ନିୟମ ମାନୁ ନାହାନ୍ତି ପୋଷ୍ଟାଲ ଏଜେଂଟ, ଜାଣିଶୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାରୁ ଏଜେଂଟ କୋଡ଼ ରଦ୍ଦ ପାଇଁ ଦାବୀ

ବ୍ୟାସନଗର, ୨୭/୦୫ (ଉ. ନ୍ୟୁଜ୍ ବ୍ୟରୋ): ଯାଜପୁରରୋଡ ମୁଖ୍ୟ ଡାକଘରେ ବିଭିନ୍ନ ସମୟରେ ଏସ.ଏସ.ଏ ଏବଂ ଏମପିକେବିୟାଇ ଏଜେଂଟମାନେ ବିଭାଗୀୟ ଆଇନକୁ ନ ମାନି ଡ଼ାକ ଘରେ ଅବାଧ ପ୍ରବେଶ କରି ସନ୍ଧ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କ ଚେୟାରରେ ବସି କାର୍ଯ୍ୟ କରିଆସୁଥିଲେ । କେତେକ ଏଜେଂଟକୁ ଗ୍ରାହକମାନେ କର୍ମଚାରୀ ବୋଲି ଭାବୁଥିବାରୁ ସେମାନେ ଏହାର ଫାଇଦା ନେଇ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ । ବହୁ ଜାଣିବା ଶୁଣିବା ଲୋକେ ସେମାନଙ୍କୁ ପୋଷ୍ଟ ବିଭାଗର କର୍ମଚାରୀ ବୋଲି ଭାବୁଥିଲେ । ଗତ ଜୁଲାଇ ୨୦୨୨ରେ ଡାକ ଘରେ ଏଜେଂଟଙ୍କ ପ୍ରବେଶକୁ ବାରଣ କରାଯିବା ସହ ଡିଜିଟାଲ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ଉପରୁ ନିର୍ଦ୍ଦେଶ ଆସିବା ପରେ ପୋଷ୍ଟମାଷ୍ଟର ଦେବରଂଜନ ଦେଓ ଏଜେଂଟମାନଙ୍କୁ କାର୍ଯ୍ୟାଳୟରେ ପ୍ରବେଶକୁ ବାରଣ କରିବା ସହ ସେମାନଙ୍କୁ ବାହାରେ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ହେଲେ ରୋଜଗାରର ମୋହ ଓ ନିଜ ପତିଆରା କ୍ଷୂର୍ଣ୍ଣର ଆଶଙ୍କାରେ କେତେକ ତଥାକଥିତ ଏଜେଂଟ ନିୟମ ନ ମାନି ଭିତରକୁ ଯୋରଜବରଦସ୍ତ ପ୍ରବେଶ କରୁଥିଲେ । ବିଭାଗୀୟ ନିୟମକୁ ଜାଣିଶୁଣି ଉଲ୍ଲଘଂନ କରୁ ଥିବା ୦୪ ଜଣ ଏଜେଂଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ୨୨/୫/୨୦୨୩ ପୋଷ୍ଟମାଷ୍ଟର ଶ୍ରୀ ଦେଓ ସ୍ଥାନୀୟ ଯାଜପୁରରୋଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର ପରଦିନ ଅର୍ଥାତ୍ ୨୩/୫/୨୩ରେ ସନ୍ଧ୍ୟା ପୂଜାରୀ ନାମ୍ନୀ ଜନୈକ ଏଜେଂଟ ନିୟମ ଉଲ୍ଲଘଂନ କରି ପୋଷ୍ଟ ଅଫିସରେ ପଶିବା ପରେ ପୋଲିସ ଆସି ତାଙ୍କୁ ଘଉଡ଼ାଇ ଦେଇଥିଲା । ପୁନଶ୍ଚ, ଆଜି ପୂର୍ବାହ୍ନରେ ସେ ଜବରଦସ୍ତ ଆସି ପୋଷ୍ଟ ଅଫିସରେ ପହଂଚିଛନ୍ତି ବୋଲି ଜଣାଯାଇଛି । ନିୟମ ପାଳନ ଦିଗରେ ଜାଣିଶୁଣି କିଛି ଏଜେଂଟ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ଦେଓ କହିଛନ୍ତି । ବିଭାଗର ନିୟମକୁ କାର୍ଯ୍ୟକାରୀ କରିବା ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି । ଏବେ ବେଶ ଶୃଖଳାର ସହ କାମ ଚାଲିଥିବାର ଦେଖାଯାଉଛି । କର୍ମଚାରୀମାନେ ସୁରୁଖୁରରେ କାମ କରୁଛନ୍ତି । ଗ୍ରାହକମାନେ ଆଗରେ ଧାଡ଼ିରେ ଥିବା ବେଳେ ଏଜେଂଟମାନେ ପାଖରେ ବସି ମେଂଚାଏ କାଗଜ ଆଉ ଗେଂଜି ଦେଉ ନ ଥିବାରୁ ସୁବିଧାରେ ଗ୍ରାହକମାନଙ୍କ କାମ ହେଉଛି ବୋଲି କର୍ମଚାରୀମାନେ କହୁଛନ୍ତି । ତେଣେ ନିୟମ ପାଳନକୁ ପ୍ରାଧାନ୍ୟ ଦେଉଥିବା ପୋଷ୍ଟମାଷ୍ଟର ଶ୍ରୀଯୁକ୍ତ ଦେଓଙ୍କୁ ଯେନତେନ ପ୍ରକାରରେ ବଦନାମ କରି ଏଠାରୁ ତଡ଼ିବା ପାଇଁ କିଛି ଏଜେଂଟ ଲାଗି ପଡ଼ିଥିବାର ଚର୍ଚ୍ଚା ଏବେ ସ୍ଥାନୀୟ ଅଂଚଳରେ ଯୋର ଧରିଛି । ହେଲେ ଏହା ଜଣେ ଦାୟିତ୍ୱବାନ ଅଧିକାରୀଙ୍କ ମନୋବଳକୁ କମାଇବା ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ କିଛି ବୁଦ୍ଦିଜୀବୀ ଜାଣିଶୁଣି ନିୟମ ଖିଲାପ କରୁଥିବା ଏଜେଂଟଙ୍କ କୋଡ଼ ରଦ୍ଦ କରିବା ପାଇଁ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close