ଯାଜପୁର କୁସୁମା ପଡିଆ ଠାରେ ୭୭ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

                    ସେବା,    ବିଶ୍ୱାସ, ଦାୟିତ୍ୱ, ଶାନ୍ତି ଓ ସଦ୍‌ଭାବ ହେଉଚ୍ଥି ସ୍ୱାଧୀନତାର ମୁଖ୍ୟ ଆଧାର- କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ଦଳାଇ 
ଯାଜପୁର, ୧୫ା ୮(ଉ.ନ୍ୟୁଜ୍ ବ୍ୟୁରୋ): ସେବା, ବିଶ୍ୱାସ, ଦାୟିତ୍ୱ, ଶାନ୍ତି ଓ ସଦ୍‌ଭାବ ହେଉଚ୍ଥି ସ୍ୱାଧୀନତାର ମୁଖ୍ୟ ଆଧାର ଓ ମୂଲ୍ୟବୋଧ । ଶହ ଶହ ବର୍ଷର ପରାଧିନତା ଓ ଦାସତ୍ୱରୁ ଭାରତୀୟମାନେ ଯେଉଁଦିନ ମୁକ୍ତି ହୋଇଥିଲେ ତାହା ଥିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ, ଭାରତ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ ଓ ସ୍ମରଣୀୟ ମୂହୁର୍ତ୍ତ । ଅନେକ ଘାତ ପ୍ରତିଘାତ, ସଂଗ୍ରାମ, ଆନ୍ଦୋଳନ ପରେ ଆମ ଦେଶର ବୀର ସନ୍ତାନମାନେ ନିଜ ଜୀବନକୁ ବାଜି ଲଗାଇ ଇଂରେଜ କବଳରୁ ଭାରତକୁ ମୁକ୍ତ କରିଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ୍ ନେହେରୁ, ସର୍ଦ୍ଦାର ବଲ୍‌୍ଳଭ ଭାଇ ପଟେଲ, ଉତ୍କଳମଣୀ ଗୋପବନ୍ଧୁ ଦାସ, ଡଃ ହରେକୃଷ୍ଣ ମହତାବ, ଶହୀଦ ଲକ୍ଷ୍ମଣ ନାୟକ, ବାଘା ଜତୀନ, ବୀର ସୁରେନ୍ଦ୍ରସାଏ, ମାଳତୀ ଚୈାଧୁରୀ, ବକ୍ସି ଜଗବନ୍ଧୁ, ବିଜୁ ପଟ୍ଟନାୟକଙ୍କ ସହ ଯାଜପୁର ମାଟିର ସ୍ୱାଧୀନତା ସଂଗ୍ରାମୀ ସନ୍ତାନ ମାୟାଧର ଭୂୟାଁ, ସାନନ୍ଦ ସ୍ୱାଇଁ, ସାଉଁଟି ମଲି୍ଳକ, ହାଡିବନ୍ଧୁ ପଣ୍ଡା ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଉଥାପନ କରି ମୁଖ୍ୟ ଅତିଥି ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ । ଆଜାଦ ହୀନ୍ଦ୍ ପେଂ÷ାଜର ବୀର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବୀରତ୍ୱ ମଧ୍ୟ ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ଅବିସ୍ମରଣୀୟ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ।
         ଆମ ରାଷ୍ଟ୍ର ଓ ଆମ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଚ୍ଥି । ଯାଜପୁର ଜିଲ୍ଳ୍‌ା ମଧ୍ୟ ୨ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି ବିକାଶର ଶିଖର ସ୍ଥାନରେ ପହଞ୍ଚିବାକୁ ଯାଉଚ୍ଥି । ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଯାଜପୁର ଜିଲ୍ଳ୍‌ାର ଟସର ଶିଳ୍ପ କାରୁକାର୍ଯ୍ୟ, ଗୋପାଳପୁର ଓ ଚକ ଗୋପାଳପୁରର ହସ୍ତ ତନ୍ତ ଓ ବୟନ ଶିଳ୍ପ ଦେଶରେ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଚ୍ଥି । ସେହିପରି ବିଶ୍ୱ ଆଜି ଚାହୁଁଥିବା ଭଳି ଉତ୍କୃଷ୍ଟ ମାନର ସ୍ୱାସ୍ଥ୍ୟ ସେବା ପାଇଁ ଯାଜପୁର ସଦର ମହକୁମା ଠାରେ ୨୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ଚିକିତ୍ସାଳୟ ସ୍ଥାପନ ଯାଜପୁର ଜିଲ୍ଳ୍‌ାପାଇଁ ଗର୍ବ ଓ ଗୈାରବର ବିଷୟ ବୋଲି ସେ କହିଥିଲେ । ଜାତି ଉଦ୍ଦେଶ୍ୟରେ ଊଦ୍‌ବୋଧନ ଦେଇ ଦାୟିତ୍ୱ ଓ ଅଧିକାର ଜାତୀୟ ଏକତା ଓ ସଂହତି, ଭାଇଚାରା ଓ ସଂପ୍ରିତି ମୂଲ୍ୟବୋଧକୁ ଅକ୍ଷୂର୍ଣ୍ଣ ରଖି ଗାନ୍ଧିଜୀଙ୍କ ସ୍ୱପ୍ନ ରାମରାଜ୍ୟ ପ୍ରତିଷ୍ଠା କରିବାକୁ ପବିତ୍ର ୭୭ତମ ସ୍ୱାଧୀନତା ଦିବସ ପାବନ ଅବସରରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ତ୍ରିରଙ୍ଗା ପତାକା ତଳେ ସମସ୍ତେ ଶପଥ ନେବାକୁ ଯାଜପୁର ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସର ମୁଖ୍ୟ ଅତିଥି ଡଃ ସୁରେଶ ଚନ୍ଦ୍ର ଦଳାଇ, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ, କଟକ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି ଏହା କହିଥିଲେ ।
       ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା, ଦେଶାତ୍ମବୋଧ ସଂଗୀତ, ଇଂରାଜୀ ବକ୍ତୃତା, ଚିତ୍ରାଙ୍କନ ଓ କ୍ୱିଜ୍ ପ୍ରତିଯୋଗିତାର କୃତି ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ସହ ଗୋଟିଏ ଗୋଟିଏ ପଂଳ ଚାରା ବଣ୍ଟନ କରିଥିଲେ ଓ ପୂର୍ବରୁ ଅନୁଷ୍ଠିତ ଉତ୍କଳ ବାଳାଶ୍ରମ, ଆମ ଘର, ସୁକିନ୍ଦା, ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ବିଦ୍ୟାଳୟ ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ପୁରସ୍କାର ସହ ଗୋଟିଏ ଗୋଟିଏ ପଂଳ ଚାରା ବଣ୍ଟନ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା-ଡି.ଏ.ଭି. ପବ୍ଳିକ ସ୍କୁଲ, ଅବଦଲପୁର ୟୁ.ଜି.ଏମ୍‌.ଇ ସ୍କୁଲ, ଯାଜପୁର ଜିଲ୍ଲା ସ୍କୁଲ, କ୍ରାନିୟମ +୨ ଆବାସିକ ମହାବିଦ୍ୟାଳୟ ଓ ଶୋଭନୀୟ ଶିକ୍ଷାଶ୍ରମ, ଉଦୟଗିରି ଚ୍ଥାତ୍ର ଚ୍ଥାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧ ସଂଗୀତ ସମ୍ୱଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୋଟ ୪୪ ଗୋଟି ପ୍ୟାରେଡ୍ ଟ୍ରୁପ୍ ମଧ୍ୟରେ ଏକ ଗୋଟି ପୋଲିସ ସଶସ୍ତ୍ର ବାହିନୀ, ୧୧ ଗୋଟି ଏନ୍‌.ସି.ସି. ଟ୍ରୁପ୍‌, ୭ ଗୋଟି ମହାବିଦ୍ୟାଳୟ ଟ୍ରୁପ୍‌, ୧୪ ଗୋଟି ଊଚ୍ଚ ବିଦ୍ୟାଳୟ ଟ୍ରୁପ୍ ଓ ୧୧ ଗୋଟି ମାଧ୍ୟମିକ ସ୍ତରୀୟ ଟ୍ରୁପ୍ ପ୍ୟାରେଡ୍‌ରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ୟାରେଡ୍‌କୁ ପ୍ୟାରେଡ୍ କମାଣ୍ଡର ତଥା ପାଣିକୋଇଲି ସ୍ଥିତ ପୋଲିସ ରିଜର୍ଭ ଇନିସ୍ପେକ୍ଟର ଦୀନେଶ କୁମାର ସାହୁ, ସେକେଣ୍ଡ ଇନ୍ କମାଣ୍ଡର ବିରଞ୍ଚି ନାରାୟଣ ସାହୁ ଓ ବ୍ୟାଣ୍ଡ ହାବିଲଦାର ପ୍ୟାରେଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲା ଓ ରାଜ୍ୟରେ ୨୦୨୩ ମସିହା ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର (୬୦୦ ରୁ ୫୯୦) ରଖିଥିବା ଚ୍ଥାତ୍ରୀ ଶ୍ରେୟଶ୍ରୀ ଜେନାଙ୍କୁ ଖଗେଶ୍ୱର ସାମଲ ସ୍ମାରକୀ ଟ୍ରପିଂ ଓ ଟ. ୫୦୦୦/-, ଉର୍ମିଳା ସାହୁ ସ୍ମାରକୀ ମାନପତ୍ର ଓ ଟ. ୨୧୦୦/-, ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଶୁଭଶ୍ରୀ ନନ୍ଦ ସ୍ମାରକୀ ମାନପତ୍ର ଓ ଟ.୧୫୦୦/- ଆର୍ଥିକ ପ୍ରୋତ୍ସାହନ ରାଶି, ଜିଲ୍ଲାର ଜଣେ କର୍ତ୍ତବ୍ୟରତ ଶ୍ରେଷ୍ଠ ଡାକ୍ତର ସୁବ୍ରତ କୁମାର ନାୟକଙ୍କୁ ଆକୁଳି ଚରଣ ମେକାପ୍ ଟ୍ରପିଂ, ଜିଲ୍ଳ୍‌ା ପ୍ରଶାସନ ତରପଂରୁ ଜିଲ୍ଳ୍‌ାର ଜଣେ ଶ୍ରେଷ୍ଠ କର୍ତ୍ତବ୍ୟରତ ସରକାରୀ ଯାନ ଚାଳକ ନରେନ୍ଦ୍ର ଦାସଙ୍କୁ ଟ୍ରପିଂ, ଜିଲ୍ଲାର ଜଣେ ଶ୍ରେଷ୍ଠ କ୍ରୀଡାବିତ ରିତିକ୍ ବରାଳଙ୍କୁ ମିନି ବସ୍ ସଂଘ ତରପଂରୁ ଟ୍ରପିଂ, ମା’ ବିରଜା ସମ୍ମାନ ରବିନାରାୟଣ ରାଉତଙ୍କୁ ମା’ ଟିଭି ସଂପାଦକ, ଅର୍ପଣ କୁମାର ରାଉତରାୟଙ୍କ ଦ୍ୱାରା ପ୍ରଦାନ, ଯାଜପୁର ଜିଲ୍ଳ୍‌ାର ଶ୍ରେଷ୍ଠ ଅମୃତ ସରୋବର–(ଜିଲ୍ଲା ପରିଷଦ ପକ୍ଷରୁ) ପଥରକଟା ପୋଖରୀର ପୁନଃରୁଦ୍ଧାର, ଭୁଷଣ୍ଡପୁର ଗ୍ରାମ ପଞ୍ଚାୟତ, ବଡଚଣା ବ୍ଳ୍‌କ, ଜିଲ୍ଲାର ଶ୍ରେଷ୍ଠ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବଜମ ଏରା ବେଗମ୍ , ଆଇ.ସି.ଡି.ଏସ୍‌, ଯାଜପୁର, ଜିଲ୍ଲାର ଶ୍ରେଷ୍ଠ ସୁପରଭାଇଜର ସୁଚିସ୍ମିତ ଜେନା, ଆଇ.ସି.ଡି.ଏସ୍‌, କୋରେଇ, ଜିଲ୍ଲାର ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ରୀତାଂଜଳି ସେଠୀ, ନେଊଳପୁର-୧, ଆଇ.ସି.ଡି.ଏସ୍‌, ଧର୍ମଶାଳା ଓ ଜିଲ୍ଲାର ଶ୍ରେଷ୍ଠ ଅଙ୍ଗୱାଡି ସହାୟକ ରତି ମହାରଣା, ପଣସୁଆପାଳ-୨, ଆଇ.ସି.ଡି.ଏସ୍‌, ବଡଚଣା-ଆର ଙ୍କୁ ପୁରସ୍କୃତ କରିଥିଲେ । ମାଧ୍ୟମିକ ସ୍ତରୀୟ ପ୍ୟାରେଡ୍‌ରେ ଆପେକ୍ସ ଇଂଲିଶ ମିଡିୟମ ସ୍କୁଲ (ବାଳିକା ବର୍ଗ ସିଭିଲ) ପ୍ରଥମ, ଆଇଡିପିଏସ୍ (ବାଳକ ଓ ବାଳିକା ବର୍ଗ) ଦ୍ୱିତୀୟ, ବୈଦ୍ୟରାଜପୁର ନୋଡାଲ ୟୁ.ପି. ସ୍କୁଲ (ସିଭିଲ) ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ୟାରେଡରେ ଜବାହର ନବୋଦୟ ବିଦ୍ୟାଳୟ (ବାଳିକା ବର୍ଗ) ପ୍ରଥମ ଙ୍କୁ ବିଦ୍ୱାନ ଆବାସିକ ମହାବିଦ୍ୟାଳୟ ପ୍ରଦତ୍ତ ଟ୍ରପିଂ, ଓଡିଶା ଆଦର୍ଶ ବିଦ୍ୟାଳୟ, ବେଗନା ଦ୍ୱିତୀୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ନଗର) ସିନିୟର ସିଭିଲ ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ପ୍ୟାରେଡରେ ଜିଲ୍ଲା ଅଲମ୍ପିକ ଆସୋସିଏସନ ପ୍ରଥମ, ବିଦ୍ୟା ଉଚ୍ଚ ମାଧ୍ୟମିକ ସ୍କୁଲ (ବାଳିକା ବର୍ଗ) ଦ୍ୱିତୀୟ, ଚିତାଳୋ ମହାବିଦ୍ୟାଳୟ (ବାଳକ ବର୍ଗ) ତୃତୀୟ ଓ ବୈଷ୍ଣବ ଦତ୍ତ ଜେ.ଆର.ସି.(ବାଳକ ବର୍ଗ) ଶ୍ରେଷ୍ଠ ଏନ୍‌.ସି.ସି. ଦଳଙ୍କୁ ପ୍ରାଣକୃ÷ଷ୍ଣ କର ମେମୋରିଆଲ ଟ୍ରପିଂ ମୁଖ୍ୟ ଅତିଥି ପୁରସ୍କାର ସହ ଗୋଟିଏ ଗୋଟିଏ ପଂଳ ଚାରା ବଣ୍ଟନ କରିଥିଲେ । ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ପଂଳ, ଜେଲ୍‌ର ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ, ବାଳାଶ୍ରମର ଚ୍ଥାତ୍ରଚ୍ଥାତ୍ରୀମାନଙ୍କୁ ମିଷ୍ଟାନ୍ନ ଏବଂ କୁଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କୁ ଚ୍ଥତା ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ଗାନ୍ଧି ଚ୍ଥକ ଠାରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଡ଼ଃ. ଦଳାଇ ମାଲ୍ୟାର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଭାରପ୍ରାପ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ, ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶୁଭେନ୍ଦ୍ର କୁମାର ସାମଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେଉରିଆ, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ବହୁ ବୁଦ୍ଧିଜୀବି, ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଳ୍‌ାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ଠାରେ ମଧ୍ୟ ପତାକା ଊତ୍ତୋଳନ କରାଯାଇଥିଲା । ପ୍ରତ୍ୟୁଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ତରପଂରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ରାମଧୂନ୍ ପରିବେଷଣ କରାଯାଇଥିଲା । ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଓ ବିଭାଗୀୟ ସମସ୍ତ କର୍ମଚାରୀ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close