ଓଡ଼ିଶାର ୧୪୭ ବିଧାନସଭା ଏବଂ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଛିଡ଼ା କରାଇବ ଆଇ.ସି.ପି

ଭୁବନେଶ୍ଵର: ଗତକାଲି ବୁଧବାର ଭୁବନେଶ୍ୱରରେ ବସିଥିବା ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି)ର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ଓଡ଼ିଶାର ସାମ୍ପ୍ରତ୍ତିକ ରାଜନୈତିକ ପରିସ୍ଥିତି ଏବଂ ଆସନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ପ୍ରାର୍ଥୀ ବା ପ୍ରାର୍ଥୀନି ଛିଡ଼ା କରାଇବ ବୋଲି ଏଥିରେ ସ୍ଥିର କରାଯାଇଥିଲା । ଦଳର କାର୍ଯ୍ୟରତ କର୍ମକର୍ତ୍ତାଙ୍କ ବ୍ୟତୀତ କେତେକ ନୂତନ ଚଳଚଞ୍ଚଳ ଯୁବକ, ଯୁବତୀମାନଙ୍କୁ ଦଳ ପ୍ରାର୍ଥୀ ବା ପ୍ରାର୍ଥୀନି କରିବ । ପ୍ରତ୍ୟେକ ବିଧାନସଭା ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା, ବାଇକ୍ ରାଲି, ସାଧାରଣ ସଭା ଓ କର୍ମୀ ସମ୍ମିଳନୀ ଇତ୍ୟାଦି କରିବା ପାଇଁ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିରେ ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲ୍ଲିକ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିରୁ ପ୍ରାର୍ଥୀ ବା ପ୍ରାର୍ଥୀନି ହେବା ପାଇଁ କେତେକ ରାଜନୈତିକ ନେତା ଓ ନେତ୍ରୀ ଆଗ୍ରହ ପ୍ରକାଶ କରିଥିବାର କହିଥିଲେ ଏବଂ କେତେକ ପୂର୍ବତନ ବିଧାୟକ, ବିଧାୟିକା ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିରୁ ପ୍ରାର୍ଥୀ, ପ୍ରାର୍ଥୀନି ହେବା ପାଇଁ ଯୋଗାଯୋଗ କରିଥିବାର କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ଯ୍ୟ କହିଥିଲେ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।  

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close