୦୬ ରନରେ ଜିତିଲା ବାଲାଂଦେଶ, ଭାରତର ରଣକୈାଶଳ ଭୂଲ ପ୍ରମାଣିତ

ବ୍ୟାସନଗର,୧୫ା୦୯(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ବହୁ ସମୟରେ ଭୂଲ ପଦକ୍ଷେପ ନେଇ ଭାରତ ହାରିଯାଉଥିବାରୁ ଏହାର ପ୍ରଭାବ ଦେଶର କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ହତୋତ୍ସାହିତ କରିଥାଏ । ଯାହାର ଜ୍ୱଳନ୍ତ ଉଦାହରଣ ଆଜିର ଭାରତ ବନାମ ବାଲାଂଦେଶ ମ୍ୟାଚରୁ ବାରି ହୋଇପଡିଛି । ପୂର୍ବର ୦୨ଟି ମ୍ୟାଚରେ ୧ମେ ଭାରତ ବ୍ୟାଟିଂ କରି ଭଲ ବିଜୟ ଆଣି ଦେଶବାସୀଙ୍କୁ ଖୁସ କରିଥିଲେ । ଏକଥା ଘଟିଥିଲା ୧ମେ ବ୍ୟାଟି କରିବା ଫଳରେ । ୧ମେ ବ୍ୟାଟିଂ କରି ନିଜର ପାରମ୍ପାରିକ ଶକ୍ତ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ବିଶାଳ ୨୨୮ ରନ ବ୍ୟବଧାନରେ ହରାଇ ଭାରତ ଜି-୨୦ ଆୟୋଜନର ସଫଳତାର ଖୁସିକୁ ଆହୁରି ବ୍ୟାପକ କରିଥିଲା । ପୁନଶ୍ଚ, ଏସିଆ କପର ଶକ୍ତିଶାଳୀ ଦଳ ଆୟୋଜକ ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ କରିବା କାରଣରୁ ୪୧ ରନରେ ହରାଇ ଦେଇ ଭାରତୀୟ ଦଳ ନିଜର ଆତ୍ମ ବିଶ୍ୱାସକୁ ବହୁ ମାତ୍ରାରେ ବଢ଼ାଇବା ସଂଗେ ସଂଗେ ଦେଶବାସୀଙ୍କୁ ଭରପୁର ଆନନ୍ଦିତ କରିଥିଲେ । ହେଲେ ଆଜି ଟସ ଜିଣି ଭାରତ ୧ମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ କିଛି କ୍ରିକେଟପ୍ରେମୀ ଆଶ୍ଚର୍ଯ୍ୟ ହୋଇଥିଲେ ଓ ଶେଷରେ ଦୁର୍ବଳ ବାଲାଂଦେଶ ଠାରୁ ୦୬ ରନରେ ହାରି କ୍ରିକେଟପ୍ରେମୀଙ୍କୁ ହତୋତ୍ସାହିତ କରିଛନ୍ତି । ଗୋଟିଏ ଧାରାରେ ଦଳର ବିଜୟ ଆଶା ଅଧିକ ଥିବା ବେଳେ କେଉଁ କାରଣରୁ ପଛ ବ୍ୟାଟିଂ ପାଇଁ ସ୍ଥିର କଲେ ତାହାକୁ ଅନେକ ବୁଝି ପାରୁନାହାନ୍ତି । ରବିବାରର ଫାଇନାଲ ପାଇଁ ଏହା କ’ଣ ପ୍ରଭାବ ପକାଇବ ତାହା ଜଣାପଡ଼ିବ । ଆଜିର ଦଳ ମଧ୍ୟ କିଛି ଖରାପ ନ ଥିଲା । ୧ମ ବ୍ୟାଟିଂରେ ଭାରତୀୟ ଦଳ ଯେପରି ମୁକ୍ତ ଭାଳେ ଖେଳେ ୨ୟ ବ୍ୟାଟିଂରେ ସେପରି ଦେଖାଯାଏ ନାହିଁ ବୋଲି ଅଧିକାଂଶ ମ୍ୟାଚରୁ ଦେଖାଯାଇଛି । ସୁଚନାଥାଉକି, ବାଲାଂଦେଶର ଅଧିନାୟକ ୮୦ ରନ କରିବା ସହ ୧୦ ଓଭର ସୁନ୍ଦର ବୋଲିଂ କରି ଭାରତୀୟ ଦଳକୁ ସମୁଚିତ ଯବାବ ଦେଇଥିବା ବେଳେ ଆମର ଅଧିନାୟକ ୨ୟ ବ୍ୟାଟିଂ ନେବା ସହ ୦୦ ରନରେ ଆଉଟ ହୋଇ ଦଳ ପାଇଁ ଚାପ ବଢ଼ାଇ ଦେଇଥିଲେ । ଶୁଭମ ଗିଲ ଓ ଅକ୍ଷର ପଟେଲଙ୍କ ଛଡ଼ା ଆଉ କିଏ ସେପରି ପ୍ରଭାବୀ ବ୍ୟାଟିଂ କରିପାରି ନ ଥିଲେ । ପ୍ରେସରରେ ଭଲ ଖେଳୁଥିବା ଅକ୍ଷର ପଟେଲଙ୍କୁ ଆଉ ଟିକିଏ ଆଗରୁ ପଠାଇଥିଲେ ଭାରତ ଜିତିବାଟା ଅସମ୍ଭବ ହୋଇନଥାନ୍ତା । ୧ମ ବ୍ୟାଟିଂ କରି ବାଲାଂଦେଶ ୮ ୱିକେଟରେ ୨୬୫ ରନ କରିଥିବା ବେଳେ ଯବାବରେ ଭାରତ ଲଢ଼େଇ କରି ୪୯.୫ ଓଭରରେ ୨୫୯ ରନ କରି ସମସ୍ତ ୱିକେଟ ହରାଇ ୦୬ ରନରେ ହାରିଯାଇଥିଲା । ଟିମର ଗେମ ପ୍ଲାନ ଅଧିକାଂଶ ବେଳେ ସାଧାରଣ ଜନତାଙ୍କ ବିଚାର ଠାରୁ ବେଶ ଭଲ ହେଉ ନ ଥିବାରୁ ଏପରି ନୈରାଶଜନକ ଫଳ ଆସୁଛି ! ଆଜି କ’ଣ ପାଇଁ ୨ୟ ବ୍ୟାଟିଂକୁ ଚୟନ କରାଯାଇଥିଲା, ତା’କୁ ନେଇ କେତେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close