ସବୁଜ ସୁନ୍ଦର କୋରେଇ ପାଇଁ ଅଂଟା ଭିଡ଼ିଲେ ପୂର୍ବତନ ବିଧାୟକ ଆକାଶ; ପାଟରଂଗାରେ ଆରମ୍ଭ କଲେ ବୃକ୍ଷରୋପଣ

ରଗଡ଼ି, (ପଦ୍ମଲୋଚନ ନାୟକଙ୍କ ଠାରୁ) ୫ା୭: ଯାଜପୁର ଜିଲ୍ଲା କେରାଇର ରାଜନୀତି ଦିନକୁ ଦିନ ଚଳଚଂଚଳ ହେବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ କାର୍ଯ୍ୟକ୍ରମମାନ ହେଉଥିବାର ଦେଖାଯାଉଛି । ସବୁଠୁ ଆଗରେ ଅଛନ୍ତି ବିଶିଷ୍ଟ ସିନେ ଷ୍ଠାର, ମୋ’ କଲେଜର ଅଧ୍ୟକ୍ଷ ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ । ଏଥର ବିଧାୟକ ଭାବେ ସିନା ସେ ଲଢ଼ି ନ ଥିଲେ ହେଲେ କେରାଇର ବିଭିନ୍ନ କାର୍ଯ୍ୟକ୍ରମ, ସଭାସମିତି, ଭଲମନ୍ଦ ସବୁଥିରେ ସାମିଲ ହେଉଥିବାର ଦେଖାଯାଉଛନ୍ତି । ସବୁଠି ତାଙ୍କର ଆଦର ମଧ୍ୟ ପରିଲକ୍ଷିତ ହେଉଛି । ‘ଉଡ୍ର’ ସଂସ୍ଥା ଜରିଆରେ ବହୁ ସେବାମୂଳକ କାର୍ଯ୍ୟ ଜାରୀ ରଖିଛନ୍ତି । ଏବେ ବନ ମହୋତ୍ସବ ସପ୍ତାହ ସବୁଠି ପାଳିତ ହେଉଛି । ଏହି ଉପଲକ୍ଷେ ସବୁଜ ସୁନ୍ଦର କୋରେଇ ପାଇଁ ସେ ଅଂଟା ଭିଡ଼ିଛନ୍ତି । ଏଥିପାଇର୍ ତାଙ୍କୁ ବ୍ୟାପକ ଜନସମର୍ଥନ ମିଳୁଛି । ଆଜି ପୂର୍ବାହ୍ନରେ କୋରେଇ ବ୍ଲକ ଅର୍ନ୍ତଗତ ପାଟରଂଗା ପଂଚାୟତ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ ବହୁ ସଂଖ୍ୟକ ମହିଳା, ପୁରୁଷ, ଛାତ୍ରଛାତ୍ରୀ, ବୃକ୍ଷପ୍ରେମୀ, ସମାଜସେବୀମାନେ ସାମିଲ ହୋଇ ଆକାଶଙ୍କ ଏହି ଅଭିଯାନରେ ସାମିଲ ହେବା ସହ ତାଙ୍କୁ ସ୍ୱାଗତ କରିଛନ୍ତି । ବହୁ ସ୍ଥାନରେ ଚାରାରୋପଣ ମଧ୍ୟ କରିଛନ୍ତି । ଆକାଶଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପସନ୍ଦ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close