Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଯାଜପୁରର ଦଶାଶ୍ୱମେଧ ଘାଟ ଶ୍ରୀ ଜୀଉଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ

ଯାଜପୁର, ୨୧ା୦୬ : ସ୍ଥାନୀୟ ଯାଜପୁର ଜିଲ୍ଲା ସଦର ମହକୁମା ଦଶାଶ୍ୱମେଧ ଘାଟ ଠାରେ ଥିବା ଶ୍ରୀ ଜଗନ୍ନାଥ ଜୀଉ, ଶ୍ରୀ ଶ୍ରୀ ବଳଦେବ ଜୀଉ ଏବଂ ମା’ ଶୁଭଦ୍ରାଙ୍କ ମାଉସୀ ମା ମନ୍ଦିର ସଦାବ୍ରତ ମଠ ବିଜେ ରଥଯାତ୍ରା ଗତକାଲି ଠାରୁ ୨ ଦିନ ଧରି ଆନନ୍ଦ ଉଲ୍ଲାସ ଏବଂ ଆଧ୍ୟାତ୍ମିକତାବାଦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଚ୍ଥି । ଯାଜପୁର ସଦର ତହସିଲଦାର ତଥା ମ୍ୟାନେଜିଂ ଟ୍ରଷ୍ଟି ଜ୍ୟୋତିକାନ୍ତ ଭୁଜବଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଯାତ୍ରା ଯେଭଳି ଶାନ୍ତି ଶୃଙ୍ଖଳାର ସହ ଓ ଭାଇଚାରା ମଧ୍ୟରେ ପାଳନ କରାଯିବ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶୁ ଚିକିତ୍ସା ବ୍ୟବସ୍ଥା, ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା କରିବା ବ୍ୟବସ୍ଥା, ଅଗ୍ନିଶମ ସେବା ବ୍ୟବସ୍ଥା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ଓ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ବହି ବିକ୍ରୟ ଷ୍ଟଲ ସେବା ଭକ୍ତମାନଙ୍କ ନିମନ୍ତେ ଯୋଗାଇ ଦିଆଯାଇଥିଲା ।
     ଗତ କାଲି ଅପରାହ୍ନ ୩ ଘଟିକା ସମୟରେ ଶ୍ରୀ ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଶ୍ରୀ ଜୀଊମାନଙ୍କ ପହଣ୍ଡି ବିଜେ ଏବଂ ରଥାରୁଢ ହୋଇଥିଲା । ପରେ ଭକ୍ତମାନଙ୍କ ଗହଳିରେ ଯଥା ରୀତି, ନୀତି, ପୂଜାର୍ଚ୍ଚନା ଅନୁଯାୟୀ ଶ୍ରୀ ଜଗନ୍ନାଥ ଜୀଉ,ଶ୍ରୀ ଶ୍ରୀ ବଳଦେବ ଜୀଊ ଏବଂ ମା’ ଶୁଭଦ୍ରାଙ୍କ ରଥକୁ ଗୋଟିଏ ଦଉଡି ଦୂରତା ପର୍ଯ୍ୟନ୍ତ ଟଣାଯାଇଥିଲା । ସମସ୍ତ କାର୍ଯ୍ୟରେ ଶ୍ରୀ ଜଗନ୍ନାଥ ସେବା ସମିତି, ଯାଜପୁର ନାଗରିକ ପରିଷଦ, ଗୀତା ଜାଗରଣ ପରିଷଦ, ଅନନ୍ୟା ସାହିତ୍ୟ ସଂସଦ, ଯାଜପୁର ବିକାଶ ମଞ୍ଚଚ, ବିରଜା ମଣ୍ଡଳୀ ବିଦ୍ୟୁତ୍ ପରିଷଦ, ରାଧା ଗୋବିନ୍ଦ, ଭେଲଙ୍ଗ କୀର୍ତ୍ତନ ମଣ୍ଡଳୀ, ବୈଦ୍ୟରାଜପୁର ଘଣ୍ଟ ବାଦ୍ୟ କମିଟି, ହର ପାର୍ବତୀ ପୂଜା କମିଟି, ସଦାବ୍ରତ ମଠ ଓ ବଡ ବଜାର ପୂଜା କମିଟି ଆଦି ସମସ୍ତେ ଶ୍ରୀ ଜୀଉଙ୍କ ରଥଯାତ୍ରାରେ ସହଯୋଗ ପ୍ରଦାନ କରିଥିଲେ ।
ଆଜି ଅପରାହ୍ନ ୩ ଘଟିକା ସମୟରେ ଯଥା ବିଧି ଅନୁଯାୟୀ ଶ୍ରୀ ଶ୍ରୀ ଜଗନ୍ନାଥ ଜୀଉ ଟ୍ରଷ୍ଟ ବୋର୍ଡ, ଶ୍ରଦ୍ଧାଳୁ ଭକ୍ତ ଓ ଜନସାଧାରଣଙ୍କ ଦ୍ୱାରା ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ସଦାବ୍ରତ ମଠ ମାଉସୀ ମା ମନ୍ଦିରରେ ପହଞ୍ଚି ଥିଲା । ୨ ଦିନ ଧରି ଭକ୍ତମାନଙ୍କ ଦ୍ୱାରା ଶ୍ରୀ ଜୀଉଙ୍କ ଧାରା ବିବରଣୀ ପ୍ରଚାର ପ୍ରସାର କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସର୍ବୋପରି ଜିଲ୍ଲା ପ୍ରଶାସନ, ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଯାଜପୁର ସଦର ତହସିଲଦାର ତଥା ମ୍ୟାନେଜିଂ ଟ୍ରଷ୍ଟି ଜ୍ୟୋତିକାନ୍ତ ଭୁଜବଳ, ଅତିରିକ୍ତ ତହସିଲଦାର ପ୍ରଗତିକା ବଳ, ଅଜୟ ପଣ୍ଡା, ଟାଊନ୍ ଥାନା ଅଧିକାରୀ ଅଜୟ କୁମାର ଜେନା, ତହସିଲ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଶଶିଭୁଷଣ ମିଶ୍ର ପ୍ରମୁଖଙ୍କ ସହଯୋଗରେ ଶ୍ରୀ ଜୀଊଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି, ମୈତ୍ରୀ, ସଂପ୍ରିତି, ପରମ୍ପରା, ଆଧ୍ୟାତ୍ମିକତାବାଦ ଓ ଆନନ୍ଦ ଉଲ୍ଳ୍‌ାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଚ୍ଥି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close