ଶଙ୍ଖଚିଲ୍ଲା ଉପଡ଼ାକଘରେ ନୂଆ ପୋଷ୍ଠମାଷ୍ଟର ଭାବେ ଯୋଗ ଦେଲେ ବିନାୟକ ସାହୁ

ଶଙ୍ଖଚିଲ୍ଲା, ୧୩ା୦୭(ଉ. ନ୍ୟୁଜ୍ ବ୍ୟରୋ): ଗତ ତା ୧୦/୭/୨୦୨୩ ସୋମବାର ଦିନ ଯାଜପୁରରୋଡ ମୁଖ୍ୟ ଡ଼ାକ ଘରେ ପୋଷ୍ଟାଲ ଆସିଷ୍ଟାଂଟ (ପି.ଏ) ଭାବେ କାର୍ଯ୍ୟରତ ଥିବା ବିନାୟକ ସାହୁ ଶଙ୍ଖଚିଲ୍ଲାର ନୂତନ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେଠାରେ ଥିବା ପୋଷ୍ଟମାଷ୍ଟର ଅନ୍ନପୂର୍ଣ୍ଣା ଜେନାଙ୍କ ପ୍ରଶାସନିକ ଦୃଷ୍ଟିକୋଣରୁ ଯାଜପୁର ଡିଭିଜନକୁ ବଦଳି କରାଯାଇଥିଲା । ଯୁବ ଅଧିକାରୀ ଶ୍ରୀ ସାହୁ ଏଠାରେ ଦାୟିତ୍ୱ ନେବା ପରେ ଗ୍ରାହକଙ୍କ ମହଲରେ ଖୁସି ବ୍ୟକ୍ତ କରାଯାଇଛି । ଏଠାରେ ଶ୍ରୀମତୀ ଜେନା ମନ ଇଚ୍ଛା ଡ଼୍ୟୁଟିକୁ ଆସୁଥିବାର ଅଧିକାଂଶ ବେଳେ ଦେଖାଯାଉଥିଲା । ଦିନ ୧୧ଟା ପରେ ସେ ପ୍ରାୟତଃ ଅଫିସକୁ ଆସିଥାନ୍ତି । ବିଭାଗକୁ ନିଜ ହସ୍ତମୁଦି ମାହାଲ ବନାଇ ନିଜ ଇଚ୍ଛାମୁତାବକ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଥିଲା । ଫଳତ ବହୁ କାର୍ଯ୍ୟ ବାକି ରହିଯାଇଥିବାର ଜଣାଯାଇଛି । ଶ୍ରୀମତୀ ଜେନା ଅଧିକାଂଶ ସ୍ଥାନରେ ଅଫିସକୁ ଡ଼େରିରେ ଆସୁଥିବାର ଦେଖାଯାଉଥିବା ବେଳେ ଯାଜପୁର ଡିଭିଜନ ଅଫିସରେ କେତେବେଳେ ନିଜ କାର୍ଯ୍ୟସ୍ଥଳୀରେ ପହଂଚିବେ ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ! ସି.ସି ଟିଭି ଫୁଟେଜ୍‌ରେ ଏହାର ପ୍ରମାଣ କଏଦୀ ହୋଇଯିବ । ଏଭଳି ହେଲେ ତା’ ଉପରେ ନୂତନ ସୁପରିଟେଂଟ ଆଗାମୀ ଦିନରେ କି ପଦକ୍ଷେପ ନେବେ ତା’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ! 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close