ଲୋକଙ୍କ ଆକାଉଣ୍ଟକୁ ଅଜଣା ସୂତ୍ରରୁ ଆସୁଛି ଟଙ୍କା ,ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ କୁ କିଏ ପଠାଉଛି ଟଙ୍କା??

ଯାଜପୁର;୦୮/୦୯(ନି ପ୍ର ) : ଗତକାଲି ପଟ୍ଟାମୁଣ୍ଡାଇରେ ଏମିତି କିଛି ଲୋକଙ୍କ ଆକାଉଣ୍ଟକୁ ଅଜଣା ସୂତ୍ରରୁ ଟଙ୍କା ଆସିଥିବା ବେଳେ ଆଜି(ଶୁକ୍ରବାର )ଯାଜପୁରରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଆକାଉଣ୍ଟରେ ଆସୁଛି ଲକ୍ଷ ଲକ୍ଷ ଟଙ୍କା । ଏହାକୁ ଉଠାଇବା ପାଇଁ ବ୍ୟାଙ୍କରେ ଲାଗୁଛି ଲୋକଙ୍କ ଭିଡ଼ । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଆସୁଛି ଟଙ୍କା ।ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା, ବାଲିସାହି, ବାଲିଚନ୍ଦ୍ରପୁର ଗାଁର ୫୦୦ ରୁ ଅଧିକ ଲୋକଙ୍କ ଆକାଉଣ୍ଟକୁ ଆସିଛି ଲକ୍ଷ ଲକ୍ଷ ଟଙ୍କା । ଏ ଟଙ୍କା କୁଆଡ଼ୁ ଆସୁଛି ଜଣାପଡ଼ି ନଥିବାବେଳେ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ଲାଗିଛି ଲୋକଙ୍କ ଭିଡ଼ । କାହା ଆକାଉଣ୍ଟକୁ ୨୦ ହଜାର ତ ଆଉ କାହାର ୫୦ ହଜାର । ଅନେକ ଲୋକଙ୍କ ଆକାଉଣ୍ଟକୁ ହଜାର ହଜାର ଟଙ୍କା ଆସିଥିବା ଜାଣି ଖୁସି ହୋଇଯାଇଛନ୍ତି ଲୋକ । ଏନେଇ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର କହିଛନ୍ତି, ଗତକାଲିଠୁ ଲୋକମାନେ ବ୍ୟାଙ୍କକୁ ଆସି ଟଙ୍କା ଉଠାଇନେଉଛନ୍ତି । ତେବେ କେଉଁଠୁ ଟଙ୍କା ଆସିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଟଙ୍କା କେଉଁଠୁ ଆସିଛି ତାହାର ତଦନ୍ତ ଜାରି ରହିଛି ।ଗତକାଲି ଏଭଳି ଘଟଣା ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ । ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଲକ୍ଷ ଲକ୍ଷ ଟଙ୍କା ଜମା ହେଉଥିବା ଖବର ସାରା ଅଞ୍ଚଳରେ ଖେଳିଯାଇଥିଲା । ଆଉ ଲୋକମାନେ ତୁରନ୍ତ ଧାଇଁ ଆସିଥିଲେ ବ୍ୟାଙ୍କକୁ ।ସୂଚନା ଅନୁଯାୟୀ ଗତକାଲି ଆଳି ଅଞ୍ଚଳର ବାଟିପଡା ଗ୍ରାମ୍ୟ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟକୁ ଅଚାନକ ଟଙ୍କା ଆସିଥିଲା । ୨ ହଜାର ଠୁ ଆରମ୍ଭ କରି ୨ ଲକ୍ଷ ଯାଏଁ ଆକାଉଣ୍ଟରେ ଜମା ହୋଇଯାଇଥିଲା । ଏ ନେଇ ମୋବାଇଲକୁ ମେସେଜ ମଧ୍ୟ ଆସିଥିଲା । ଯାହା ପରେ ବ୍ୟାଙ୍କରେ ଲୋକଙ୍କ ଗହଳି ଲାଗିଥିଲା । ଏହା ପଛରେ କୌଣସି ରାଜନୀତିକ ତଥ୍ୟ ରହିନି ତ୍! ଏମିତି ଅଚାନକ ଟଙ୍କା କାହିଁକି ଆସୁଛି କିଏ ପଠାଉଛି କିଏ ଦେବ ଏହାର ଉତ୍ତର ଏହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close