ଦେଇପାରିବେ ନାହିଁ। ଠିକ୍ ସେହି ପରି ଗତ ଏପ୍ରିଲ ମାସରେ ଆସି ରାଜ୍ଯ ପ୍ରଦୂଷଣ ବିଭାଗ ସରଜମିନ ଯାଞ୍ଚ କରିବା ପରେ ମଧ୍ଯ ବର୍ତ୍ତମାନ ସୁଧା କୌଣସି ପଦକ୍ଷେପ ଗ୍ରହଣ ନ କରିବା ସାଧାରଣ ରେ ଚର୍ଚ୍ଚା ହେଉଛି l ରାଜ୍ଯ ପ୍ରଦୂଷଣ ବିଭାଗ ଓ ଜିନ୍ଦଲ ଷ୍ଟିଲ ର ଭିତିରିଆ ବୁଝାବଣା ହେଇଥିବା ସାଧାରଣରେ ଆଲୋଚନା ହେଉଛି ।