ଯାଜପୁରରେ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ

ଯାଜପୁର, ୧୩ା୦୭: ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଗତ ମଂଗଳବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଳ୍‌ା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର ମଙ୍ଗଳ)ଏବଂ ଜିଲ୍ଳ୍‌ା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳଙ୍କ ସଭାପତିତ୍ୱରେ ବିଶ୍ୱ ଜନ ସଂଖ୍ୟା ଦିବସ-୨୦୨୩ ପାଳିତ ହୋଇଯାଇଅଚ୍ଥି । ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ଜିଲ୍ଳ୍‌ା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଯାଜପୁର ବନବିହାରୀ ମିଶ୍ର ଯୋଗଦେଇ କହିଲେ ଯେ, ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ଜନ ସଂଖ୍ୟା ବିସ୍ଫୋରଣକୁ ରୋକିବା ଅନିବାର୍ଯ୍ୟ ଅଟେ, ଯଦ୍ୱାରା ରାଷ୍ଟ୍ରର ସ୍ୱାସ୍ଥ୍ୟ, ଶିକ୍ଷା, ଗମାନାଗମନ ବ୍ୟବସ୍ଥା ଏବଂ ବିଶ୍ୱ ତାପ ନିୟନ୍ତ୍ରଣ ସନ୍ତୁଳନ କରାଯାଇ ସୁସ୍ଥ ଓ ସୁଗମ ପରିବେଶ ସୃଷ୍ଟି କରି ଦେଶର ଅର୍ଥନୀତିକୁ ସୁଦୃଢ କରାଯାଇପାରିବ । ଏଥି ନିମନ୍ତେ ପରିବାର ନିୟୋଜନ ଯୋଜନା ଏକ ସାମାଜିକ ଦାୟିତ୍ୱ ଭାବି ତୃଣମୂଳ ସ୍ତରରୁ ବ୍ୟାପକ ଜନ ଜାଗରଣ ସୃଷ୍ଟି କରାଗଲେ ଜନ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରାଯିବା ସହ ମାତୃ ଓ ଶିଶୁ ମଙ୍ଗଳ ତଥା ହିତାଧିକାରୀଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଦ୍ୱାରା ସମାଜର ମଙ୍ଗଳ ସାଧିତ ହେବ ବୋଲି ସେ ଅଭିଭାଷଣ ରଖିଥିଲେ । ଏହି ଊପଲକ୍ଷେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଚଳିତ ବର୍ଷର ବିଶ୍ୱ ଜନ ସଂଖ୍ୟା ଦିବସ ବାର୍ତା “ସ୍ୱତନ୍ତ୍ରତାର ଅମୃତ ମହୋତ୍ସବରେ ନେବା ଏହି ସଂକଳ୍ପ, ପରିବାର ନିୟୋଜନକୁ ବନାଇବା ଖୁସିର ବିକଳ୍ପ” ପ୍ରଦାନ କରିଥିଲେ ।
ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଧିକାରୀ(ରୋଗ ନିୟନ୍ତ୍ରଣ) ଡା. ରମେଶ ଚନ୍ଦ୍ର ମଲ୍ଳିକ ଯୋଗଦେଇ କହିଲେ ଯେ, ଜନ ସଂଖ୍ୟାକୁ ସ୍ଥିରତା ଆଣିବା ପାଇଁ ବର୍ତମାନ ଉପଯୁକ୍ତ ସମୟ ଆସିଯାଇଚ୍ଥି । ଜନସଂଖ୍ୟା ବୃଦ୍ଧି ହେବା ଯୋଗୁଁ ଏହା ପ୍ରତ୍ୟେକ ବ୍ୟକ୍ତି, ପରିବାର, ସମାଜ ଓ ରାଷ୍ଟ୍ରର ମୁଣ୍ଡ ବ୍ୟଥାର କାରଣ ସାଜିଚ୍ଥି । ଏଣୁ ସରକାରଙ୍କର ସମସ୍ତ ପ୍ରକାର ପରିବାର ନିୟୋଜନ ବ୍ୟବସ୍ଥାକୁ ଊଭୟ ଦମ୍ପତି ଆପଣେଇ ନେଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜକୁ ଓ ନିଜ ପରିବାରକୁ ତଥା ରାଷ୍ଟ୍ରକୁ ସମୃଦ୍ଧ କରାଇବାରେ ସହାୟକ ହୋଇପାରିବ । ଏହି ଉପଲକ୍ଷେ ଡା. ମଲ୍ଳ୍‌ିକ ବିଶ୍ୱ ଜନ ସଂଖ୍ୟା ଦିବସ ବାର୍ତା “ଦାୟିତ୍ୱ ସମ୍ପନ୍ନ ଏକା ସେହି ଦମ୍ପତି, ପରିବାର ନିୟୋଜନ ଯିଏ ଆପଣାନ୍ତି” ପ୍ରଦାନ କରିଥିଲେ । ଦିବସରେ ସମ୍ମାନିତ ବକ୍ତା ଭାବେ ଅତିରିକ୍ତ ଜିଲ୍ଳ୍‌ା ଜନ ସ୍ୱାସ୍ଥ୍ୟ ଅଧିକାରୀ(କୁଷ୍ଠ) ଡା. ଶିବ ପ୍ରସାଦ ସାହୁ ଯୋଗଦେଇ କହିଲେ ଯେ, ଜନ ସଂଖ୍ୟା ସ୍ଥିରତା ଆଣିବାକୁ ହେଲେ ପୁଅ ଓ ଝିଅ ମଧ୍ୟରେ ତଫାତ୍ ଓ ଫରକ ପ୍ରତ୍ୟେକ ଦମ୍ପତି ଦୂରେଇ ଦେବା ଉଚିତ । ସେଥିପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ ସେମାନଙ୍କ ପରିବାରରେ ତଥା ଗାଁ ରେ ଏହି ବାର୍ତା ଦେଇ ସଚେତନତା ଜାଗ୍ରତ କରାଇଲେ ବିଶ୍ୱ ଜନ ସଂଖ୍ୟା ଦିବସ ପାଳନ ଯଥାର୍ଥତା ପ୍ରତିପାଦିତ ହେବ ବୋଲି ବକ୍ତବ୍ୟ ରଖିଥିଲେ ।
      ସଭାପତି ଭାଷଣରେ ଡା. ସୁଧାଂଶୁ ଶେଖର ବଳ କହିଲେ ଯେ, ଜନ ସଂଖ୍ୟା ନିୟନ୍ତ୍ରଣ କରିବାକୁ ହେଲେ ପ୍ରତ୍ୟେକ ସଚେତନ ଦମ୍ପତି ପରିବାର କଲ୍ୟାଣ ଯୋଜନାର ସ୍ଥାୟୀ ପଦ୍ଧତି ଓ ଅସ୍ଥାୟୀ ପଦ୍ଧତିକୁ ଆପଣେଇବା ଆବଶ୍ୟକ ଅଟେ । ଏଥି ନିମନ୍ତେ ଆଶା ଦିଦିଙ୍କ ପାଖରେ ମିଳୁଥିବା ଗର୍ଭ ନିରୋଧକ ପଦ୍ଧତି ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁଥିବା ବିଭିନ୍ନ ପ୍ରକାର ପରିବାର ନିୟୋଜନ ଉପଲବ୍ଧ ସେବା ଗ୍ରହଣ କରିବାକୁ ସେ ଦମ୍ପତିମାନଙ୍କୁ ଆହ୍ୱାନ ଦେବା ସହ ତାଙ୍କର ବାର୍ତା “ଅସ୍ଥାୟୀ ଏବଂ ସ୍ଥାୟୀ ପଦ୍ଧତି, ପରିବାରରେ ଆଣେ ଉନ୍ନତି” ପ୍ରଦାନ କରିଥିଲେ ।
     ପ୍ରକାଶଥାଉକି, ବିଶ୍ୱ ଜନ ସଂଖ୍ୟା ଦିବସ ପାଳନ ଉପଲକ୍ଷେ ଜୁନ୍ ୨୭ ତାରିଖରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ସଚେତନତା ପକ୍ଷ ପାଳନ କରାଯାଇଥିବା ବେଳେ ଜୁଲାଇ ୧୧ ତାରିଖରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ କରାଯିବ । ଏହି ସଚେତନତା ପକ୍ଷ ସମୟ ମଧ୍ୟରେ ପରିବାର କଲ୍ୟାଣ ଯୋଜନା ଗୁଡିକ ଜନସାଧାରଣ ଆପଣେଇବା ମୁଖ୍ୟ ଉଦ୍ଦେଶ୍ୟ ଅଟେ ।
      ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୁଷ୍ଠ ରୋଗ ବିଶେଷଜ୍ଞ ସୁଶାନ୍ତ କୁମାର ରାଉତ, ଡିପିଏଚ୍‌ସିଓ ସ୍ମୃତିଲତା ବିଶ୍ୱାଳ, ଆଇଇସି ସହାୟକ ସବ୍ୟସାଚୀ ଜେନା ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା ଓ ସଂଯୋଜନାରେ ସହଯୋଗ କରିଥିବା ବେଳେ ଶେଷରେ ଏଡିପିଏଚ୍‌ସିଓ ସଂଯୁକ୍ତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କର୍ମଚାରୀ, ବିଭିନ୍ନ ସ୍କୁଲ କଲେଜର ଶିକ୍ଷକ ଶିକ୍ଷୟତ୍ରୀ ଓ ଚ୍ଥାତ୍ରଚ୍ଥାତ୍ରୀ ଏବଂ ବିରଜା ନର୍ସିଂ ସ୍କୁଲର ଚ୍ଥାତ୍ରୀମାନେ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close