ବାହାନଗା ଓ ଯାଜପୁରରୋଡ଼ ରେଳ ଦୁର୍ଘଟଣାରେ ପ୍ରାଣବଳୀ ଦେଇଥିବା ମୃତକଙ୍କ ପ୍ରତି ‘ଉତ୍କଳ ଦିବସ ସମାରୋହ ସମିତି’ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଯାଜପୁରରୋଡ଼, ୦୯ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଗତ ୦୨/୬/୨୩ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ତ୍ରିକୋଣୀୟ ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଜଣ ଯାତ୍ରୀ, ୦୧ ହଜାର ପାଖାପାଖି ଆହତ ଏବଂ ଯାଜପୁର-କେଉଁଝରରୋଡ଼ ରେଳ ଷ୍ଟେସନର ଅନତି ଦୂର ଚୂନଭାଟ ପ୍ଲଟ ନିକଟରେ ଗତ ୦୭/୬/୨୩ ବୁଧବାର ଅପରାହ୍ନରେ ଏକ ଇଞ୍ଜିନ ବିହୀନ ୧୮ ଡ଼ବା ବିଶିଷ୍ଟ ଟ୍ରେନର ଲକ୍ ହଠାତ ଖୋଲିଯିବା କାରଣରୁ ୱାଗନ ତଳେ ଆଶ୍ରୟ ନେଇଥିବା ୦୬ ଜଣ ରେଳବାଇ ଠିକା ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିବା ସହ ୦୨ ଜଣ ଏଥିରେ ଆହତ ହୋଇଥିଲେ । ଉଭୟ ଘଟଣାରେ ମୃତାହତ ହୋଇଥିବା ସମସ୍ତ ମୃତକଙ୍କ ସକାଶେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଡୋଲିପୁର ଠାରେ ‘ଉତ୍କଳ ଦିବସ ସମାରୋହ ସମିତି’ ତରଫରୁ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମିତିର ସଭାପତି ଦୁଷ୍ମନ୍ତ କୁମାର ନାୟକ, ସଂପାଦିକା ବ୍ରଜେଶ୍ୱରୀ ସିଂହ, ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ସାମ୍ବାଦିକ ଜ୍ଞାନରଂଜନ ରାଉତ, ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ ଓ ପଣ୍ଡିତ ଅକ୍ଷୟ କୁମାର ଦାଶ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇ ମୃତ ଯାତ୍ରୀଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୦୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସଂଗେ ସଂଗେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ଏଠାରେ ପ୍ରାର୍ଥନା କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close